୨୯ରୁ ସଂସଦରେ ଅପରେସନ ସିନ୍ଦୂର ବିତର୍କ

ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତ କରିଥିବା ଅପରେସନ ସିନ୍ଦୂରକୁ ନେଇ ସଂସଦରେ ହେବ ବିତର୍କ। ବିରୋଧୀ ଅପରେସନ ସିନ୍ଦୂର ଉପରେ ବିତର୍କ କରିବାକୁ ଦାବି କରି ଆସୁଥିଲେ। ଏବେ ଜୁଲାଇ ୨୯ରୁ ସଂସଦରେ ଏହା ଉପରେ ବିତର୍କ ହେବ। ଲୋକସଭାରେ ଏହି ପ୍ରସଙ୍ଗରେ ବିତର୍କ ପାଇଁ ୧୬ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟସଭାରେ ମଧ୍ୟ ୧୬ ଘଣ୍ଟା ଧରି ଅପରେସନ ସିନ୍ଦୂର ଉପରେ ଜୋରଦାର ଆଲୋଚନା ହେବ।

ଅପରେସନ ସିନ୍ଦୂର ଓ ପହଲଗାମ ନରସଂହାର ଉପରେ ବିରୋଧୀ ସରକାରଙ୍କ ଠାରୁ ଜବାବ ମାଗୁଛନ୍ତି। ବିତର୍କ ବେଳେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ଜବାବ ରଖିବେ।ଲୋକସଭାରେ ଆସନ୍ତା ସୋମବାର ଠାରୁ ଅପରେସନ ସିନ୍ଦୂର ଉପରେ ବିତର୍କ ଆରମ୍ଭ ହେବ। ରାଜ୍ୟସଭାରେ ମଙ୍ଗଳବାର ଠାରୁ ସଦସ୍ୟମାନେ ବିତର୍କ କରିବେ। ସରକାର ବିତର୍କ ପାଇଁ ସମୟ ଧାର୍ଯ୍ୟ କରିଥିଲେ ହେଁ ବିରୋଧୀ ନିଜ ଜିଦରେ ଅଟଳ ରହିଛନ୍ତି। ସେମାନେ ଆସନ୍ତାକାଲି ଠାରୁ ହିଁ ବିତର୍କ ଆରମ୍ଭ କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିଦେଶ ଗସ୍ତରେ ଆଜି ଠାରୁ ଯାଇଥିବାରୁ ସରକାର ବିରୋଧୀଙ୍କ ଜିଦକୁ ଟାଳି ଦେଇଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୫ ଥର ସେ ହିଁ ଭାରତ-ପାକିସ୍ତାନକୁ ଯୁଦ୍ଧ ବିରତି ପାଇଁ ରାଜି କରାଇଥିବା ଦାବି କରି ଚାଲିଛନ୍ତି। ବିରୋଧୀ ଏହି ବୟାନକୁ ଆଧାର କରି ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଚାହୁଁଛନ୍ତି। ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଆରମ୍ଭ ହୋଇଛି।

ପ୍ରଥମ ଦିନରୁ ଅପରେସନ ସିନ୍ଦୂରକୁ ନେଇ ବିତର୍କ ଦାବି କରି ଚାଲିଛନ୍ତି ବିରୋଧୀ। ଏଥିଯୋଗୁ ଗୃହ କାର୍ଯ୍ୟ ମଧ୍ୟ ଠିକ ଭାବେ ଚାଲି ପାରୁନାହିଁ। ଗୃହ ବାରମ୍ବାର ମୁଲତବୀ ହେବାରେ ଲାଗିଛନ୍ତି। ଅପରେସନ ସିନ୍ଦୂର ବ୍ୟତୀତ ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନକୁ ମଧ୍ୟ ବିରୋଧୀ ବିରୋଧ କରୁଛନ୍ତି।

  • Garvita Odia

    Related Posts

    ଅନିଲ ଅମ୍ବାନୀଙ୍କ ୫୦ ଠିକଣାରେ ଇଡି ଚଢାଉ

    ନୂଆଦିଲ୍ଲୀ: ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଏକାଧିକ ଠିକଣାରେ ଗୁରୁବାର ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ୩୦୦୦ କୋଟି ୟେସ୍ ବ୍ୟାଙ୍କ ଋଣ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନସ୍ଵରୂପ ମୁମ୍ବଇସ୍ଥିତ ଅନିଲ ଅମ୍ବାନୀଙ୍କ ପ୍ରାୟ ୫୦ଟି ଠିକଣାରେ ଇଡି ଚଢାଉ କରିଛି। ଭାରତୀୟ ଷ୍ଟେଟ୍…

    ବିନା ଭିସାରେ ୫୯ ଦେଶକୁ ଯାଇପାରିବେ ଭାରତୀୟ

    ନୂଆଦିଲ୍ଲୀ: ଭାରତୀୟ ନାଗରିକ ବିନା ଭିସାରେ ୫୯ଟି ଦେଶକୁ ଯାଇପାରିବେ। ମଙ୍ଗଳବାର ପ୍ରକାଶିତ ପାର୍ସପୋର୍ଟ ଇଣ୍ଡେକ୍ସରେ ଏ ନେଇ ସୂଚନା ଦିଆଯାଇଛି। ବିଶ୍ୱ ପାସପୋର୍ଟ ରାଙ୍କିଙ୍ଗ୍‌‌ରେ ଭାରତ ୭୭ତମ ସ୍ଥାନରେ ରହିଛି। ବିଶ୍ବର ବିଭିନ୍ନ ଦେଶର ପାସପୋର୍ଟର ଭିସା- ଫ୍ରି ଯାତ୍ରା…

    Leave a Reply

    Your email address will not be published. Required fields are marked *

    You Missed

    ଅକଳରେ ଅମରେଶ ଜେନା, କାହିଁକି ଜାଣନ୍ତୁ

    ଅକଳରେ ଅମରେଶ ଜେନା, କାହିଁକି ଜାଣନ୍ତୁ

    ୪୯୮୨.୬୬ କୋଟିର ୨୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ

    ୪୯୮୨.୬୬ କୋଟିର ୨୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ

    ପୁଣି ଅଦଳବଦଳ: ୧୩ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ

    ପୁଣି  ଅଦଳବଦଳ: ୧୩ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ

    ଅନିଲ ଅମ୍ବାନୀଙ୍କ ୫୦ ଠିକଣାରେ ଇଡି ଚଢାଉ

    ଅନିଲ ଅମ୍ବାନୀଙ୍କ ୫୦ ଠିକଣାରେ ଇଡି ଚଢାଉ

    ବିନା ଭିସାରେ ୫୯ ଦେଶକୁ ଯାଇପାରିବେ ଭାରତୀୟ

    ବିନା ଭିସାରେ ୫୯ ଦେଶକୁ ଯାଇପାରିବେ ଭାରତୀୟ

    ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି:ପ୍ରଦୀପ ମାଝୀ

    ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି:ପ୍ରଦୀପ ମାଝୀ