ଆତ୍ମହତ୍ୟା ନୁହେଁ, ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ବାପା

ନୟାଗଡ: ଆତ୍ମହତ୍ୟା ନୁହେଁ, ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ବାପା। ୨ୟ ବିବାହ କରିବା ନିଶାରେ ବାପା ପୁଅମାନଙ୍କୁ ହତ୍ୟା କରି ଘରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ବାପା ପ୍ରକାଶ ମହାନ୍ତି ପୁଲିସ ଆଗରେ ସତ ମାନିବା ସହିତ ଘଟଣା ଉପରୁ ପରଦା ହଟିଛି। ଏହି ହତ୍ୟାକାଣ୍ଡରେ ଦୁଇ ନାବାଳକଙ୍କ ଜେଜେ ମା’ ବି ସାମିଲ ଥିଲା। ଉଭୟ ମା’ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ନୟାଗଡ଼ ପୁଲିସ।
ଗତ ୧୦ ତାରିଖରେ ନୟାଗଡ ଜିଲା ଫତେଗଡ ଥାନା ଧାନଚାଙ୍ଗଡା ଗାଁରେ ରହୁଥିବା ପ୍ରକାଶଙ୍କ ଘରୁ ତାଙ୍କର ୨ ନାବାଳକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବାପାର ୨ୟ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ନାବାଳକ ଦ୍ବୟ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ବାପାର ୨ୟ ବିବାହକୁ ଦୁଇ ପୁଅ ବିରୋଧ କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଫଳରେ ପୁଲିସ ୨ ଜଣଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା। ମୃତକ ଦ୍ବୟଙ୍କ ବୟସ ୧୪ ଓ ୧୨ ବର୍ଷ ହେବ। ନାବାଳକଙ୍କ ମା’ଙ୍କର ୩ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିଲା। ଏହା ପରେ ପ୍ରକାଶ ୨ୟ ବିବାହ କରିବାକୁ ଇଚ୍ଛା କରିଥିଲେ। କିନ୍ତୁ ପିଲାମାନେ ଏଥିରେ ରାଜି ନ ଥିଲେ। ଯେଉଁଥିପାଇଁ ସେମାନଙ୍କୁ ବାପା ପ୍ରକାଶ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ଆଗରେ କହିଛି।

  • Related Posts

    ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

    ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଠାରେ ରାକ୍ଷୀ ପୂର୍ଣ୍ଣମୀ ଦିନ କୋଲ୍ଡ ଡ୍ରିଙ୍କ୍‌ ପିଆଇବାକୁ ଡାକି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ପୀଡିତାଙ୍କୁ ସଂପର୍କୀୟ…

    Continue reading
    ଆଖିବୁଜିଲେ ବରଗଡ଼ ନାବାଳିକା

    ବରଗଡ଼: ଦୁଃଖଦ…ଆଖିବୁଜିଲେ ବରଗଡ଼ ଅର୍ଦ୍ଧଦଗ୍ଧ ନାବାଳିକା । ବୁର୍ଲାମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଆଜି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳରେଅଷ୍ଟମ ଶ୍ରେଣୀରେ ପଢ଼ୁଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ