କାରଗିଲ ବିଜୟ ଦିବସ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସର ୨୬ତମ ପୂର୍ତ୍ତି ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଦେଶବ୍ୟାପୀ ସହିଦଙ୍କୁ ସମ୍ମାନ ଜଣାଇ ସ୍ମୃତି ସମାରୋହ, ଶ୍ରଦ୍ଧାଞ୍ଜଳି ସଭା, ସାମରିକ ପ୍ରଦର୍ଶନ ଏବଂ ବିଶେଷ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ହେଉଛି କାରଗିଲ୍‍ ବିଜୟ ଦିବସର ରୋପ୍ୟ ଜୟନ୍ତୀ ବର୍ଷ । ଭାରତୀୟ ସୈନିକଙ୍କ ତ୍ୟାଗ ଏବଂ ଦେଶପ୍ରେମକୁ ସମ୍ମାନ ଦେବାର ଏକ ସୁଯୋଗ । ୧୯୯୯ ମସିହା ଜୁଲାଇ ୨୬ରେ ପାକିସ୍ତାନ ସହିତ ଯୁଦ୍ଧରେ ଭାରତୀୟ ସୈନ୍ୟ ଦେଇଥିବା ବଳିଦାନକୁ ମନେ ପକାଇବାର ଦିନ । ଭାରତୀର ବୀର ଯବାନ ମାନେ ଯେତେବେଳେ ଅପରେସନ ବିଜୟ ଏବଂ ଅପରେସନ ସଫେଦ ସାଗର ଅଧୀନରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଘଉଡାଇ ଦେଇ କାରଗିଲ ଶିଖରରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । ସେହି ମୁହୁର୍ତ୍ତ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିଲା । ଆଜି ସେହି ବିଜୟ ଉତ୍ସବକୁ ବେଶ ଧୁମଧାମରେ ପାଳନ କରାଯାଉଛି ।ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ‘କାରଗିଲ ବିଜୟ ଦିବସ ଅବସରରେ ‘ମାତୃଭୂମି ପାଇଁ ନିଜ ଜୀବନ ଦେଇଥିବା ସାହାସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି’ । ଏହି ଦିନଟି ଆମ ବୀର ସୈନିକମାନଙ୍କର ଅସାଧାରଣ ବୀରତ୍ୱ, ସାହସ ଏବଂ ଦୃଢତାର ପ୍ରତୀକ । ଦେଶ ପାଇଁ ସେମାନଙ୍କର ସମର୍ପଣ ଏବଂ ସର୍ବୋଚ୍ଚ ବଳିଦାନ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଦେବ ।

  • Garvita Odia

    Related Posts

    ଘୋଷଣା କଲେ ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

    ନୂଆଦିଲ୍ଲୀ:ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି ଥାଇଲାଣ୍ଡ ଓ କାମ୍ୱୋଡିଆ । ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଶନିବାର ରାତିରେ ଏହି ଘୋଷଣା କରିଛନ୍ତି । ଉଭୟ ଦେଶ ଏକାଠି ବସି କଥାବାର୍ତ୍ତା ପାଇଁ ରାଜି ହୋଇଥିବା ଟ୍ରମ୍ପ ଘୋଷଣା କରିଛନ୍ତି…

    ଗାଡ଼ି ବ୍ୟାନ୍ ଉପରେ ନୂଆ ଫର୍ମୂଲା ଆଣିଲେ ମୁଖ୍ୟମନ୍ତ୍ରୀ

    ନୂଆଦିଲ୍ଲୀ : ଦିଲ୍ଲୀରେ ପୁରୁଣା ଗାଡ଼ି ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ ସୁପ୍ରିମକୋର୍ଟରେ ଦାଏର ଜନହିତକର ଆବେଦନ ଉପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା , ପୁଣି ଥରେ ନିଜର ମତ ସ୍ପଷ୍ଟ କରିଛନ୍ତି। ଯଦି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଏହି ଦଲିଲକୁ…

    Leave a Reply

    Your email address will not be published. Required fields are marked *

    You Missed

    ଘୋଷଣା କଲେ ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

    ଘୋଷଣା କଲେ  ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ  ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

    ହୀରାକୁଦ : ୨୦ ଫାଟକରୁ ବନ୍ୟାଜଳ ନିଷ୍କାସନ ଜାରି

    ହୀରାକୁଦ : ୨୦ ଫାଟକରୁ ବନ୍ୟାଜଳ ନିଷ୍କାସନ ଜାରି

    ଓଡ଼ିଶାରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଓଡ଼ିଶାରେ  ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଆଜିଠୁ କମିବ ବର୍ଷା

    ଆଜିଠୁ କମିବ ବର୍ଷା

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି

    ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି