୨୪ ପର୍ୟ୍ୟନ୍ତ ବର୍ଷା

ଭୁବନେଶ୍ୱର: ଜୁନ୍ ୨୪ ପର୍ୟ୍ୟନ୍ତ ଓଡ଼ିଶାରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି। ଗୁରୁବାର ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଗାତାର ବର୍ଷାଯୋଗୁ ସାଧାରଣ ଜୀବନଯାତ୍ରା କିଛି ପରିମାଣରେ ପ୍ରଭାବିତ ହୋଇଛି।
ଗୁରୁବାର ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବରଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ସମୁଦ୍ର ଅଶାନ୍ତ ରହିଥିବାରୁ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ପର୍ୟ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ଆଡକୁ ଗତି କରିବାର ସମ୍ଭାବନା ଅଛି। ଏହାର ପ୍ରଭାବରେ, ଓଡ଼ିଶାରେ ୨୪ ଜୁନ୍ ପର୍ୟ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

  • Garvita Odia

    Related Posts

    ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

    ଭୁବନେଶ୍ୱର : ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆସୋସିଏଟ୍ ପ୍ରଫେସର ଡକ୍ଟର ସୁବ୍ରତ କୁମାର ସେନାପତିଙ୍କ ନାମ ଘୋଷଣା କରାଯାଇଥିôବା ବେଳେ ତାଙ୍କୁ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର…

    ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

    ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ନାୟକାଣିଡ଼ିହି ଥାନା ଭୁଟାନାସିରେ ଗାଁରେ ମାମୁ ଘରକୁ ଆସିଥିବା ବେଳେ ପୋଖରୀରେ ବୁଡ଼ିଗଲେ ଦୁଇ ଶିଶୁ କନ୍ୟା। ମୃତ ଶିଶୁ କନ୍ୟା ଦ୍ୱୟଙ୍କ ନାଁ ଚାନ୍ଦିନୀ ମଣ୍ଡଳ (୬) ଓ ନନ୍ଦିନୀ ମଣ୍ଡଳ (୪)। ସେମାନଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ମୋଦି ଆସି ତାଙ୍କ ସରକାର କଥା କହିବେ, ନୂଆ କଥା କିଛି ନାହିଁ:ଦେବୀ ମିଶ୍ର

    ମୋଦି ଆସି ତାଙ୍କ ସରକାର କଥା କହିବେ, ନୂଆ କଥା କିଛି ନାହିଁ:ଦେବୀ ମିଶ୍ର

    ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

    ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

    ଜନତା ମୈଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

    ଜନତା ମୈଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

    ରାଜ୍ୟକୁ ୧୯ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

    ରାଜ୍ୟକୁ ୧୯ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

    ନବୀନ ଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ୟ୍ୟକ୍ରମ ହୁଏ: ଦେବୀ ମିଶ୍ର

    ନବୀନ ଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ୟ୍ୟକ୍ରମ ହୁଏ: ଦେବୀ ମିଶ୍ର

    ଓଡିଶା ଆସିବେ ରାହୁଲ ଗାନ୍ଧୀ

    ଓଡିଶା ଆସିବେ ରାହୁଲ ଗାନ୍ଧୀ