ଦଲାଲଙ୍କ ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ସମୀକ୍ଷା ବେଳେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଏବଂ ଚାଷୀ ମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମଣ୍ଡିରେ ଚାଷୀମାନଙ୍କ ପାଇଁ ଖାଦ୍ୟ, ପାଣି ଓ ଟଏଲେଟର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ଦଲାଲମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ନୂଆ ସରକାର ଗଠନର ଛଅ ମାସ ପୂରଣ ହେଉଛି। ପିଏମ୍‌ କିଷାନ ଓ ସିଏମ୍‌ କିଷାନ ସହିତ ୮୦୦ ଟଙ୍କା ଇନ୍‌ପୁଟ ସହାୟତାରେ ଧାନ କିଣା ବ୍ୟବସ୍ଥା ଚାଷୀଙ୍କ ସଶକ୍ତୀକରଣ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହା ଦ୍ବାରା ୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହୋଇପାରିବେ। ଏଣୁ, ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଦକ୍ଷତାର ସହିତ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। କୌଣସି ପରିସ୍ଥିତିରେ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବା ଉଚିତ୍‌ ନୁହେଁ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ତ୍ରୁଟିଶୂନ୍ୟ ଧାନ ସଂଗ୍ରହ ପାଇଁ ବ୍ୟବସ୍ଥା ଗ୍ରହଣ, ମନିଟରିଂ, ଚାଷୀଙ୍କ ସମସ୍ଯାର ତୁରନ୍ତ ସମାଧାନ, ଚାଷୀମାନଙ୍କ ପାଇଁ ମଣ୍ଡି ନିକଟରେ କ୍ୟାଣ୍ଟିନ୍‌, ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥାକୁ ଗୁରୁତ୍ଵ ଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଚାଷୀଙ୍କ ସଶକ୍ତିକରଣ ଆମ ସରକାରର ଦାୟିତ୍ଵ ଏବଂ ଲକ୍ଷ୍ୟ, ଏହାକୁ ଗୁରୁତ୍ଵ ଦେଇ ଆମ ସରକାର କାର୍ଯ୍ୟ କରୁଛନ୍ତି।

  • Related Posts

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଭୁବନେଶ୍ୱର: ଶ୍ରୀମନ୍ଦିରେ ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍‍…

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ଭୁବନେଶ୍ୱର: ଏଣିକି ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍‌ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯିବ । ଏହି କାର୍ଡରେ ପିଲାଟିର ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ ରେକର୍ଡ କରାଯିବ । ଏହାକୁ ଆଧାର କରି ତାର ଚିକିତ୍ସା କରାଯିବ । ଏପରି ସୂଚନା ଦେଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା