ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସବୁବେଳେ ସମର୍ଥନ ଦେଇ ଆସୁଛି: ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଜୟ ଜଗନ୍ନାଥ…ଜୟ ଜଗନ୍ନାଥ…। ଓଡ଼ିଶାର ଭାଇ-ଭଉଣୀମାନଙ୍କୁ ମୋର ନମସ୍କାର, ଜୁହାର। ଓଡ଼ିଶାର ସବୁ ପରିବାର ମା’-ମାଉସୀ, ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନିକଟରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ପର୍ବରେ ଯୋଗଦେବାର ସୁଯୋଗ ମିଳିଥିଲା। ସେଠାରେ ଓଡ଼ିଶାର ଚା’ ପିଇଥିଲି। ତିନିଦିନିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସନ୍ଧ୍ୟାରେ ଏହା କହିଛନ୍ତି। ବିମାନବନ୍ଦର ନିକଟରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ଫଳ, ହରିୟାଣା ନିର୍ବାଚନ ଫଳ ପରେ ଦେଶରେ ବିଶ୍ବାସ ଭରିଛି। ଏହି ବିଜୟର ଆୟମାରମ୍ଭ ଓଡ଼ିଶାରୁ ହୋଇଛି।

ବିରୋଧୀ ଦଳ ମୋଦୀ ସରକାରଙ୍କ ବିରୋଧରେ ସବୁବେଳେ ଅପପ୍ରଚାର କରୁଛନ୍ତି। କିନ୍ତୁ ଜନତା ମୋଦୀ ସରକାରଙ୍କୁ ଆଶୀର୍ବାଦ କରୁଛନ୍ତି। ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ କିଛି ଲୋକ କହୁଥିଲେ ଓଡ଼ିଶାରେ ବିଜେପିର ବଳ ନାହିଁ। ମାତ୍ର ନିର୍ବାଚନ ଫଳାଫଳ ଓଲଟା ଦେଖାଗଲା। ଯେଉଁ ରାଜ୍ୟରେ ଆମ ସରକାର ନଥିଲା, ସେଠାରେ ଆମର ଯୋଜନାର ନାମକୁ ବଦଳାଇ ଦେଉଥିଲେ। କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ସବୁବେଳେ ସମର୍ଥନ ଦେଇ ଆସୁଛନ୍ତି। କେନ୍ଦ୍ରରେ ଓଡ଼ିଶାର ପ୍ରତିନିଧିତ୍ବକୁ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ରର କାର୍ଯ୍ୟ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ଓଡ଼ିଶାକୁ ବିଜେପି ନୂଆନୂଆ ଯୋଜନା ଭେଟି ଦେଇଛି। ମୁଖ୍ୟମନ୍ତ୍ରୀ ଭାବେ ଗୁଜରାଟର ସେବା କରିବାକୁ ସୁଯୋଗ ମିଳିଛି। ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀଙ୍କ ସୁଯୋଗ ମିଳିଛି। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲା ପରେ ବିଶ୍ବର କୋଣଅଣୁକୋଣରେ ଚର୍ଚ୍ଚା ହେଉଛି। ପୂରା ବିଶ୍ବରେ ଭାରତର ପ୍ରଭାବ ବଢ଼ିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୀତିରେ ବିରୋଧୀମାନେ ବିରୋଧ କରିବା ସ୍ବାଭାବିକ। ରାଜନୈତିକ ଦଳ ଜନତାକୁ ସଚେତନ କରିଥାନ୍ତି। ଆନ୍ଦୋଳନ ଆଗରୁ ହେଉଥିଲା ଏବଂ ଏବେ ବି ହେଉଛି।

  • Related Posts

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହାର ମାମଲାର ଶୁଣାଣି ଆଜି ଟ୍ରିବୁ୍ୟନାଲରେ ହେବାକୁ ଥିବାବେଳେ ତାହା ଏବେ ଆସନ୍ତା ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଛି । ଉଭୟ…

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ଭୁବନେଶ୍ୱର:ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶନିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରତିଉତ୍ତର…

    Leave a Reply

    Your email address will not be published. Required fields are marked *

    You Missed

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ  କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଏନକାଉଣ୍ଟର, ଆତଙ୍କୀ ନିପାତ

    ଏନକାଉଣ୍ଟର, ଆତଙ୍କୀ ନିପାତ

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’