ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି

ଭୁବନେଶ୍ୱର: ସୁଭଦ୍ରା ଟଙ୍କା ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଆସନ୍ତା ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିବ । ୧ ଲକ୍ଷ ୮୮ ହଜାର ବଞ୍ଚିତ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବ୍ୟବସ୍ଥା ହେବ । ଯୋଗ୍ୟ ହେଲେ ଅଗଷ୍ଟ ୯ ତାରିଖରେ ସୁଭଦ୍ରା କିସ୍ତି ମିଳିବ । ବଳକା ହିତାଧିକାରୀ ଯୋଗ୍ୟ ହେଲେ ମାର୍ଚ୍ଚ ୮ରେ ସମସ୍ତ କିସ୍ତିର ଅର୍ଥ ପାଇବେ । ଜିରୋ ଇନକମ ଟ୍ୟାକ୍ସ ଦେଉଥିବେ, ୨.୫ ଲକ୍ଷରୁ ଉଦ୍ଧ୍ୱର୍ ରୋଜଗାର ଥିଲେ ସୁଭଦ୍ରା ଟଙ୍କା ମିଳିବନି । କୋଟିଆରେ ଘରେ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏହା ପୂର୍ବରୁ କୋଟିଆ ଯାଇ ସୁଭଦ୍ରା ଏନରୋଲମେଣ୍ଟ ଚେକ କରିବେ । ଅଗଷ୍ଟ ୯ କିସ୍ତି କୋରାପୁଟ ଜୟପୁର ଯାଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପ୍ରଦାନ କରିବେ ।

  • Garvita Odia

    Related Posts

    ସଂସଦ ଭବନ ପରିସରରେ ବିଜେଡି ସାଂସଦଙ୍କ ପ୍ରତିବାଦ,କାହିଁକି ଜାଣନ୍ତୁ

    ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଛି ନାରୀ ନିର୍ୟାତନା । ନାରୀ ଓ ଶିଶୁଙ୍କ ସୁରକ୍ଷା ପାଇଁ ସଂସଦ ଭବନ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ବିଜେଡି ସାଂସଦମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ରାଜ୍ୟରେ ବଢି ଚାଲିଥିବା ନାରୀ ନିର୍ୟାତନା ଏବଂ…

    ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

    ଜୟପୁର: ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସିବେ । ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ । କୋଟିଆ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବେ । ଉପମୁଖ୍ୟମନ୍ତ୍ରୀ…

    Leave a Reply

    Your email address will not be published. Required fields are marked *

    You Missed

    ସଂସଦ ଭବନ ପରିସରରେ ବିଜେଡି ସାଂସଦଙ୍କ ପ୍ରତିବାଦ,କାହିଁକି ଜାଣନ୍ତୁ

    ସଂସଦ ଭବନ ପରିସରରେ ବିଜେଡି ସାଂସଦଙ୍କ ପ୍ରତିବାଦ,କାହିଁକି ଜାଣନ୍ତୁ

    ବିମାନ ଚଳାଚଳ ନେଇ ରାଜ୍ୟସଭାରେ ଏହି ଦାବି କଲେ ମାନସ ମଙ୍ଗରାଜ

    ବିମାନ ଚଳାଚଳ ନେଇ ରାଜ୍ୟସଭାରେ ଏହି ଦାବି କଲେ  ମାନସ ମଙ୍ଗରାଜ

    ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ

    ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ

    ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

    ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

    ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

    ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

    ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି

    ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି