ଏମ୍‌କେସିଜିରେ ଡାକ୍ତରଙ୍କୁ ମାଡ଼

ବ୍ରହ୍ମପୁର: ଚିକିତ୍ସା ଅବହେଳା ଅଭିଯୋଗରେ ଏମ୍‌କେସିଜି ଜଣେ ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ଆକ୍ରମଣକାରୀଙ୍କୁ କାବୁ କରି ଥାନାରେ ଅଟକ ରଖିଛି। କାର୍ୟ୍ୟରତ ଜଣେ ଡାକ୍ତରଙ୍କୁ ଯେଉଁଭଳି ଆକ୍ରମଣ ହୋଇଥିଲା ସଂଘ ପକ୍ଷରୁ ତାହାର ନିନ୍ଦା କରାଯାଇଛି। ଡାକ୍ତରଙ୍କ ସୁରକ୍ଷାକୁ ନେଇ ଦାବି କରାଯାଉଥିଲେ ମଧ୍ୟ ବିଭିନ୍ନ ସମୟରେ ଡାକ୍ତରମାନଙ୍କୁ ରୋଗୀ ସମ୍ପର୍କୀୟମାନେ ଆକ୍ରମଣ କରୁଛନ୍ତି।
ରବିବାର ରାତିରେ ଏକ ସଢ଼କ ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇ ଏମ୍‌କେସିଜି ମେଡିକାଲ ଆସିଥିଲେ। ଡାକ୍ତର ସେଠାରେ ଆହତଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ସେଠାରେ ଥିବା ଜଣେ ରୋଗୀ ସମ୍ପର୍କୀୟ ଚିକିତ୍ସା ଅବହେଳା ଦର୍ଶାଇ ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଗାଳିଗୁଳଜ କରିଥିଲେ। ଏପରିକି ସମ୍ପୃକ୍ତ ଡାକ୍ତରଙ୍କୁ ସେ ମାଡ଼ ମଧ୍ୟ ମାରିଥିଲେ। ଯାହାକୁ ନେଇ ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ମେଡିକାଲ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଓ ତାଙ୍କ ଟିମ ସେଠାରେ ପହଞ୍ଚି ଉତ୍ତେଜନା ପ୍ରତିହତ କରିଥିଲେ। ଡାକ୍ତରଙ୍କ ଅଭିଯୋଗ ଆଧାରରେ ଆକ୍ରମଣକାରୀଙ୍କୁ ଧରି ଥାନାକୁ ନିଆଯାଇଥିଲା।

  • Garvita Odia

    Related Posts

    ୩ ଭଉଣୀଙ୍କୁ ଅସଦାଚରଣ, ୨ ଯୁବକ କାବୁ

    ପୁରୀ : ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ୩ ଭଉଣୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ପୁରୀ ସଦର ଥାନା ଅନ୍ତର୍ଗତ ସମଙ୍ଗ ପାର୍କିଂ ନିକଟରେ ଏଭଳି ଘଟଣା ଘଟିଛି । ସୋମବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିବା…

    ଲଜ୍ଜା: ନାବାଳିକାଙ୍କୁ ଦୁଷ୍କର୍ମ

    ମାଲକାନଗିରି : ମାଲକାନଗିରିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ନାବାଳିକାଙ୍କ ପରିବାର ପକ୍ଷରୁ ମାଲକାନଗିରି ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ନାବାଳିକା ଜଣଙ୍କ ସୋମବାର ସଂଧ୍ୟାରେ ନିଜ ସାଙ୍ଗର ଜନ୍ମ…

    Leave a Reply

    Your email address will not be published. Required fields are marked *

    You Missed

    ୩ ଭଉଣୀଙ୍କୁ ଅସଦାଚରଣ, ୨ ଯୁବକ କାବୁ

    ୩ ଭଉଣୀଙ୍କୁ ଅସଦାଚରଣ,  ୨ ଯୁବକ କାବୁ

    ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ

    ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ

    ହେବ କି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ?

    ହେବ କି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ?

    ଲଜ୍ଜା: ନାବାଳିକାଙ୍କୁ ଦୁଷ୍କର୍ମ

    ଲଜ୍ଜା: ନାବାଳିକାଙ୍କୁ ଦୁଷ୍କର୍ମ

    ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ

    ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ

    ଡିଏଫ୍‌ଓ ନିତ୍ୟାନନ୍ଦ ନାୟକ ଗିରଫ

    ଡିଏଫ୍‌ଓ ନିତ୍ୟାନନ୍ଦ ନାୟକ ଗିରଫ