ଆମ ବସ୍‌ ଦୁର୍ଘଟଣା: ଏଣିକି ସବୁ ଡ୍ରାଇଭରଙ୍କ ଦକ୍ଷତା ଯାଞ୍ଚ କରାଯିବ

ଭୁବନେଶ୍ୱର: ଆମ ବସ୍‌ ଦୁର୍ଘଟଣା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କ୍ରୁଟ । ଏଣିକି ସବୁ ଡ୍ରାଇଭରଙ୍କର ଦକ୍ଷତା ଯାଞ୍ଚ କରାଯିବ। ୫ ବର୍ଷରୁ ଅଧିକ ଅଭିଜ୍ଞତା ନଥିବା ଡ୍ରାଇଭରଙ୍କୁ ନିଯୁକ୍ତି ନ ଦେବାକୁ ନିଷ୍ପତ୍ତି ହୋଇଛି । ଆମ ବସ ଦ୍ୱାରା ବାରମ୍ବାର ଦୁର୍ଘଟଣାକୁ ନେଇ ଚାରିଆଡ଼େ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆମ ବସ ଚାଳକଙ୍କ ବେପରୁଆ ଡ୍ରାଇଭିଂ ଓ ଦୁର୍ଘଟଣା ଉପରେ ରୋକ ଲଗାଇବାକୁ ଶୁକ୍ରବାର କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଏନ୍‌ ଥିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ । ଆମ ବସ ଦୁର୍ଘଟଣାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ପ୍ରଶିକ୍ଷଣକୁ ଜୋରଦାର କରାଯିବା ସହ ଡ୍ରାଇଭର ନିଯୁକ୍ତିକୁ କଡାକଡି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ମନଇଚ୍ଛା ଡ୍ରାଇଭରମାନଙ୍କୁ ଏଣିକି ଆଉ ଏଜେନ୍ସି ନିଯୁକ୍ତି ଦେଇ ପାରିବେ ନାହିଁ । ଏଥିପାଇଁ ୫ ବର୍ଷର ଅଭିଜ୍ଞତାକୁ କଡ଼ାକଡ଼ି କରାଯାଇଛି । ଖଣ୍ଡଗିରି ଛକରେ ଦୁଇ ଦିନ ତଳେ ଆମ ବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଲୋକେ ମୋ ବସ୍‌ ଭାଙ୍ଗିଥିଲେ । ଖାଲି ଏତିକି ନୁହେଁ, ୩ ମାସରେ ୫ରୁ ଅଧିକ ଲୋକଙ୍କ ଜୀବନ ଆମ ବସ୍‌ ଚକା ତଳେ ଗଲାଣି ।

  • Garvita Odia

    Related Posts

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଓ ସେମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲୋକଙ୍କ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଗତ ଏକ ବର୍ଷ ଭିତରେ ୯ଟି ପର୍ୟ୍ୟାୟରେ ପ୍ରାୟ ୨୮,୦୦୦ରୁ…

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ଭୁବନେଶ୍ୱର: ୨୦ ତାରିଖରେ ଖୋଲିବ ସବୁ ସ୍କୁଲ । ୧୮ ପରିବର୍ତ୍ତେ ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି । ସ୍କୁଲ…

    Leave a Reply

    Your email address will not be published. Required fields are marked *

    You Missed

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !