ଇରାନରେ ୭୦ଘଣ୍ଟା ପାଇଁ ଇଣ୍ଟରନେଟ୍‍ ବନ୍ଦ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧକୁ ୯ଦିନ ବିତିଲାଣି । ଯୁଦ୍ଧର ୧୦ମ ଦିନରେ ଉଭୟ ଦେଶ ପରସ୍ପରକୁ ଧ୍ୱଂସ କରିବା ଜିଦ୍‍ ରେ ଅଟଳ ରହିଛନ୍ତି । ଇସ୍ରାଏଲ ଦାବି କରିଛି ଯେ ଯେର୍ପ୍ୟନ୍ତ ସେ ତାର ଲକ୍ଷ୍ୟ ହାସଲ କରିନାହିଁ, ସେପର୍ୟ୍ୟନ୍ତ ଇରାନ ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବ ନାହିଁ । ସେହିପରି ଇରାନ ଦାବି କରି କହିଛି ଯେ ଯଦି ଇସ୍ରାଏଲ ଆକ୍ରମଣ ବନ୍ଦ କରେ, ତେବେ ସେ ପ୍ରତିଶୋଧ ନେବା ମଧ୍ୟ ବନ୍ଦ କରିବ । ନଚେତ ସେ ତାର ସମସ୍ତ ଶକ୍ତି ଲଗାଇ ପ୍ରତିଶୋଧ ନେବ । ଯୁଦ୍ଧ ଭିତରେ ଇରାନରେ ୭୦ଘଣ୍ଟା ହେବ ଇଣ୍ଟରନେଟ ବନ୍ଦ ରହିଛି । ଫଳରେ ଇଣ୍ଟରନେଟ୍‍ କାରବାର ଏବଂ ସରକାରୀ କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ସୂଚନା ଅନୁସାରେ ଯୁଦ୍ଧ ଯୋଗୁଁ ଇରାନର ପରମାଣ କାର୍ୟ୍ୟକ୍ରମ ୨-୩ବର୍ଷ ପଛକୁ ଠେଲି ହୋଇଯାଇଛି । ସେହିପରି ଇସ୍ରାଏଲ ମଧ୍ୟ ବିକାଶ ପଥରେ ପୁଣି ଥରେ ନିଜକୁ ଫେରାଇ ଆଣିବାକୁ କଷ୍ଟକର ହେବ । ଇରାନୀ ମାନବାଧିକାର ଗୋଷ୍ଠୀଙ୍କ ତଥ୍ୟ ଅନୁସାରେ ୯ଦିନିଆ ଯୁଦ୍ଧରେ ଏଯାବତ ଇସ୍ରାଏଲୀ ଆକ୍ରମଣରେ ୬୫୦ରୁ ଅଧିକ ଇରାନୀ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେପଟେ ଇରାନର ଆକ୍ରମଣରେ ପ୍ରାୟ ୨୫ଇସ୍ରାଏଲୀ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୦୦୦ ଲୋକ ଆହତ ହୋଇଛନ୍ତି ।

  • Garvita Odia

    Related Posts

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ବିଶାଖାପାଟଣା: ଆଜି ୧୧ତମ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଖାପାଟଣାରେ ଉପସ୍ଥିତ ରହି ଏକ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରାୟ ପାଞ୍ଚ ଲକ୍ଷ ଲୋକ ବନ୍ଦର ସହରର ଆରକେ ବିଚ୍ – ଗୋଟିଏ ସ୍ଥାନରେ ମୋଦିଙ୍କ…

    ସାରା ବିଶ୍ୱ ପାଳୁଛି ଯୋଗ ଦିବସ

    ନୂଆଦିଲ୍ଲୀ : ଆଜି ବିଶ୍ୱ ଯୋଗ ଦିବସ । ସାରା ବିଶ୍ୱ ପାଳୁଛି ୧୧ ତମ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଖାପାଟଣାରେ ଯୋଗ ଦିବସ ପାଳନ କରିଛନ୍ତି । ଏହାସହିତ ବିଶ୍ୱର କୋଣ ଅନୁକୋଣରେ…

    Leave a Reply

    Your email address will not be published. Required fields are marked *

    You Missed

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ