୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍। ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ରୋହତକ ସ୍ଥିତ ସୁନାରିଆ ଜେଲ୍‌ରେ ବନ୍ଦୀ ଥିବା ବାବା ରାମ୍ ରହିମ୍‌ ପାରୋଲରେ ଆସି ସିରସା ଡେରା ଅଭିମୁଖେ ଯାଇଛନ୍ତି। ଆସନ୍ତା ଅଗଷ୍ଟ ୧୫ରେ ତାଙ୍କର ଜନ୍ମଦିନ ରହିଛି। ତେଣୁ ସିରସା ଡେରାରେ ରକ୍ଷା ବନ୍ଧନ ପରେ ରାମ ରହିମ୍‌ଙ୍କ ଜନ୍ମୋତ୍ସବ ପାଳନ ହେବ ବୋଲି ସୂଚନା ମିଳିଛି। ସୂଚନାନୁଯାୟୀ, ବାବା ରାମ ରହିମ୍ ୨୦୧୭ରୁ ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇ ରୋହତକର ସୁନାରିଆ ଜେଲ୍‌ରେ ସଜା କାଟୁଛନ୍ତି। ରାମ ରହିମଙ୍କ ଜେଲରୁ ବାହାରକୁ ବାହାରିବା କିଛି ନୂଆ କଥା ନୁହେଁ। ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଦିଲ୍ଲୀରେ ନିର୍ବାଚନ ସମୟରେ ସେ ପାରୋଲରେ ବାହାରିଥିଲେ। ଶେଷ ଥର ପାଇଁ ସେ ୧୦ ଏପ୍ରିଲରେ ୨୧ ଦିନିଆ ଫର୍ଲୋରେ ଜେଲରୁ ବାହାରକୁ ଆସିଥିଲେ।
ଜେଲରେ ଏକ ନିର୍ଦ୍ଦିଷ୍ଟ ସମୟ କାଟିବା ପରେ, କୋର୍ଟରେ ପାରୋଲ ଏବଂ ଫର୍ଲୋ ପ୍ରକ୍ରିୟା ଆରମ୍ଭ ହୁଏ। ତେବେ ପାରୋଲର ଅବଧି ଦଣ୍ଡରେ ଯୋଡା ଯାଏ ନାହିଁ କିନ୍ତୁ ଫର୍ଲୋର ଅବଧି ଦଣ୍ଡରେ ଯୋଡା ଯାଏ। ରାମ ରହିମ୍ ୨୦୨୫ ମସିହାରେ ତୃତୀୟ ଥର ପାଇଁ ଜେଲରୁ ବାହାରକୁ ଆସିଛନ୍ତି। ତାଙ୍କୁ ଫେବୃଆରୀ ଏବଂ ଏପ୍ରିଲରେ ୨୧ ଦିନର ଫର୍ଲୋ ମିଳିଛି। ୨୦୧୭ ମସିହାରୁ ସେ ୧୪ ଥର ଜେଲ୍‌ରୁ ବାହାରକୁ ଆସି ସାରିଲେଣି।

  • Related Posts

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ପଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରୁ ବହିଷ୍କୃତ ହେବା ପରେ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୟେଷ୍ଠ ପୁତ୍ର ତେଜ ପ୍ରତାପ ଯାଦବ ବିହାର ବିଧାନସଭା ନିର୍ବାଚନରେ ଭାଗ ନେବା ପାଇଁ ପାଞ୍ଚଟି କ୍ଷୁଦ୍ର ରାଜନୈତିକ ଦଳ ସହ ଏକ ମେଣ୍ଟ…

    ୫.୫%ରେ ରେପୋ ଅପରିବର୍ତ୍ତିତ

    ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକର ପରିଣାମ ଆସିଛି । ଏଥର ରେପାରେଟ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅର୍ଥାତ ରେପୋ ଅପରିବର୍ତ୍ତିତ ରହିଛି । ୫.୫ ପ୍ରତିଶତରେ ସ୍ଥିର ରହିଛି ସୁଧହାର ।…

    Leave a Reply

    Your email address will not be published. Required fields are marked *

    You Missed

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ୫.୫%ରେ ରେପୋ ଅପରିବର୍ତ୍ତିତ

    ୫.୫%ରେ ରେପୋ ଅପରିବର୍ତ୍ତିତ

    ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

    ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍