ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବନ୍ୟାଜଳ ହ୍ରାସ ପାଇଛି । ହେଲେ ଯନ୍ତ୍ରଣା କମିନି । ଅଧିକାଂଶ ସ୍ଥାନରୁ ପାଣି ଛାଡ଼ିଯାଇଛି । କିନ୍ତୁ ଘରେ ମାଟି, କାଦୁଅ ଜମି ରହିଛି । ଲୋକେ ପାଣି ଘେରରୁ ବାହାରିଛନ୍ତି ସତ, କିନ୍ତୁ ଯାବତୀୟ ଦୁର୍ଦ୍ଦଶାରେ ଘାଣ୍ଟି ହେଉଛନ୍ତି । କେଉଁଠି ପିଇବା ପାଣି ତ ଆଉ କେଉଁଠି ରୋଷେଇ ପାଇଁ ନୟାନ୍ତ ହେଉଛନ୍ତି । ଶହ ଶହ ହେକ୍ଟର ଚାଷଜମି ଉଜୁଡ଼ି ଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବାଲେଶ୍ୱର ଜିଲ୍ଲା । ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକ୍‌ରେ ଅଧିକ କ୍ଷୟକ୍ଷତି ହୋଇଛି । ୧୬ଟି ପଞ୍ଚାୟତର ୪୫ଟି ଗାଁ ପ୍ରଭାବିତ ହୋଇଛି । ଏବେ ବି ୫ହଜାର ୧୪୨ ଜଣ ଲୋକ ଆଶ୍ରୟସ୍ଥଳୀରେ ଅଛନ୍ତି । ୧୬ଟି ସ୍ଥାନରେ ମାଗଣା ରନ୍ଧ୍ୟାଖାଦ୍ୟ ଯୋଗାଇ ଦିଆଯାଉଛି । ୧୭ଟି ଓଡ୍ରାଫ୍‌ ଟିମ୍‌ ଓ ୧୩ଟି ଅଗ୍ନିଶମ ଟିମ୍‌ ବନ୍ୟା ପରବର୍ତ୍ତୀ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି । ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ମନୀଷ ଅଗ୍ରୱାଲ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତିର ତଦାରଖ କରିଛନ୍ତି । ଭଦ୍ରକର ୪ଟି ପଞ୍ଚାୟତର ସବୁ ସ୍କୁଲ ମଙ୍ଗଳବାର ବି ବନ୍ଦ ରହିବ । ଜିଲ୍ଲାର ଅନେକ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି । ଶହ ଶହ ହେକ୍ଟର ଚାଷ ଜମି ଉଜୁଡ଼ି ଯାଇଛି । ଜମିରେ ପଡ଼ିଥିବା ଧାନ ତଳି ନଷ୍ଟ ହେବା ସହ ବାଲି ଚରିଯାଇଛି । ଯାଜପୁର ଓ ଦଶରଥପୁର ବ୍ଲକର ୨୪ଟି ଗାଁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ଘଣ୍ଟା ଭିତରେ ସହାୟତା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ପାଗ ଅନୁକୂଳ ହେଲେ ଆସନ୍ତାକାଲି ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ପ୍ରାୟ ସବୁ ନଦୀରେ ଜଳସ୍ତର କମିଛି । ତେବେ ତଳିଆ ଅଞ୍ଚଳରୁ ପାଣି ଛାଡ଼ିବା ପାଇଁ ସମୟ ଲାଗିବ । ଯେତେଦିନ ପର୍ୟ୍ୟନ୍ତ ଲୋକେ ରିଲିଫ କେନ୍ଦ୍ରରେ ଅଛନ୍ତି, ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ସେହି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

  • Garvita Odia

    Related Posts

    ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

    ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଏନେଇ ଆସନ୍ତା ୭ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୨୧ ନାମାଙ୍କନର ଶେଷ ତାରିଖ ରହିଛି ।୨୨ ତାରିଖ ଯାଞ୍ଚ ହେବାକୁ ଥିବାବେଳେ ଅଗଷ୍ଟ ୨୫…

    ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ:ଆଇନମନ୍ତ୍ରୀ

    ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,୨ ଜଣ ଏକ୍ସପର୍ଟ ଦେବା ପାଇଁ ଜଈଓକୁ ସରକାର ଚିଠି ଲେଖିଛନ୍ତି। ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ। ଏହି…

    Leave a Reply

    Your email address will not be published. Required fields are marked *

    You Missed

    ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

    ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ

    ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ:ଆଇନମନ୍ତ୍ରୀ

    ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ:ଆଇନମନ୍ତ୍ରୀ

    ଥାନାରେ ହାଜର ହେଲେ ଓଏଏସ ସାର୍ଥକ

    ଥାନାରେ ହାଜର ହେଲେ ଓଏଏସ ସାର୍ଥକ

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ପରିସ୍ରା ପିଆଇବା ମାମଲା: ପିଅନ ଗିରଫ

    ପରିସ୍ରା ପିଆଇବା ମାମଲା:  ପିଅନ ଗିରଫ

    ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି

    ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ଶୁଣାଣି