
ଗୁମଲା: ମାଓ ବିରୋଧୀ ଅଭିଯାନରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲା ଜିଲ୍ଲାରେ ସୁରକ୍ଷାବଳ ଓ ଉଗ୍ରବାଦୀ ସଂଗଠନ ଜେଜେଏମପି ମଧ୍ୟରେ ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି । ଘାଘରା ଥାନା ସେହଲ ଲଭଡାଗ ଗାଁରେ ନିକଟସ୍ଥ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ସମସ୍ତ ତିନି ମାଓବାଦୀଙ୍କ ମୃତଦେହ ସହ ଘଟଣାସ୍ଥଳରୁ ସୁରକ୍ଷାବଳ ଏକେ-୪୭ ଓ ଇନସାସ ରାଇଫଲ୍ ଜବତ କରିଛନ୍ତି।
ଝାଡ଼ଖଣ୍ଡ ପୋଲିସର ସୂଚନା ଅନୁଯାୟୀ, ଘାଘରା ଥାନା ଅନ୍ତର୍ଗତ ଜଙ୍ଗଲରେ ମାଓ ଗତିବିଧିର ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷାବଳ ଓ ପୋଲିସ ମିଳିତ ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷାବଳ ମାଓବାଦୀଙ୍କୁ ଘେରି ଯାଇଥିଲେ। ପ୍ରଥମେ ମାଓବାଦୀଙ୍କ ପକ୍ଷରୁ ଗୁଲିମାଡ଼ ଆରମ୍ଭ ହେବା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏଥିରେ ୩ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ମୃତ ମାଓବାଦୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ଅଧିକାରୀ କହିଛନ୍ତି। ଏକେ ୪୭ ଓ ଇନସାସ ରାଇଫଲ୍ସ ସହ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।