ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

ଭୁବନେଶ୍ୱର : ଓଡ଼ିଶାର ପୁରୀ ଜିଲ୍ଲା ବଳଙ୍ଗାରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ତିନି ଜଣ ଦୁବୃର୍ତ୍ତ ଅପହରଣ କରି ଜୀବନ୍ତ ପୋଡ଼ିଦେଲେ । ପୁରୀରୁ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ଅଣା ଯାଇଥିଲା ତା ଜୀବନ ବଞ୍ଚାଇବା ପାଇଁ। କିନ୍ତୁ ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ପୀଡିତା ନାବାଳିକା ଶେଷ ନିଶ୍ବାସ ତ୍ୟାଗ କରିଛି । ଜୁଲାଇ ୧୯ ତାରିଖ ଘଟଣା ଦିନରୁ ଆଜି ଯାଏ ଆମେ ପଚାରି ଆସୁଛୁ ସେ ତିନି ଅଭିଯୁକ୍ତ ଗଲେ କୁଆଡେ । ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆମେ ଦାବି କରି ଆସୁଥିବା ବେଳେ କୁହାଯାଉଛି କି ନାବାଳିକାକୁ ପୋଡ଼ିବାରେ କାହାର ହାତ ନାହିଁ, କେହି ଏଥିରେ ଅଭିଯୁକ୍ତ ନୁହନ୍ତି। ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ବିଜେପି ସରକାର ଅପରାଧୀଙ୍କୁ ଧରିବାରେ ବିଫଳ ହେଲେ କିନ୍ତୁ ୧୫ ବର୍ଷର ନାବାଳିକା ଉପରେ ଦୋଷ ଲଦୁଛନ୍ତି। ପରୋକ୍ଷରେ ଝିଅଟି ନିଜେ ନିଜକୁ ଜାଳିଦେଲା ବୋଲି କହୁଛନ୍ତି। ପୋଲିସ କହିଛି ଏ ଘଟଣାରେ କୌଣସି ବ୍ୟକ୍ତି ସାମିଲ ନାହାନ୍ତି । ଆମେ ନାବାଳିକାକୁ ଭେଟିବା ପାଇଁ ଅନେକ ଉଦ୍ୟମ କଲୁ । କିନ୍ତୁ ଭେଟିବାକୁ ଦେଲେ ନାହିଁ । ମୁଁ ଓ ମୋ ସହଯୋଗୀ ମାନେ ସାଂସଦ ଘେରାଉ କଲୁ ଆମକୁ ପୋଲିସ ଆଠ ଘଣ୍ଟା ଅଟକ ରଖିଲେ । ଆମର ସ୍ୱରକୁ ଚାପିବାକୁ ଉଦ୍ୟମ କରାଯାଇଛି । ସେମିତି ଓଡ଼ିଶାର ସୌମ୍ୟାଶ୍ରୀ ବି ସରକାରଙ୍କୁ ଗୁହାରୀ କରି ,ନ୍ୟାୟ ମାଗି ମାଗି ଶେଷରେ ନିରାଶ ହେଇ ନିଜକୁ ନିଆଁ ଲଗାଇ ଜଳିଗଲା। ଆଉ ଆଜି ବଳଙ୍ଗା ପୀଡ଼ିତା ବି ମରିଗଲା ହସ୍ପିଟାଲରେ ବେଡ ରେ ପଡ଼ି ନ୍ୟାୟ ମାଗି ମାଗି । ୨୩ ତାରିଖରେ ଦିଲ୍ଲୀ ଏମ୍ସରେ ପୀଡ଼ିତା ଙ୍କୁ ଭେଟିବାକୁ ଚାହିଁଥିଲି କିନ୍ତୁ ମୋତେ ପୋଲିସ ଘରେ ଅଟକ ରଖିଲା।ବିଜେପି ଶାସିତ ରାଜ୍ୟରେ ଆଜି ସମସ୍ତେ ଅସୁରକ୍ଷିତ । ଦୋଷୀଙ୍କୁ ସୁରକ୍ଷା ଦେଉଛନ୍ତି ବିଜେପି ସରକାର । ତେଣୁ ମହିଳା ମାନଙ୍କୁ ନ୍ୟାୟ ଦେବା ପାଇଁ ବିଧାନସଭା ଆଗରେ “ନ୍ୟାୟ ମାର୍ଚ୍ଚ” କରିବ ମହିଳା କଂଗ୍ରେସ ବୋଲି ଆଜି ନୂଆଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟ କାର୍ୟ୍ୟାଳୟ ଇନ୍ଦିରା ଭବନ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅଖିଳ ଭାରତ ମହିଳା କଂଗେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା ।

ସେ କହିଛନ୍ତି,ପୀଡ଼ିତାଙ୍କୁ ନ୍ୟାୟ ଓ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବା ଯାଏଁ ଆମେ ଲଢ଼ିବୁ । ମୁଖ୍ୟମନ୍ତ୍ରୀ ଓଡ଼ିଶାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କହୁଛନ୍ତି ନାବାଳିକା ନିଜେ ନିଜକୁ ଜଳାଇ ଦେଲା । ମୁଖ୍ୟମନ୍ତ୍ରୀ ଏ କଥା କହି ତିନି ଅଭିଯୁକ୍ତଙ୍କୁ କ୍ଲିନ୍ ଚିଟ ଦେଇ ଦେଲେ । ପୀଡ଼ିତା ପରିବାରଙ୍କୁ ସୁରକ୍ଷା ସହ ଉଚିତ୍ ସହାୟତା ପ୍ରଦାନ କରନ୍ତୁ । ବିଜେପି ସରକାର ଫାଷ୍ଟ ଟ୍ରାକ କୋର୍ଟ ବସାଇ ମାମଲାରେ ଦୋଷୀଙ୍କୁ ଯଥାଶୀଘ୍ର ଦଣ୍ଡ ଦିଅନ୍ତୁ ବୋଲି ଶ୍ରୀମତୀ ଲାମ୍ବା ଦାବି କରିଛନ୍ତି।

  • Related Posts

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ପଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରୁ ବହିଷ୍କୃତ ହେବା ପରେ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୟେଷ୍ଠ ପୁତ୍ର ତେଜ ପ୍ରତାପ ଯାଦବ ବିହାର ବିଧାନସଭା ନିର୍ବାଚନରେ ଭାଗ ନେବା ପାଇଁ ପାଞ୍ଚଟି କ୍ଷୁଦ୍ର ରାଜନୈତିକ ଦଳ ସହ ଏକ ମେଣ୍ଟ…

    ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ ଜେନାଙ୍କର ଜନ୍ମ ଦିବସ ପାଳିତ

    ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସର ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି…

    Leave a Reply

    Your email address will not be published. Required fields are marked *

    You Missed

    ରିସେପ୍ସନ ଭୋଜି ଦେଲେ ପିନାକୀ-ମହୁଆ

    ରିସେପ୍ସନ ଭୋଜି ଦେଲେ ପିନାକୀ-ମହୁଆ

    ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

    ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

    ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

    ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ଥାନାରେ ଯୁବକଙ୍କୁ ମାଡ଼, ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

    ଥାନାରେ ଯୁବକଙ୍କୁ ମାଡ଼,  ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ