୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

ଭୁବନେଶ୍ୱର : ଆସନ୍ତା ବିଧାନସଭା ଅଧିବେଶନ ଘେରାଉ କରିବେ କେବଳ ମହିଳା । ପ୍ରାୟ ୨୦ ହଜାର ମହିଳା ଏକତ୍ରିତ ହୋଇ ବିଧାନସଭା ସମ୍ମୁଖରେ ନିଜର ସୁରକ୍ଷା, ସ୍ୱାଭିମାନ ଓ ଅଧିକାର ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବେ । କଂଗ୍ରେସ ଏହି ବିଧାନସଭା ଘେରାଉର ନେତୃତ୍ୱ ନେବ । ଏଥିରେ କୌଣସି ପୁରୁଷ ଯୋଗ ଦେବେ ନାହିଁ କେବଳ ମହିଳାମାନେ ଏହାର ନେତୃତ୍ୱ ନେବେ । ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ନାରୀ ସୁରକ୍ଷା ପ୍ରସଙ୍ଗରେ ଲଢେଇ କରି ଆସୁଥିବା କଂଗ୍ରେସ ତା’ର ଆଭିମୁଖେ ଆହୁରି ସ୍ପଷ୍ଟ ଓ ଶାଣିତ କରିବ ବୋଲି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ଭକ୍ତ । ଯଦି ସରକାର ଏହି ସମସ୍ୟାର ସମାଧାନ ନ କରନ୍ତି, ଏହି ଲଢେଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଜାରି ରହିବ ବୋଲି ସେ କହିଛନ୍ତି ।
ରାଜ୍ୟରେ ବନ୍ୟା କାରଣରୁ ପ୍ରଭାବିତ ବିଭିନ୍ନ ସ୍ଥାନରେ ଲୋକଙ୍କ ସମସ୍ୟାକୁ ନେଇ କଂଗ୍ରେସ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଏହି ସମୟରେ ନାରୀମାନଙ୍କୁ ନେଇ ଆଗାମୀ ଦିନରେ ରଣନୀତି କ’ଣ ରହିବ, ଗଣମାଧ୍ୟମରେ କରାଯାଇଥିବା ପ୍ରଶ୍ନର ଏହି ଉତ୍ତର ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

  • Related Posts

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ଭୁବନେଶ୍ୱର:ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶନିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରତିଉତ୍ତର…

    ୨୦ ହଜାର ମହିଳା ଘେରିବେ ବିଧାନସଭା

    ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ନାରୀ ନିର୍ୟାତନା ବୃଦ୍ଧି ପାଉଛି। ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଗାମୀ ମୌସୁମୀ ଅଧିବେଶନରେ ୨୦ ହଜାର ମହିଳା ବିଧାନସଭା ଘେରିବେ ବୋଲି ପିସିସି ସଭାପତି ଭକ୍ତ ଦାସ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।…

    Leave a Reply

    Your email address will not be published. Required fields are marked *

    You Missed

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ  କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଏନକାଉଣ୍ଟର, ଆତଙ୍କୀ ନିପାତ

    ଏନକାଉଣ୍ଟର, ଆତଙ୍କୀ ନିପାତ

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’