
ଭୁବନେଶ୍ୱର: ବଳଙ୍ଗା ପୀଡ଼ିତାଙ୍କ ମୃତୁ୍ୟ ଘଟଣାକୁ ନେଇ ପୁରୀ ବିଜେଡି ପକ୍ଷରୁ ହରତାଳ ଡାକରା ଦିଆଯାଇଛି । ଆସନ୍ତା ୭ ତାରିଖ ଦିନ ସକାଳ ୬ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ପୁରୀ ହରତାଳ କରାଯିବାକୁ ଆହ୍ୱାନ ଦିଆଯାଇଛି । ଦୋକାନ ବଜାର ବନ୍ଦ ସହ ଗାଡ଼ିମୋଟର ଚଳାଚଳ ବନ୍ଦ ପାଇଁ ଡାକରା ଦିଆଯାଇଛି । ପୀଡ଼ିତାଙ୍କ ମୃତୁ୍ୟ ଏବେ ବି ରହସ୍ୟଘେରରେ ରହିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ରାଜ୍ୟ ସରକାର ଜାଣିଶୁଣି ଅଭିଯୁକ୍ତଙ୍କୁ ଚିହ୍ନଟ କରୁଥିବା ଦଳ ଅଭିଯୋଗ କରିଛି । ଏପରିକି ପୀଡ଼ିତାଙ୍କ ବାପାଙ୍କ ଉପରେ କି ଚାପ ପଡ଼ିଲା ଯେ ସେ ମତ ବଦଳାଇଲେ ବୋଲି ଦଳ ପ୍ରଶ୍ନ କରିଛି ।