କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ଟିମ୍

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟସଭାର ବିଜେଡି ସାଂସଦ, ବିଧାୟକ, ଓଡିଶାର ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପୂର୍ବତନ ସାଂସଦଙ୍କ ସହ ଦେବୀ ମିଶ୍ରଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧି ଦଳ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସି ଆର ପାଟିଲଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଉପସ୍ଥାପନ କରିଥିଲେ । ଆନ୍ଧ୍ରପ୍ରଦେଶରେ ପୋଲାଭାରାମ ପ୍ରକଳ୍ପ ନିର୍ମାଣ ହେତୁ ବୃହତ ଅଞ୍ଚଳର ସମ୍ଭାବ୍ୟ ଜଳମଗ୍ନତା ବିଷୟରେ ଓଡିଶା ରାଜ୍ୟ, ବିଶେଷକରି ମାଲକାନଗିରି ଜିଲ୍ଲାର ହଜାର ହଜାର ଆଦିବାସୀଙ୍କ ଜୀବନ ଏବଂ ଜୀବିକା ପାଇଁ ଏହି ପ୍ରକଳ୍ପର ପ୍ରଭାବିତ ହେବେ ବିଶେଷକରି ମାଲକାନଗିରିର ଅସୁରକ୍ଷିତ ତଥା ଆଦିମ ଜନଜାତିଙ୍କ ପାଇଁ ଜରୁରୀ ଧ୍ୟାନ ଏବଂ ପ୍ରତିକାର ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ ।
ଭାରତ ସରକାରଙ୍କ ନିକଟରେ ୧୫ଶହ କୋଟି ଟଙ୍କା ମଞ୍ଜୁର ହୋଇଛି। ପୋଲାଭାରାମ ପ୍ରକଳ୍ପର ସମାପ୍ତି ପାଇଁ ଓଡିଶାର ଚିନ୍ତା ବଢ଼ାଇ ଦେଇଛି। କାରଣ ଏହା ଆମ ସ୍ଥାନୀୟ ସମ୍ପ୍ରଦାୟର ଜମି, ଜୀବିକା ଏବଂ ନିରାପତ୍ତା ଉପରେ ପ୍ରଭାବ ପକାଇବ। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ଅଟନ୍ତି। ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲର ସଂକଳ୍ପ ଅନୁଯାୟୀ ଏହି ପ୍ରକଳ୍ପ ଗଠନ କରାଯାଇଥିଲା। ଯାହା ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ମଧ୍ୟପ୍ରଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଦର୍ଶାଇଥିଲା। ତେବେ ଓଡିଶା ଏବଂ ଛତିଶଗଡର ଅପଷ୍ଟ୍ରିମ ରାଜ୍ୟଗୁଡିକରେ ବ୍ୟାକ୍ ୱାଟର ପ୍ରଭାବକୁ ପର୍ଯ୍ୟାପ୍ତ ଧ୍ୟାନ ନ ଦେଇ ମୂଳ ଡିଜାଇନ୍ ବନ୍ୟା ଜଳ ନିଷ୍କାସନ କ୍ଷମତାକୁ ୩୬ ଲକ୍ଷ କ୍ୟୁସେକ୍ ରୁ ୫୦ ଲକ୍ଷ କ୍ୟୁସେକ୍ କୁ ବୃଦ୍ଧି କରି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ମାଲକାନଗିରିର ପ୍ରଭାବିତ ଜନସଂଖ୍ୟା ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି। ଯେଉଁମାନେ ନିଜ ଜମି ଓ ଘର ହରାଇବାର ବିପଦରେ ଅଛନ୍ତି।
ଦେବୀ ମିଶ୍ର, ସସ୍ମିତ ପାତ୍ର, ରାଜ୍ୟସଭା, ଦେବଶ ସାମନ୍ତରାୟ, ମାନସ ମଙ୍ଗରାଜ, ସୁଲତା ଦେଓ, ମୁନା ଖାନ, ମାନ୍ୟବର ସାଂସଦ, ନିରଂଜନ ବିଷୀ, ସୁଭାଷୀ ଖୁଣ୍ଟିଆ, ପ୍ରଦୀପ ମାଝୀ, ମନୋହର ରନ୍ଧାରୀ, ପ୍ରିୟବ୍ରତ ମାଝୀ, ଭୃଗୁ ବକ୍ସି ,ମାନସ ମାଡକାମୀ ସମସ୍ତେ ଉପସ୍ଥି ଥିଲେ।

  • Related Posts

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ଭୁବନେଶ୍ଵର, ୦୮ / ୦୮: ଅଗଷ୍ଟ ୩୧ରେ ପ୍ରତିବର୍ଷ ଭଳି ପାଳିତ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ଉତ୍ସବ ପାଳନ ସ୍ୱରୂପ ୧୧୫ଗୋଟି ପୌରପାଳିକାରେ ସପ୍ତାହବ୍ୟାପୀ ବିଭିନ୍ନ…

    ଶନିବାର କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

    ଜୟପୁର: ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହର ଉପକଣ୍ଠ ବାଙ୍କବିଜାରେ ଆୟୋଜିତ ସମାବେଶରେ ଯୋଗଦେବେ । ୯ ତାରିଖ ପୂର୍ବାହ୍ଣରେ ମହିଳାଙ୍କୁ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ । ଏହାକୁ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା ବିଧାନସଭାର ନୂତନ େୱବ୍‌ସାଇଟ୍‌ ଉନ୍ମୋଚିତ

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ତ୍ଵରିତ ପଦକ୍ଷେପ : ଦିନକରେ ଦିଆଗଲା ଦିବ୍ୟାଙ୍ଗ ପ୍ରମାଣପତ୍ର

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

    ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

    State-level workshop on Mental Health held in Bhubaneswar