
ବୌଦ୍ଧ: ବୌଦ୍ଧ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଶୁକ୍ରବାରଠାରୁ ବୌଦ୍ଧ ଜିଲାରୁ ରେଳ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଜିଲାବାସୀଙ୍କ ମନରେ ଉକତ୍ଣ୍ଠା ଭରିରହିଛି। ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେଶନରୁ ରେଳ ଗଡିବ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ଅବସରରେ ଆଭାସୀ ଜରିଆରେ ବୌଦ୍ଧ ଓ ପୁରୁଣାକଟକରୁ ରେଳସେବାକୁ ଉଦ୍ଘାଟନ କାର୍ୟ୍ୟକ୍ରମ ସ୍ଥିର ହୋଇଛି। ଏ ନେଇ ରେଳ ବିଭାଗ ଓ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି। ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେଶନରେ ସମସ୍ତ ପ୍ରକାର ସୁବିଧା ପ୍ରସ୍ତୁତି ନିରୀକ୍ଷଣ କରିଛନ୍ତି। ବୌଦ୍ଧ ଓ ପୁରୁଣାକଟକରୁ ଏକସଙ୍ଗେ ୨ଟି ଟ୍ରେନ ସେବା ଆରମ୍ଭ ହେବ। ବୌଦ୍ଧରୁ ସମ୍ବଲପୁର ଓ ପୁରୁଣାକଟକରୁ ଭୁବନେଶ୍ୱରକୁ ଦୁଇଟି ଟ୍ରେନ ଚଳାଚଳ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ଷ୍ଟେଶନରେ ଟ୍ରେନ ପହଞ୍ଚତ୍ ସାରିଥିବା ଜଣାପଡିଛି।