ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ମାନଙ୍କ ଜାତୀୟ ସମ୍ମିଳନୀ ଉଦଯାପିତ

ଭୁବନେଶ୍ଵର,30/08:ଦେଶର ପ୍ରକୃତ ସମୃଦ୍ଧି ସଂଖ୍ୟା କିମ୍ବା ଭିତ୍ତିଭୂମିରେ ମପାଯାଏ ନାହିଁ ବରଂ ଏହାର ସବୁଠାରୁ ଅବହେଳିତ ସମ୍ପ୍ରଦାୟକୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦା ଏବଂ ସୁଯୋଗ ଦ୍ଵାରା ମପାଯାଏ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଚଳିତ ଅଗଷ୍ଟ 30 ତାରିଖ ଦିନ ଲୋକସେବା ଭବନର କନଭେନସନ ହଲ ଠାରେ ଆୟୋଜିତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ର ଅଧ୍ୟକ୍ଷ ମାନଙ୍କର ଜାତୀୟ ସମ୍ମିଳନୀର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ନାରାୟଣ ସିଂହ, ସଂସଦର ଅନୁସୂଚିତ ଜାତି ଓ ଜନଜାତି କମିଟିର ଅଧକ୍ଷ ଡ. ଫଗନ୍ ସିଂହ କୁଲସ୍ତେ, ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଡ଼ିଶାର ସଂସଦୀୟ ବ୍ୟାପାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ ମୁକେଶ ମହାଲିଂଗ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ। ସଂସଦ, ରାଜ୍ୟ ବିଧାନସଭା ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ” ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ସଶକ୍ତିକରଣରେ ସଂସଦୀୟ ଏବଂ ବିଧାନ ସଭା କମିଟିର ଭୂମିକା” ବିଷୟବସ୍ତୁ ଉପରେ ଉକ୍ତ ଜାତୀୟ ସମ୍ମିଳନୀ କେନ୍ଦ୍ରିତ ଥିଲା। ଏହି ସମାରୋହରେ ରାଜ୍ୟପାଳ ଡ କମ୍ଭମପାଟି ଉଦବୋଦନ ଦେଇ କହିଥିଲେ ଯେ, ଅନୁସୂଚିତ ଜାତି ଏବଂ ଜନଜାତି କେବଳ ଭାରତର ସାମାଜିକ ସଂରଚନାର ଅବିଚ୍ଛେଦ୍ୟ ଅଂଶ ନୁହନ୍ତି ବରଂ ଦେଶର ଇତିହାସ, ସଂସ୍କୃତି ଏବଂ ଐତିହ୍ୟର ରକ୍ଷକ ମଧ୍ୟ। ସେମାନଙ୍କର କଲ୍ୟାଣ କେବଳ ନୀତିର ପ୍ରଶ୍ନ ନୁହେଁ ଏହା ସମାନତା, ମର୍ଯ୍ୟାଦା ଏବଂ ଭାଇଚାରାର ସ୍ତମ୍ଭ ଉପରେ ପ୍ରତିଷ୍ଠିତ ଗଣତନ୍ତ୍ର ଭାବରେ ଆମର ପ୍ରଗତିର ମାପକାଠି ବୋଲି ରାଜ୍ୟପାଳ କହିଥିଲେ। ସାମ୍ବିଧାନିକ ସୁରକ୍ଷାକୁ ଅର୍ଥପୂର୍ଣ୍ଣ କାର୍ଯ୍ୟରେ ପରିଣତ କରିବାରେ ସଂସଦୀୟ ଏବଂ ରାଜ୍ୟ ବିଧାନ ସଭା କମିଟି ଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ କହିଥିଲେ। ନୀତି ଗୁଡ଼ିକର ଯାଞ୍ଚ ଏବଂ ଉତ୍ତରଦାୟିତ୍ଵ ସୁନିଶ୍ଚିତ କରିବାରେ ସେମାନଙ୍କର ପ୍ରୟାସ ତୃଣମୂଳ ସ୍ତରରେ ବିକାଶ ପହଞ୍ଚାଇବା ଦିଗରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ରାଜ୍ୟର ଜନସଂଖ୍ୟାର ପ୍ରାୟ ୨/୫ ଅନୁସୂଚିତ ଜାତି ଏବଂ ଜନଜାତି ଅନ୍ତର୍ଭୁକ୍ତ, ଯେଉଁଥିରେ ୬୪ ଜନଜାତି ସମ୍ପ୍ରଦାୟ ଏବଂ ୧୩ ପିଭିଟିଜି ଅନ୍ତର୍ଭୁକ୍ତ ଅଟନ୍ତି। ରାଜ୍ୟପାଳ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରେରଣାଦାୟକ ଯାତ୍ରା ଏବଂ ନିକଟ ଅତୀତରେ ନୀଟ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ମାଲକାନଗିରି ଜିଲ୍ଲାର ଦିଦାୟୀ ପିଭିଟିଜି ବର୍ଗର ପ୍ରଥମ ଛାତ୍ରୀ ଭାବେ ଚମ୍ପା ରାସପେଦାଙ୍କ ସଫଳତା ଶିକ୍ଷା ଏବଂ ସୁଯୋଗର ପରିବର୍ତ୍ତନକାରୀ ଶକ୍ତିର ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ନ୍ୟାୟକୁ ସମର୍ଥନ କରୁଥିବା, ବିବିଧତାକୁ ସମ୍ମାନ ଦେଉଥିବା ଏବଂ ସମସ୍ତଙ୍କ ପାଇଁ ମର୍ଯ୍ୟାଦା ଓ ସଶକ୍ତିକରଣକୁ ସୁନିଶ୍ଚିତ କରୁଥିବା ଭାରତ ଗଠନ ପାଇଁ ସମସ୍ତ ସହଭାଗୀ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ସୁଦୃଢ଼ କରିବାକୁ ରାଜ୍ୟପାଳ ଆହ୍ବାନ ଜଣାଇଥିଲେ। ଏହି ସମାରୋହରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦବୋଧନ ଦେଇ ସମସ୍ତେ ନୂତନ ଉତ୍ସାହ ଓ ଶକ୍ତି ସହିତ ସମାଜ ମଙ୍ଗଳ ପାଇଁ ପ୍ରତିବଦ୍ଧ ହେବ। ସହିତ ଅବହେଳିତ ବର୍ଗଙ୍କ ପାଇଁ କାମ କରିବାକୁ ଆହ୍ବାନ ଜଣାଇଥିଲେ। ସମ୍ବିଧାନ ପ୍ରଣେତା ବାବାସାହେବ ଡ. ଆମ୍ବେଦକରଙ୍କ ଦର୍ଶନକୁ ଆଧାରକରି ଦେଶ ପାଇଁ ରୋଡମ୍ୟାପ ପ୍ରସ୍ତୁତି କରିବାରେ ଉକ୍ତ ଜାତୀୟ ସମ୍ମିଳନୀ ପ୍ରେରଣା ଯୋଗାଇବ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଥିଲେ। ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରି ବଂଶ ନାରାୟଣ ସିଂହ ନିଜ ଉଦବୋଧନରେ କହିଥିଲେ ଯେ କେବଳ କାଗଜରେ ନୀତି ନପରଖି ବାସ୍ତବ କ୍ଷେତ୍ରରେ ଯୋଜନା ତୃଣମୂଳ ସ୍ତରରେ ସଠିକ୍ ଭାବରେ କାର୍ଯ୍ୟକାରୀ ହେଲେ ସମାଜ ଓ ଦେଶର ମଙ୍ଗଳ ହେବ । ଏତଦ୍ ବ୍ୟତୀତ ସେବା ଲୋକଙ୍କ ପାଖକୁ ସରଳ ଭାବେ ପହଞ୍ଚାଇବା ପାଇଁ ପ୍ରଯୁକ୍ତି ବିଦ୍ୟା ଏବଂ ସୁଶାସନର ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ। ସଂସଦର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଡ଼. ଫଗନ ସିଂହ କୁଲସ୍ତେ ନିଜ ବକ୍ତବ୍ୟରେ ଏହି ସମ୍ମିଳନୀ ଭବିଷ୍ୟତ ପାଇଁ ମାର୍ଗଦର୍ଶିକା ଭାବେ ଉପଯୋଗି ହେବ ଏବଂ ଏ ଦିଗରେ ସମସ୍ତଙ୍କର ସହଯୋଗ ଓ ସହଭାଗିତା କାମନା କରିଥିଲେ। ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏପରି ଜାତୀୟ ସ୍ତରୀୟ ସମ୍ମିଳନୀର ଆୟୋଜନ କରିବା ପାଇଁ ଓଡ଼ିଶାକୁ ସୁଯୋଗ ଦେଇଥିବାରୁ ଲୋକସଭା ବାଚସ୍ପତିଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ବିଭିନ୍ନ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିମାନେ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ପ୍ରାକୃତିକ ବୈଭବରେ ନିଜକୁ ସାମିଲ କରିଥିବାରୁ ସାଧୁବାଦ୍ ଜଣେଇଥିଲେ। ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ ବକ୍ତବ୍ୟରେ ଅମୃତ କାଳରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ବିକାଶ ଜରୁରୀ ଅଟେ ବୋଲି କହିଥିଲେ । ୨୦୩୬ ଭିଜନ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ସମ୍ପନ୍ନ ହେବ । ଲକ୍ଷପତି ଦିଦି ଏବଂ ସୁଭଦ୍ରା ପରି ଯୋଜନାର ସଫଳତା ଉପରେ ମଧ୍ୟ ଆଲୋକପାତ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଂଗ ନିଜ ବକ୍ତବ୍ୟରେ ଓଡ଼ିଶାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଅବତାରଣା କରି ଅନୁସୂଚିତ ଜାତି ଓ ଜନଜାତି ପାଇଁ ଉପଲବ୍ଧ ବଜେଟର ଶତ ପ୍ରତିଶତ ବିନିଯୋଗ ପାଇଁ ବଦ୍ଧ ପରିକର ହେବା ପାଇଁ କହିଥିଲେ। ଏତଦ୍ ବ୍ୟତୀତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଏବଂ ଚିକିତ୍ସା, ଶିକ୍ଷା କ୍ଷେତ୍ରରେ ବୃତ୍ତି ଏବଂ ଡ୍ରପ ଆଉଟ ହାର କମାଇ ଅବହେଳିତ ବର୍ଗର ଉନ୍ନତି କରିବାକୁ ପ୍ରଟିବଦ୍ଧ ହେବାକୁ କହିଥିଲେ।

  • Related Posts

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଭୁବନେଶ୍ୱର,03।09:ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏକ ଗଣମାଧ୍ୟମ ରିପୋର୍ଟର ସ୍ୱତଃ ସଂଜ୍ଞାନ ନେଇଛନ୍ତି, ଯେଉଁଥିରେ ଦର୍ଶାଯାଇଥିଲା ଯେ ୨୯ ଅଗଷ୍ଟ, ୨୦୨୫ ରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ନିଶାଶକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼…

    Continue reading
    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ଭୁବନେଶ୍ୱର,03।09: ରାଜ୍ୟରେ ଗତ କିଛି ଦିନ ହେବ ଯେଉଁଭଳି ଆତ୍ମହତ୍ୟାର ଖବର ଆସୁଛି, ଏହାକୁ କିଭଳି ରୋକାଯିବ, ସେନେଇ ବୁଧବାର ଲୋକସଭା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

    ରପ୍ତାନୀ ନୀତି ଓ ବିଶ୍ଵ ବଜାର ସଂଯୋଗୀକରଣ ଶୀର୍ଷକ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

    ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

    ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ