ଗୁଜୁରାଟରେ ଭାଙ୍ଗିଲା ପୁରୁଣା ବ୍ରିଜ, ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି

ଗାନ୍ଧୀନଗର: ଗୁଜୁରାଟର ଭଡୋଦରା ଜିଲ୍ଲାରେ ଏକ ପୁରୁଣା ବ୍ରିଜ ଭାଙ୍ଗିଯିବାରୁ 13 ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ସକାଳ ସମୟରେ ଏକ 40 ବର୍ଷ ପୁରୁଣା ବ୍ରିଜ ଭାଙ୍ଗିଯିବାରୁ କେତେକ ଗାଡି ନଦୀରେ ଖସିପଡିଥିଲା । ଫଳରେ ବହୁ ବ୍ୟକ୍ତି ଗୁରୁତର ଭବେ ଆହତ ହୋଇଛନ୍ତି ।ପୋଲିସର ସୂଚନା ଅନୁଯାୟୀ ଗତକାଲି ସକାଳ ସମୟ ସାଢେ 7ଟା ବେଳେ ଗମ୍ଭୀରା ବ୍ରିଜର ଏକ ସ୍ଲାବ ଖସିପଡିବାରୁ ପାଖାପାଖି 5 ରୁ 6ଟି ଗାଡି ଏପରିକି 2ଟି ବଡ ଟ୍ରକ ଏବଂ କେତେକ ଭ୍ୟାନ ମଧ୍ୟ ମହିସାଗର ନଦୀରେ ପଡିଯାଇଥିଲେ ।ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ 13ରେ ପହଞ୍ଚିଛି । ବହୁ ବ୍ୟକ୍ତି ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ଭଡୋଦରା ଜିଲ୍ଲାରେ ଦୁଃଖଦ ପୋଲ ଭୁଶୁଡ଼ିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି(PMNRF)ରୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହା ସହିତ, ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କୁ 50,000 ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । PMO X ମାଧ୍ୟମରେ କହିଥିଲେ, “ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ସମବେଦନା । ଆହତମାନଙ୍କ ଶୀଘ୍ରତମ ଆରୋଗ୍ୟ କାମନା କରୁଛି ।”

  • Garvita Odia

    Related Posts

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଆଜି (ଶୁକ୍ରବାର) ନୂଆ ଦଳ ଘୋଷଣା କରିପାରନ୍ତି। ସେ ସନ୍ଧ୍ୟାରେ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହି ସମ୍ମିଳନୀରେ ନୂତନ ଦଳ/ସଂଗଠନ…

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌

    ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ମୁକାବିଲା କରିବାକୁ ବିରୋଧୀ କରିଥିବା ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଏହି ମେଣ୍ଟରୁ ଓହରି ଯାଇଥିବା ଆଜି ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସ୍ପଷ୍ଟ…

    Leave a Reply

    Your email address will not be published. Required fields are marked *

    You Missed

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ଚିଠି

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ  ଚିଠି

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌