‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେବ ‘ଓଡ଼ିଶା ଟେକ୍ସ ୨୦୨୫’ । ଶୁକ୍ରବାର ଲୋକସେବା ଭବନର କନ୍‌ଭେନସନ ହଲରେ ପୂର୍ବ ଭାରତରେ ବୟନଶିଳ୍ପର ବଡ଼ କାର୍ୟ୍ୟକ୍ରମ ଆରମ୍ଭ ହେବ । ଏଥିରେ ବହୁ ସଂଖ୍ୟାରେ ନିବେଶକ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ । ୬ଟି ବୟନଶିଳ୍ପ ଓ ପୋଷାକ ପରିଧାନ ପାର୍କର ଶୁଭାରମ୍ଭ ସହ ବୟନଶିଳ୍ପ କ୍ଷେତ୍ରରେ ନିବେଶକ-ରାଜ୍ୟ ସରକାରଙ୍କ ମଧ୍ୟରେ ହେବ ଏମ୍‌ଓୟୁ । ଏହି ମେଗା ଇଭେଣ୍ଟ ରାଜ୍ୟରେ ନିବେଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବୟନଶିଳ୍ପ କ୍ଷେତ୍ରରେ ଓଡ଼ିଶା ଏବେ ଦେଶର ଏକ ପ୍ରମୁଖ ପସନ୍ଦର ସ୍ଥାନ ପାଲଟିଛି । ବୟନଶିଳ୍ପକୁ ଆଗକୁ ନେବା ଓ ନିବେଶ ବୃଦ୍ଧି ପାଇଁ ସରକାର ‘ଓଡ଼ିଶା ଟେକ୍ସ ୨୦୨୫’ର ଆୟୋଜନ କରୁଛନ୍ତି । ଏଥିରେ ସାମିଲ ହେବାକୁ ୬ ଶହରୁ ଅଧିକ ଶିଳ୍ପପତି, ଷ୍ଟାର୍ଟଅପ୍‌, କଂପାନି, ପୋଷାକ ଉତ୍ପାଦକ ସଂସ୍ଥା ପଞ୍ଜିକରଣ କରିଛନ୍ତି । ବୟନଶିଳ୍ପ କ୍ଷେତ୍ରରେ ରାଜ୍ୟରେ ଥିବା ସମ୍ଭାବନା ଓ ରାଜ୍ୟ ସରକାରଙ୍କ ସହଯୋଗ ସଂପର୍କରେ ନିବେଶକମାନେ ଏଠାରେ ସଂପୂର୍ଣ୍ଣ ଅବଗତ ହେବେ । କାର୍ୟ୍ୟକ୍ରମରେ ବହୁ ଶିଳ୍ପପତି ବୟନଶିଳ୍ପରେ ନିବେଶ ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିବାର କାର୍ୟ୍ୟକ୍ରମ ରହିଛି । ବଲାଙ୍ଗୀର, ଜଗତସିଂହପୁର ଓ କେନ୍ଦୁଝରରେ ୩ଟି ବୟନଶିଳ୍ପ ପାର୍କ ସହ ଗଞ୍ଜାମ, ସମ୍ବଲପୁରରେ ପୋଷାକ ପରିଧାନ ଏବଂ କଟକରେ ଜୋତା/ ଚପଲ ପାର୍କର ଶୁଭାରମ୍ଭ ହେବ । କାର୍ୟ୍ୟକ୍ରମର ପ୍ରସ୍ତୁତି ନେଇ ଗୁରୁବାର ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ସମୀକ୍ଷା କରି କହିଛନ୍ତି, ‘ଓଡ଼ିଶା ଟେକ୍ସ ୨୦୨୫’ ଆନ୍ତର୍ଜାତୀୟ ଓ ଜାତୀୟସ୍ତରର ବୟନଶିଳ୍ପର ପରିଚିତ ନିବେଶକମାନଙ୍କୁ ଗୋଟିଏ ଛାତ ତଳେ ଏକାଠି କରିବ ।ବୟନଶିଳ୍ପ ପାଇଁ ଓଡ଼ିଶାରେ ଅଛି ଢେର ସମ୍ଭାବନା । ଏ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ମହିଳା ମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ । ଏଥିରେ ଦକ୍ଷ ମାନବସମ୍ବଳ ରାଜ୍ୟ ଭିତରେ କାମଧନ୍ଦା ପାଇପାରିବେ । ୨୦୨୩୦ ସୁଦ୍ଧା ଓଡ଼ିଶାକୁ ଦେଶର ‘ବୟନଶିଳ୍ପ ରାଜଧାନୀ’ କରିବାକୁ ରାଜ୍ୟ ସରକାର ଏ ମେଗା କାର୍ୟ୍ୟକ୍ରମ ଆୟୋଜନ କରିଛନ୍ତି ।

  • Garvita Odia

    Related Posts

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ଏବେ ସୁଦ୍ଧା କାମ ଶୂନ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର ଟେଣ୍ଡର ବାତିଲ ହୋଇଛି। ଠିକା ସଂସ୍ଥା ସିଗାଲ…

    ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

    ୧୦ ଲକ୍ଷ ଟଙ୍କାର ଜୀବନ ବୀମା, ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା, ମୋବାଇଲ ଫୋନ, ବାସଗୃହ ପ୍ରଦାନ ଭୁବନେଶ୍ୱର: ଆଜି ଆୟୋଜିତ ହେଉଥିବା କର୍ମଶାଳା କେବଳ ଏକ ବୈଠକ ନୁହେଁ, ଏହା ଆମ ସହରକୁ ନିରନ୍ତର ଭାବରେ ପରିଚ୍ଛନ୍ନ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ