
ଭୋଗରାଇ : ମାଛ କରିଦେଲା ଲକ୍ଷପତି । ୧୯ଟି ମାଛର ଦାମ ୩୩ ଲକ୍ଷ । ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ତେଲିଆ ଭୋଳା ମାଛ । ଯାହାକୁ ଦେଖିବାକୁ ଦୀଘା ମୁହାଣରେ ପର୍ୟ୍ୟଟକଙ୍କ ଭିଡ଼ ଲାଗିଛି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇ ମାଛ ମାରନ୍ତି । ସେଥିମଧ୍ୟରୁ ନନୀ ଗୋପାଳ ଟ୍ରଲର ଜାଲରେ ୨୯ଟି ତେଲିଆ ଭୋଳା ମାଛ ଧରାପଡିଥିବା ବେଳେ ବିକ୍ରି ପାଇଁ ଦୀଘା ମୁହାଣ ନିଲାମ କେନ୍ଦ୍ରକୁ ନିଆଯାଇଥିଲା ।ପ୍ରତି ମାଛର ଓଜନ ୨୦ କିଲୋରୁ ଅଧିକ ହୋଇଥିବା ବେଳେ ସମୁଦାୟ ୨୯ଟି ମାଛ ୩୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଏହି ମାଛରେ କ୍ରାକର ଔଷଧ ତିଆରି ଏବଂ ଅନ୍ୟାନ୍ୟ ଅଙ୍ଗ ବ୍ୟବହାର କରାଯାଏ । ଏହାସହିତ ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନୀ କରାଯାଏ । ସେଥିପାଇଁ ବଜାରରେ ଏହି ମାଛରେ ଚାହିଦା ଅଧିକ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି ।