ଆଜି ମୁଁ ଶୂନ୍ୟ ହୋଇଗଲି: ହେମନ୍ତ ସୋରେନ

ରାଞ୍ଚି: ଅଲ୍‌ବିଦା ଦିଶୋମ ଗୁରୁଜୀ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତିଷ୍ଠାତା ଶିବୁ ସୋରେନ ଆଉ ନାହାଁନ୍ତି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ସୋମବାର ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ତାଙ୍କର ପରଲୋକ ନେଇ ସ୍ପଷ୍ଟ କରିଛନ୍ତି।
ସେ ତାଙ୍କ ପିତାଙ୍କ ଦେହାନ୍ତରେ ଭାବପ୍ରବଣ ହୋଇ ଲେଖିଛନ୍ତି, ‘ଆଜି ମୁଁ ଶୂନ୍ୟ ହୋଇଗଲି, ଗୁରୁଜୀ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ । କିଡନୀ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ତାଙ୍କୁ ଏକ ମାସରୁ ଅଧିକ ସମୟ ଧରି ନୂଆଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସାର୍ ଗଙ୍ଗାରାମ ହସ୍ପିଟାଲ ଏକ ମେଡିକାଲ୍ ବୁଲେଟିନରେ କହିଛି, ‘ଆଜି ସକାଳ ୮.୫୬ରେ ଶିବୁ ସୋରେନଙ୍କୁ ମୃତ ଘୋଷଣା କରାଯାଇଥିଲା। ଦୀର୍ଘ ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କିଡନୀ ରୋଗରେ ପୀଡିତ ଥିଲେ। ଦେଢ଼ ମାସ ପୂର୍ବରୁ ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା। ତାଙ୍କୁ ଗତ ଗୋଟିଏ ମାସ ଧରି ଭେଣ୍ଟିଲେଟରରେ ରଖାଯାଇଥିଲା। ‘ଦିଶୋମ ଗୁରୁ’ (ମହାନ ନେତା) ଭାବରେ ସେ ବେଶ୍ ଖ୍ୟାତ । ଶିବୁ ସୋରେନ ଭାରତୀୟ ରାଜନୀତିରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ । ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ପୃଷ୍ଠପୋଷକ ଥିଲେ। ତାଙ୍କର ଚାରି ଦଶନ୍ଧି ଧରି ରାଜନୈତିକ କ୍ୟାରିୟର । ଯେଉଁଥିରେ ଶିବୁ ସୋରେନ ଆଠ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଦୁଇ ଥର ରାଜ୍ୟସଭା ସାଂସଦ ଥିଲେ, ଯାହାର ତାଙ୍କର ଦ୍ୱିତୀୟ କାର୍ୟ୍ୟକାଳ ଏପର୍ୟ୍ୟନ୍ତ ଜାରି ରହିଥିଲା। ସେ ତିନି ଥର ପୃଥକ ପୃଥକ ସମୟରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ । କେନ୍ଦ୍ର ମନ୍ତ୍ରୀ ଭାବରେ ମଧ୍ୟ କାର୍ୟ୍ୟ କରିଥିଲେ।

  • Related Posts

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ

    ବିହାର : ବିହାରର ଭାଗଲପୁର ଜିଲ୍ଲାରେ ଶ୍ରାବଣ ମେଳା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତି ପ୍ରାୟ ୧୨ ଟା ୫ ରେ ଏକ ଡିଜେ ଗାଡ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏଥିରେ ପାଞ୍ଚ…

    ୩୭ ଔଷଧ ଦାମ୍‌ ୧୫% କମିଲା

    ନୂଆଦିଲ୍ଲୀ: ଜାତୀୟ ଔଷଧ ମୂଲ୍ୟ କର୍ତ୍ତୃପକ୍ଷ (ଏନ୍‌ପିପିଏ) ୩୭ଟି ଅତ୍ୟାବଶ୍ୟକୀୟ ଔଷଧ ମୂଲ୍ୟରେ ୧୦-୧୫ ପ୍ରତିଶତ ପର୍ୟ୍ୟନ୍ତ ହ୍ରାସ କରିଛି। ଏଥିରେ ପାରାସିଟାମଲ୍, ଆଟୋର୍‌ଭାଷ୍ଟିନ୍ ଓ ଆମୋକ୍ସିଲିନ୍ ଭଳି ଔଷଧ ରହିଛି ଯାହା ସାଧାରଣ ଜ୍ବରଠାରୁ ଆରମ୍ଭ କରି ହୃଦରୋଗ, ଡାଇବେଟିସ୍…

    Leave a Reply

    Your email address will not be published. Required fields are marked *

    You Missed

    ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗରେ ଏହା କହିଲେ ପ୍ରମିଳା ମଲ୍ଲିକ

    ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗରେ ଏହା କହିଲେ ପ୍ରମିଳା ମଲ୍ଲିକ

    ପୀଡ଼ିତାଙ୍କୁ ରକ୍ଷା କରିଥିବା ସହପାଠୀମାନଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର:ଏବିଭିପି

    ପୀଡ଼ିତାଙ୍କୁ ରକ୍ଷା କରିଥିବା ସହପାଠୀମାନଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର:ଏବିଭିପି

    ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

    ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ୭ରେ ପୁରୀ ବିଜେଡିର ହରତାଳ

    ୭ରେ ପୁରୀ ବିଜେଡିର ହରତାଳ