୨୦ଲକ୍ଷ ହିତାଧିକାରୀଙ୍କ କଟିବ ରାସନକାର୍ଡ!

ଭୁବନେଶ୍ବର: ପାଖାପାଖି ୨୦ଲକ୍ଷ ହିତାଧିକାରୀଙ୍କ କଟିବ ରାସନ କାର୍ଡ। ରାଜ୍ୟରେ ରାସନକାର୍ଡ ଧାରୀଙ୍କ ପାଇଁ ଇ-କେୱାଇସି ଯାଞ୍ଚକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ଜୁନ ମାସରେ ଶେଷ ହେବାକୁ ଯାଉଛି ଇ-କେୱାଇସି ଅବଧି। ହେଲେ ଏବେ ବି ୨୦ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରିନାହାଁନ୍ତି। ତେଣୁ ଚଳିତ ମାସରେ ଯେଉଁ ହିତାଧିକାରୀ ଇ-କେୱାଇସି ପ୍ରକ୍ରିୟା ଶେଷ କରିବେ ନାହିଁ। ସେମାନଙ୍କ ରାସନ କାର୍ଡ ବାତିଲ ହେବ। ପ୍ରାୟ ୨୦ ଲକ୍ଷ ହିତାଧିକାରୀ ଏଥିରୁ ବାଦ ପଡ଼ିବାର ସମ୍ଭାବନା ରହିଛି। ଗତ ୧୩ ବର୍ଷ ଧରି ନୂଆ ରାସନ କାର୍ଡ ଜାରି ହୋଇନାହିଁ। ନୂଆ ସରକାର ଗଠନ ପରେ ୧୭ ଲକ୍ଷ ନୂଆ ଆବେଦନ ପ୍ରାପ୍ତ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।

  • Garvita Odia

    Related Posts

    ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ୪୫

    ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ରବିବାର ଆଉ ୭ ନୂଆ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। ଏଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ୩୩…

    ୬ ମହଲା କୋଠାରୁ ପଡ଼ି ଶ୍ରମିକ ମୃତ

    କଟକ: କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ । ମହିଳା ମହାବିଦ୍ୟାଳୟର ନୂଆ କୋଠା କାମ ଚାଲିଥିବାବେଳେ କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟ ହୋଇଛି। ନିର୍ମାଣାଧୀନ କୋଠାର ଛଅ ମହଲାର ଛାତ କାମ ଚାଲୁଥିବା ବେଳେ ତଳକୁ ପଡ଼ି ଠିକା…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀଙ୍କଘୋଷଣା: ସୁବର୍ଣ୍ଣପୁରରେ ହେବ ୪ ନଦୀଗର୍ଭ ଜଳାଶୟ

    ମୁଖ୍ୟମନ୍ତ୍ରୀଙ୍କଘୋଷଣା: ସୁବର୍ଣ୍ଣପୁରରେ ହେବ ୪ ନଦୀଗର୍ଭ ଜଳାଶୟ

    ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ୪୫

    ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ୪୫

    ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

    ଯୁବକଙ୍କ ଝୁଲନ୍ତା  ମୃତଦେହ ଠାବ

    ୭୬ ସହରାଞ୍ଚଳ ଗରିବଙ୍କୁ ମିଳିବ ୫୩୨୮ ଘର

    ୭୬ ସହରାଞ୍ଚଳ ଗରିବଙ୍କୁ ମିଳିବ ୫୩୨୮ ଘର

    ୬ ମହଲା କୋଠାରୁ ପଡ଼ି ଶ୍ରମିକ ମୃତ

    ୬ ମହଲା କୋଠାରୁ ପଡ଼ି ଶ୍ରମିକ ମୃତ

    ଆଗକୁ ଅସହ୍ୟ ଗରମ ଓ ଗୁଳୁଗୁଳି

    ଆଗକୁ ଅସହ୍ୟ ଗରମ  ଓ ଗୁଳୁଗୁଳି