କାଠଯୋଡିରୁ ଉଦ୍ଧାର ହେଲା ଆଉଜଣଙ୍କ ମୃତଦେହ

କଟକ: କାଠଯୋଡିରେ ଦୁଇ ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା । ନଦୀରୁ ଉଦ୍ଧାର ହେଲା ଦ୍ୱିତୀୟ ମୃତଦେହ । ଏନଡିଆରଏଫ ଟିମ୍‌ର ସର୍ଚ୍ଚ ଅପରେସନ ବେଳେ ଦ୍ୱିତୀୟ ମୃତଦେହ ଉଦ୍ଧାର ହୋଇଛି । ରବିବାର ଜଣେ ଯୁବ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉଭୟ ଯୁବ ଇଞ୍ଜିନିୟର ମହାରାଷ୍ଟ୍ରର ହୋଇଥିବା ସୂଚନା ମିଳିଛି । ଉଭୟ ଇଂଜିନିୟର ମହାରାଷ୍ଟ୍ରର ହୋଇଥିବା ସୂଚନା। ଗାଧୋଇବା ବେଳେ ପାଣିର ଗଭୀରତା ନେଇ ଅବଗତ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।
ସୂଚନାଥାଉକି, ରବିବାର କଟକ ସିଡିଏ ସେକ୍ଟର ୧୧ ନିକଟ ବିରେନ ମିତ୍ର ପାର୍କ ପାଖରେ ଦୁଇ ଜଣ ଯୁବକ କାଠଯୋଡି ନଦୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ । ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଥିଲେ । ମୃତ ଇଂଜିନିୟର ହେଲେ ଋଷିକେଶ ମାତାଲ । ରବିବାର ଋଷିକେଶ ମାତାଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

  • Garvita Odia

    Related Posts

    ମାଓ ଉପଦ୍ରବ: ୩ ଜଣଙ୍କୁ ନିର୍ମମ ହତ୍ୟା

    ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀ ପୁଣିଥରେ ଉପଦ୍ରବ ଆରମ୍ଭ କରିଛନ୍ତି। ଜଣେ ଆତ୍ମସମର୍ପଣକାରୀ ନକ୍ସଲ ନେତାଙ୍କ ପରିବାରର ୨ଜଣଙ୍କ ସମେତ ୩ଜଣଙ୍କୁ ହତ୍ୟା କରିଛନ୍ତି। ଏହାସହ ମାଡ଼ମାରି ୭ଜଣଙ୍କୁ ଆହତ କରିଥିବାବେଳେ ୧୨ଜଣଙ୍କୁ ବିଭିନ୍ନ…

    ସ୍ଵାମୀକୁ ହତ୍ୟା କଲା ସ୍ତ୍ରୀ

    ଆସିକା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ସ୍ଵାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ। ମୃତକ ଅମର ନାୟକ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମୁଣ୍ଡମରାଇ ଗାଁର…

    Leave a Reply

    Your email address will not be published. Required fields are marked *

    You Missed

    ସମ୍ ହସ୍ପିଟାଲରେ ଯୁବକଙ୍କ ଶ୍ୱାସ ନଳୀରୁ ପ୍ଲାଷ୍ଟିକ୍ ହୁଇସିଲ୍ ବାହାର କରିବାରେ ସଫଳ ହେଲେ ଡାକ୍ତରୀ ଟିମ୍

    ସମ୍ ହସ୍ପିଟାଲରେ ଯୁବକଙ୍କ ଶ୍ୱାସ ନଳୀରୁ ପ୍ଲାଷ୍ଟିକ୍ ହୁଇସିଲ୍ ବାହାର କରିବାରେ ସଫଳ ହେଲେ ଡାକ୍ତରୀ ଟିମ୍

    ଡ୍ରାମା କରୁଛନ୍ତି ମୋହନ ସରକାର:ସୁର

    ଡ୍ରାମା କରୁଛନ୍ତି ମୋହନ ସରକାର:ସୁର

    ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍‌ ଆଡମିଶନ୍‌

    ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍‌ ଆଡମିଶନ୍‌

    ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ

    ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ

    ଘାଇ ତଳକୁ ଖସି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

    ଘାଇ ତଳକୁ ଖସି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

    ୧୫ ଅଗଷ୍ଟରୁ ନୂଆ ଫାସ୍‌ ଟ୍ୟାଗ୍ ନିୟମ

    ୧୫ ଅଗଷ୍ଟରୁ ନୂଆ ଫାସ୍‌ ଟ୍ୟାଗ୍ ନିୟମ