
କଟକ: ଲାଲବାଗ ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ସାହିରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଛି । ଜଣେ ମହିଳା କନଷ୍ଟେବଳଙ୍କୁ ବିଭତ୍ସ ଭାବେ ହତ୍ୟାକରି ତାଙ୍କ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି। ଅପରପକ୍ଷେ ସ୍ୱାମୀ ସ୍ତ୍ରୀଙ୍କ ଗଣ୍ଡଗୋଳକୁ ରୋକିବାକୁ ଯାଇ ଜଣେ ପଡୋଶୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମହିଳାଙ୍କ ରକ୍ତାକ୍ତ ମୃତ ଦେହ ଘର ଭିତରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍ ପଠାଇଛି। ମୃତ ମହିଳାଙ୍କର ସ୍ୱାମୀଙ୍କୁ ପୁଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ସିଦ୍ଧେଶ୍ୱର ସାହିରେ ଜଣେ ବ୍ୟକ୍ତି କ୍ଷତାକ୍ତ ଅବସ୍ଥାରେ ଥିବା ଜାଣି ଘଟଣା ସ୍ଥଳରେ ଲାଲବାଗ ଥାନା ପୁଲିସ ତୁରନ୍ତ ପହଞ୍ôଚଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ôଚଲା ବେଳେ ସ୍ୱାମୀଙ୍କର ଗଳାରୁ ରକ୍ତସ୍ରାବ ହେଉଥିଲା । ତାଙ୍କ ସ୍ତ୍ରୀ ମୃତ ଦେହ ରକ୍ତ ଜୁଡ଼ୁଜୁଡ଼ୁ ଅବସ୍ଥାରେ ଘରେ ପଡ଼ି ରହିଥିଲା । ପୁଲିସ ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲା । ମୃତ ମହିଳା କନଷ୍ଟେବଳ ହେଲେ ବିଷ୍ଣୁପ୍ରିୟା ମଲ୍ଲିକ (୩୦)। ସେ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ୱାମୀଙ୍କ ନାଁ ବିଶ୍ୱଜିତ ମଲ୍ଲିକ। ୨୦୧୯ରେ ସେମାନେ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ୬ ବର୍ଷର ଝିଅ ଅଛି। ସେମାନେ କଟକ ସିଦ୍ଧେଶ୍ୱର ସାହିରେ ଭଡ଼ାରେ ରହୁଥିଲେ। ଆଜି ଦ୍ୱିପହରରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଉତ୍ କ୍ଷିପ୍ତ ବିଶ୍ୱଜିତ ପତ୍ନୀ ବିଷ୍ଣୁପ୍ରିୟାଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ବିଷ୍ଣୁପ୍ରିୟାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ସେମାନେ ବିଶ୍ୱଜିତଙ୍କୁ ଅଟକାଇ ଥିଲେ। ହେଲେ ବିଷ୍ଣୁପ୍ରିୟା ସେତେବେଳକୁ ପ୍ରାଣତ୍ୟାଗ କରିସାରିଥିଲେ। ବିଶ୍ୱଜିତ ସେହି ଛୁରୀରେ ନିଜ ବେକ କାଟି ଦେଇଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ବିଶ୍ୱଜିତ ତାଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ଜୋନ-୩ ଏସିପି ପ୍ରଦିପ୍ତ କୁମାର ରାଉତଙ୍କ ସହ ଲାଲବାଗ ଥାନା ଆଇଆଇସି ସୁଧାଂଶୁ ଜେନା ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଥିବା ବେଳେ ସାଇଣ୍ଟିଫିକ ଟିମ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀକୁ ଜବତ କରିଥିବା ଜଣାପଡ଼ିଛି ।