
ଭୁବନେଶ୍ୱର: ଶୁକ୍ରବାର ଠାରୁ ପାଞ୍ଚଦିନ ଯାଏଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ୫ଟି ଜିଲ୍ଲା – କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଗସ୍ତ କରିବେ। ଏହି ଗସ୍ତ କାର୍ୟ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କୋଟିଆ ଗସ୍ତ କରି କୋଟିଆ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ୟ୍ୟକ୍ରମ ସହିତ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ। ଏହା ସହ ଅଗଷ୍ଟ ୯ ତାରିଖ, ରାକ୍ଷୀ ପୂର୍ଣ୍ଣିମା ଅବସରରେ କୋରାପୁଟରେ ଆୟୋଜିତ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ସମାରୋହରେ ଯୋଗ ଦେବେ। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ୫ଟି ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ୟ୍ୟଟନ ବିଭାଗର ବିଭିନ୍ନ କାର୍ୟ୍ୟକ୍ରମ ଓ ଯୋଜନାଗୁଡିକର ସମୀକ୍ଷା କରିବା ସହ ଆଗାମୀ କାର୍ୟ୍ୟକ୍ରମ ଓ ପ୍ରକଳ୍ପଗୁଡିକର କାର୍ୟ୍ୟନ୍ୱୟନ ସମୀକ୍ଷା କରିବେ।