ରଙ୍ଗ ବଦଳାଇବାରେ ଓସ୍ତାଦ ହେଉଛି ବିଜେଡି : ସୁରେଶ ପୁଜାରୀ

ଭୁବନେଶ୍ୱର: ଆମର ରଙ୍ଗ କେବେହେଲେ ବଦଳି ନାହିଁ । କିନ୍ତୁ ରଙ୍ଗ ବଦଳାଇବାରେ ଓସ୍ତାଦ ହେଉଛି ବିଜେଡି । ରଙ୍ଗ ବଦଳାଇ ବିଜେଡି ୧୯୯୮ରେ ଆମ ସହ ମେଂଟ କରିଥିଲା । ନିଜ ଆବଶ୍ୟକତା ପୁର୍ତି ହୋଇଯିବା ପରେ ଏବଂ ନିଜ ସ୍ୱାର୍ଥ ଦୃଷ୍ଟିକୋଣରୁ ବିଜେଡି ୨୦୦୯ରେ ପୁଣି ଥରେ ବିଜେପି ସହ ସଂପର୍କ ଛିନ୍ନ କରିଥିଲା ଏବଂ କଂଗ୍ରେସ ସହ ସାଲିସ କରି ସଂପର୍କ ସ୍ଥାପନା କରିଥିଲା । ବର୍ତମାନ ବି କଂଗ୍ରେସ ସହ ନିବିଡ ସଂପର୍କ ରହିଛି । ବିଧାନସଭା ଭିତରେ ଓ ବାହାରେ ସାଲିସ ଜାରୀ ରଖିଛି ଏବଂ ଦୁଇ ଦଳର ଭାଷା ମଧ୍ୟ ସମାନ ରହିଛି ବୋଲି ବରିଷ୍ଠ ନେତା ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଶ୍ରୀ ପୁଜାରୀ କହିଛନ୍ତି ଯେ, ଚାପରେ ପଡି ବରିଷ୍ଠ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ନିଜ ଇଚ୍ଛା ବିରୁଦ୍ଧରେ ଅନେକ କଥା କହିଥାନ୍ତି । ଆଜି ମଧ୍ୟ ଶ୍ରୀ ଆଚାର୍ଯ୍ୟ ମୁହଁରୁ ମିଛ କୁହାଇବାର ପ୍ରୟାସ କରିଛି ବିଜେଡି । ୨୦୧୬ ପୂର୍ବରୁ ଖଣିଜ ସଂପଦର ସମସ୍ତ ଲାଭ କେନ୍ଦ୍ର ନେଉଥିଲା । ଖଣିବହୁଳ ରାଜ୍ୟମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୋଦି ସରକାର ୨୦୧୬ ରେ ଏମଏମଡିଆର ଆଇନରେ ସଂଶୋଧନ ଆଣି ପ୍ରଧାନମନ୍ତ୍ରୀ ଖଣିଜ ପଦାର୍ଥ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେଓ୍‌ôାଇ) ପ୍ରଚଳନ କଲେ । ଏହା ଦ୍ୱାରା ଖଣି ସଂପତି ଲାଭାଂଶର ସର୍ବନିମ୍ନ ୨ ପ୍ରତିଶତ ସ୍ଥାନୀୟ ଅଂଚଳର ବିକାଶ ପାଇଁ ପାଂଠି ଗଠନ ହେଲା । ପରବର୍ତୀ ସମୟରେ କଂପାନୀ ଆଇନରେ ସଂଶୋଧନ ଆଣି ସିଏସଆର ପାଂଠି ଜରିଆରେ ଓଡିଶାକୁ ପର୍ଯ୍ୟାପ୍ତ ପରିମାଣ ଟଙ୍କା କେନ୍ଦ୍ରରୁ ଆସିଛି । ଓଡିଶା ସର୍ବାଧିକ ଲାଭାନ୍ୱିତ ହେଲା । ଏହି ଆଇନ ବଳରେ ବିଜେଡି ସରକାରରେ ମଧ୍ୟ ପର୍ଯ୍ୟାପ୍ତ ଟଙ୍କା ଆସିଛି । ବିଜେଡି ଲାଭାନ୍ୱିତ ହେଲା, କିନ୍ତୁ ଓଡିଶାବାସୀ ଲାଭାନ୍ୱିତ ହେଲେ ନାହିଁ । ଲୋକଙ୍କ ସ୍ୱାର୍ଥରେ ଖର୍ଚ୍ଚ ନକରି ମୁଳତଃ ଠିକାଦାରମାନଙ୍କୁ ପୋଷିବା ପାଇଁ ଖର୍ଚ୍ଚ କରିଛନ୍ତି ବୋଲି ଶ୍ରୀ ପୁଜାରୀ ଅଭିଯୋଗ କରିଛନ୍ତି ।

ବିଜେଡି ଶାସନରେ ଓଡିଶାର ଏସଏଚଜି ମହିଳାମାନଙ୍କୁ ସୁଧଯୁକ୍ତ ଋଣ ଦିଆଯାଉଥିଲା । ମୋହନ ମାଝୀ ନେତୃତ୍ୱ ବିଜେପି ସରକାରରେ ସୁଭଦ୍ରା ଯୋଜନାରେ ସିଧାସଳଖ ବାର୍ଷିକ ୧୦ ହଜାର ଟଙ୍କା ୨୧ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ପ୍ରଦାନ କରାଗଲା । ସେହିପରି ସୋହେଲା ଠାରେ ଧାନ କ୍ୱିଂଟାଲ ପିଛ ୧୦୦ ଟଙ୍କାର ବୋନସ ଘୋଷଣା କେବଳ ପ୍ରତିଶୃତିରେ ରହିଗଲା । ନବୀନ ବାବୁଙ୍କ କାର୍ଯ୍ୟକାଳ ସରିଗଲା, କିନ୍ତୁ ଓଡିଶାର ଚାଷୀକୁଳକୁ ଟଙ୍କାଟାଏ ମିଳିଲା ନାହିଁ । ମୋହନ ମାଝୀ ନେତୃତ୍ୱ ବିଜେପି ସରକାର ଏମଏସପି ଉପରେ ୮୦୦ ଟଙ୍କା ଇନପୁଟ ସବସିଡି (ସ୍ୱତନ୍ତ୍ର ସହାୟତା ରାଶି) ଦେଲେ । ଆଖି କାନ ବନ୍ଦ କରିଦେଲେ କିଛି ଦିଶିବ ନାହିଁ କି କିଛି ଶୁଭିବ ନାହିଁ । ଶାସନରୁ ବିଦା ହେବା ପରେ ବିଜେଡି ନିଜ ଆଖି ଓ କାନ ବନ୍ଦ କରିଦେଇଛି । ତେଣୁ ବିକାଶ ଦେଖାଯାଉନାହିଁ ବୋଲି ଶ୍ରୀ ପୁଜାରୀ କହିଛନ୍ତି ।

ଓଡିଶାର ଜନସଂଖ୍ୟା ହେଉଛି ଦେଶ ଜନସଂଖ୍ୟାର ୪ ପ୍ରତିଶତ । ତେଣୁ ଅତୀତରେ ସମୁଦାୟ କେନ୍ଦ୍ର ବଜେଟର ୪ ପ୍ରତିଶତ ଅର୍ଥ ଦାବୀ କରାଯାଉଥିଲା । ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ସରକାରର ଦାବୀଠାରୁ ଅଧିକ ଅର୍ଥ କେନ୍ଦ୍ରରୁ ମୋଦି ସରକାର ଦେଇଛନ୍ତି । କିନ୍ତୁ ନିଜ ପୈତୃକ ସଂପତି ଭଳି ଖର୍ଚ୍ଚ କରିଥିଲା ବିଜେଡି ସରକାର । ଓଡିଶାବାସିଙ୍କ ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇ ତତ୍କାଳୀନ ବିଜେଡି ସରକାର ଦଳୀୟ ଓ ବ୍ୟକ୍ତିଗତ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥିଲେ ବୋଲି ଶ୍ରୀ ପୁଜାରୀ କହିଛନ୍ତି । ଗଣତନ୍ତ୍ରର ପରିଭାଷା ଶିଖିବା ନବୀନ ବାବୁଙ୍କଠାରୁ ଶତୃର ମଧ୍ୟ ସେ ଦୁର୍ଭାଗ୍ୟ ନମିଳୁ । ଗଣତନ୍ତ୍ରକୁ ରକ୍ତାକ୍ତ କରିଥିବା ବିଜେଡି ମୁହଁରେ ଗଣତନ୍ତ୍ରର ପରିଭାଷା ଶୋଭା ପାଉନାହିଁ । ବିଜେଡିର କଥା ଓ କାର୍ଯ୍ୟ ଭିତରେ ସବୁବେଳେ ଅସାମଞ୍ଜ୍ୟସ ରହିଆସିଛି । ସୁସ୍ଥ ଗଣତନ୍ତ୍ରର ପରିଭାଷା ପ୍ରଥମେ ନିଜେ ଶିଖି ବିଜେଡି ପାଳନ କରିବା ଆବଶ୍ୟକ ରହିଛି ବୋଲି ଶ୍ରୀ ପୁଜାରୀ କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

  • Related Posts

    ନିଆଁ ଲାଗି ମହିଳା ମୃତ

    ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ରଥୀପୁର ଗାଁରେ ଅଘଟଣ । ନିଆଁ ଲାଗି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ରୀନା ପ୍ରଧାନ ବୋଲି ଜଣାପଡିଛି । ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌…

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୩ ଦିନିଆ ଓଡିଶା ଗସ୍ତରେ ଆସି ଅଗଷ୍ଟ ୧୩ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିବେ । ସେ ତିନି ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୫ ତାରିଖ ଦିନ…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ