ଇ-ହୁଣ୍ଡିକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଡୋନେସନ ସେଲ ଗଠନ କରାଯାଇଛି । ଯେଉଁ ଭକ୍ତ ମାନେ ଚାହିଁବେ ଶ୍ରୀ ମନ୍ଦିର କାର୍ୟ୍ୟଳୟ ନିକଟର ହୋଇଥିବା ନୂଆ ଡୋନେସନ ସେଲ ଗୃହକୁ ଯାଇ ଉଭୟ ଅଫ ଲାଇନ୍ ଓ ୟୁପିଆଇ ଦ୍ଵାରା ମହାପ୍ରଭୁଙ୍କୁ ଦାନ କରିପାରିବେ। ଏହି ସ୍ଵତନ୍ତ୍ର ଡୋନେସନ ସେଲରେ ଇ ହୁଣ୍ଡି ସ୍ଥାପନ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି କାର୍ୟ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଏହି ସ୍ଵତନ୍ତ୍ର ଡୋନେସନ ସେଲ ଗୃହ ଖୋଲିବ। ଏନେଇ ସବୁ ପ୍ରସ୍ତୁତି ଏବେ ଶେଷ ପର୍ୟ୍ୟାୟରେ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା କହିଛନ୍ତି,” ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦାନ କରିବା ପାଇଁ ହୁଣ୍ଡି ବ୍ୟବସ୍ଥା ରହିଛି। ଜଣେ ଭକ୍ତ ୟୁପିଆଇ ମାଧ୍ୟମରେ ଯଦି ଅର୍ଥ ଦାନ କରିବା ପାଇଁ ଚାହିଁବେ ତାହା ସମ୍ଭବ ନୁହେଁ। କାରଣ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେବା ନିଶିଦ୍ଧ ରହିଛି । ସେଥି ପାଇଁ ଆମେ ଶ୍ରୀମନ୍ଦିର ବାହାରେ ଏକ ଡୋନେସନ ସେଲର ବ୍ୟବସ୍ଥା କରାଯାଉଛି। ଶ୍ରୀମନ୍ଦିର କାର୍ୟ୍ୟାଳୟ ନିକଟକୁ ଲାଗି ଏହି ସେଲ ରହିବ। ଏହି ସେଲକୁ ଜଣେ ଭକ୍ତ ଆସି ଦାନ ଦେବା ପରେ ରସିଦ ନେଇ ପାରିବେ। ଯଦି କେହି ଭକ୍ତ ୟୁପିଆଇ, ଡେବିଟ କାର୍ଡ, କ୍ରେଡିଟ କାର୍ଡ ମଧ୍ୟମରେ ଅର୍ଥ ଦାନ କରିବା ପାଇଁ ଚାହିଁବେ ସେ ନେଇ ମଧ୍ୟ ବ୍ୟବସ୍ଥା ରହିବ। ଏହି ଇହୁଣ୍ଡି ତଥା ଡିଜିଟାଲ ହୁଣ୍ଡି ନେଇ ରାଜ୍ୟ ସରକାର ଘୋଷଣା କରି ସାରିଛନ୍ତି। “ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି, “ଶ୍ରୀମନ୍ଦିର ପାଇଁ ଡିଜିଟାଲ ହୁଣ୍ଡି ତଥା ଇହୁଣ୍ଡି ର ସ୍ଥାପନ କରାଯିବ। ଆମ ପାଖରେ ଯାହା ସୂଚନା ଅଛି ପ୍ରଧାନମନ୍ତ୍ରୀ ଏହି ଇହୁଣ୍ଡିକୁ ଉଦଘାଟନ କରିବେ। ସେଥିପାଇଁ ଆମେ ସବୁ ପ୍ରସ୍ତୁତି କରିଛୁ । ଆଗାମୀ ଦିନରେ ପୁରୀ ସହରରେ ଥିବା ଏଟିଏମ ଗୁଡ଼ିକରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ଭକ୍ତ ଦାନ ଦେବା ପାଇଁ ସବୁ ବ୍ୟାଙ୍କ ପକ୍ଷରୁ ବ୍ୟବସ୍ଥା ପାଇଁ ଆମେ ଅଲୋଚୋନା କରିବୁ। ତେବେ ଡିଜିଟାଲ ପେମେଣ୍ଟ ହେବାକୁ ଥିବାରୁ ଆମେ ଏହାର ସାଇବର ସୁରକ୍ଷା ଉପରେ ବେଶୀ ଗୁରୁତ୍ଵ ଦେଉଚୁ। ନହେଲେ ସାଇବର ଅପରାଧୀ ମାନେ ଠକେଇ କରିବାର ଆଶଙ୍କା ରହିଛି। ଏଥି ପାଇଁ ସରକାରଙ୍କ ଆଇଟି ବିଭାଗ ପକ୍ଷରୁ ସବୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଏଥି ସହିତ ଏକ ସ୍ମରଣିକା କେନ୍ଦ୍ର ରହିବ। ଯେଉଁଠି କି ଜଗନ୍ନାଥ୍ ମହାପ୍ରଭୁ ଙ୍କ ସମ୍ପର୍କିତ ଜିନିଷ ଭକ୍ତଙ୍କୁ ବିକ୍ରି କରାଯିବ। “

  • Garvita Odia

    Related Posts

    ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା: ନୂଆପଡ଼ା ଜିଲ୍ଲାର ୯୪୪ଙ୍କୁ ମିଳିଲା ଅତ୍ୟାଧୁନିକ ଚିକିତ୍ସା

    ଭୁବନେଶ୍ବର: ନୂଆପଡ଼ା ଜିଲ୍ଲାର ଦୂରଦୂରାନ୍ତରେ ରହୁଥିବା ଜନସାଧାରଣଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା। ଚଳିତମାସ ୨୧ରୁ ୨୪ ତାରିଖ ପର୍ୟ୍ୟନ୍ତ ଚାଲିଥିବା ଏହି ଶିବିରରେ ୯୪୪ଜଣ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା…

    ଆନନ୍ଦପୁର ଠାରେ ଫୁଲୁଛି ବୈତରଣୀ

    ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳ ସ୍ତର ବିପଦ ସଂକେତ ନିକଟତର ହେବାରେ ଲାଗିଛି । ଆନନ୍ଦପୁର ଠାରେ ବୈତରଣୀ ବିପଦ ସଂକେତ ୩୮.୩୬୦ ମି. ରହିଥିବା ବେଳେ ଏଠାରେ ନଦୀର ଜଳ ସ୍ତର ୩୭.୪୦୦ ମି.…

    Leave a Reply

    Your email address will not be published. Required fields are marked *

    You Missed

    ମନ୍ତ୍ରିମଣ୍ଡଳର ଛଅ ପଦବୀ ପୂରଣ କରାଯିବ: ବିଜୟ ପାଲ ସିଂ ତୋମାର

    ମନ୍ତ୍ରିମଣ୍ଡଳର ଛଅ ପଦବୀ ପୂରଣ କରାଯିବ: ବିଜୟ ପାଲ ସିଂ ତୋମାର

    ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା: ନୂଆପଡ଼ା ଜିଲ୍ଲାର ୯୪୪ଙ୍କୁ ମିଳିଲା ଅତ୍ୟାଧୁନିକ ଚିକିତ୍ସା

    ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା: ନୂଆପଡ଼ା ଜିଲ୍ଲାର ୯୪୪ଙ୍କୁ ମିଳିଲା ଅତ୍ୟାଧୁନିକ ଚିକିତ୍ସା

    ସାଙ୍ଗ ସାଜିଲା ସୈତାନ୍‌ : ଘରକୁ ଡାକିନେଇ ଆକ୍ରମଣ

    ସାଙ୍ଗ ସାଜିଲା ସୈତାନ୍‌  :  ଘରକୁ ଡାକିନେଇ ଆକ୍ରମଣ

    ଆନନ୍ଦପୁର ଠାରେ ଫୁଲୁଛି ବୈତରଣୀ

    ଆନନ୍ଦପୁର ଠାରେ ଫୁଲୁଛି ବୈତରଣୀ

    ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ସେଭଳି କୌଣସି ସମ୍ଭାବନା ନାହିଁ:ମନମୋହନ ସାମଲ

    ମନ୍ତ୍ରିମଣ୍ଡଳ  ସଂପ୍ରସାରଣକୁ ନେଇ ସେଭଳି କୌଣସି ସମ୍ଭାବନା ନାହିଁ:ମନମୋହନ ସାମଲ

    ଓଲିଉଡ ଅଭିନେତା ଗିରଫ

    ଓଲିଉଡ ଅଭିନେତା  ଗିରଫ