୧୨ ପାକିସ୍ତାନୀଙ୍କୁ ଓଡ଼ିଶାରୁ ବିଦା କରିବାକୁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ପହଲଗାମରେ ପର୍ୟ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଦୁଇ ଦେଶ ମଧ୍ୟରେ ଅସ୍ଥିରତା ବଢ଼ିଛି। ଭାରତ ଏହି ଘଟଣାକୁ ନେଇ ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛି ଓ ଦେଶରେ ରହୁଥିବା ପାକିସ୍ତାନୀଙ୍କୁ ୪୮ ଘଣ୍ଟା ମଧ୍ୟରେ ନିଜ ଦେଶକୁ ଫେରିବାକୁ ନିର୍ଦ୍ଦେଶ ଦେଇଛି। ଏହି କ୍ରମରେ ଦୀର୍ଘକାଳୀନ ଭିସା ବଳରେ ବସବାସ କରୁଥିବା ୧୨ ପାକିସ୍ତାନୀଙ୍କୁ ଓଡ଼ିଶାରୁ ବିଦା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହାରି ମଧ୍ୟରେ ଭୁବନେଶ୍ବରରେ ଜଣେ ପାକିସ୍ତାନୀ ମହିଳା ରହିଥିବା ଜଣାପଡିଛି । ମହିଳାଙ୍କୁ ଦେଶ ଛାଡ଼ି ଯିବାକୁ ଦିଆଯାଇଛି ନୋଟିସ୍ । ଓଡ଼ିଆ ଯୁବକଙ୍କୁ ବିବାହ କରି ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ରହୁଛନ୍ତି ମହିଳା । ତାଙ୍କର ଭିସା ଅବଧି ୨୦୨୪ରେ ଶେଷ ହୋଇଥିଲା । ଏହାପରେ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ନିମନ୍ତେ ଏଗଜିଟ୍‌ ଭିସା ପାଇଁ କମିଶନରେଟ୍‌ ପୁଲିସ ନିକଟରେ ଆବେଦନ କରିଥିଲେ କିନ୍ତୁ ସେ ଆବେଦନ ପଡି ରହିଥିଲା । ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୁଲିସ ନୋଟିସ୍‌ ହୋଇଛି ।

ସୂଚନାଯୋଗ୍ୟ ପହଲଗାମ ଆକ୍ରମଣ ପରେ ଭାରତରେ ବସବାସ କରୁଥିବା ପାକିସ୍ତାନୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ନିମନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। କେଉଁ ରାଜ୍ୟରେ କେତେ ସଂଖ୍ୟକ ପାକିସ୍ତାନୀ ବସବାସ କରୁଛନ୍ତି, ସେନେଇ ସୂଚନା ଦେବାକୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି ହୋଇଛି।

  • Garvita Odia

    Related Posts

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ରେ ବୁଧବାର ଚତୁର୍ଦ୍ଧଶ ସ୍ୱାମୀନାଥନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବକ୍ତୃତାମାଳାରେ ଉତରବଙ୍ଗ କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା କୃଷି ସମ୍ପ୍ରସାରଣ ବିଜ୍ଞାନୀ ଭାବେ…

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଓଡ଼ିଶାରେ ଶ୍ୱେତ ବିପ୍ଲବର କର୍ଣ୍ଣଧାର ହେଉଛି ଓମ୍‌ଫେଡ୍‍। ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି। ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ସୋଆରେ ଚତୁର୍ଦ୍ଧଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି: ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ  କ୍ଷୋଭ ପ୍ରକାଶ କଲେ ନବୀନ

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ବଳଙ୍ଗା ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

    ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼