ଜଗତସିଂହପୁର ଗଣଦୁଷ୍କର୍ମ :ମୁଖ୍ୟ ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଜଗତସିଂହପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ କଟକରୁ ଗିରଫ କରାଯାଇଛି। ଦ୍ବିତୀୟ ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ଏନେଇ ସୂଚନା ଦେଇଛନ୍ତି ଏସପି ଭବାନୀ ଶଙ୍କର ଉଦଗାତା।
ସୂଚନାଯୋଗ୍ୟ, ଜଗତସିଂହପୁରରେ ଗତକାଲି ରାତିରେ ଜଣେ ୧୮ ବର୍ଷର ଛାତ୍ରୀଙ୍କୁ ଦୁଇ ଜଣ ଯୁବକ ଦୁ‌ଷ୍କର୍ମ କରିଥିଲେ। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ସଦର ମହକୁମାରୁ ୫ କିଲୋମିଟର ଦୂରରେ ଥିବା ଏହି ଗାଁର ପୀଡ଼ିତା ଜଣେ ବାନ୍ଧବୀଙ୍କ ସହିତ ରାତି ପ୍ରାୟ ୮ଟା ବେଳେ ଜଣେ ସଂପର୍କୀୟଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ‌ଜନ୍ମଦିନ କାର୍ୟ୍ୟକ୍ରମରେ ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତାରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ସେମାନଙ୍କ ବାଟ ଓଗାଳି ଥିଲେ। ସେହି ସମୟରେ ଜଣେ ଯୁବତୀ ସେଠାରୁ ଖସି ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପୀଡ଼ିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ।ପୀଡ଼ିତା ରକ୍ତାକ୍ତ ଅବସ୍ଥାରେ ଘରେ ପହଞ୍ଚି ପରିବାର ଲୋକଙ୍କୁ ଏକଥା ଜଣାଇଥିଲେ। ଘରଠାରୁ ମାତ୍ର ୪ଶହ ମିଟର ଦୂରରେ ଏହି କାଣ୍ଡ ଘଟିଥିଲା। ଘର ଲୋକେ ଆମ୍ବୁଲାନ୍ସ ଡକାଇ ପୀଡ଼ିତାଙ୍କୁ ଜଗତସିଂହପୁର ମେଡିକାଲକୁ ନେଇଥିଲେ। ସେଠାରେ ପୀଡ଼ିତାଙ୍କର ଚିକିତ୍ସା ଚାଲିଥିବା ବେଳେ ପୀଡ଼ିତାଙ୍କ ବାପା ଏ ସଂପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରୁ ଏକ ମୋବାଇଲ୍ ଜବତ କରିଛି। ମୋବାଇଲ୍‌ ଫୋନଟି ଜଣେ ଅଭିଯୁକ୍ତଙ୍କର ବୋଲି ପୁଲିସ ସନ୍ଦେହ କରୁଛି। ଦୁଇ ଦୁର୍ବୃତ୍ତ ନିକଟବର୍ତ୍ତୀ ଗାଁର ବୋଲି କୁହାଯାଉଛି। ଅନ୍ୟପଟେ ପୀଡ଼ିତାଙ୍କ ସହିତ ଯାଇଥିବା ତାଙ୍କର ବାନ୍ଧବୀ ଓ ବାନ୍ଧବୀଙ୍କ ମା’ଙ୍କୁ ପୁଲିସ ଥାନାକୁ ଡାକି ପଚରାଉଚରା ଜାରି ରଖିଛି। ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

  • Garvita Odia

    Related Posts

    ପ୍ରେମିକର ଗଳା କାଟିଦେଲା ପ୍ରେମିକା

    କେନ୍ଦ୍ରାପଡ଼ା : ପ୍ରେମିକାର ନାରକୀୟ କାଣ୍ଡ । ବିଚ୍‌ ରାସ୍ତାରେ କାଟିଦେଲା ପ୍ରେମିକର ଗଳା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିଲା ପ୍ରେମିକ । ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । କେନ୍ଦ୍ରାପଡ଼ା ସଦର…

    ଭିଜିଲାନ୍ସ ସ୍କାନରରେ ବିଏମସି ଅଧିକାରୀ

    ଭୁବନେଶ୍ୱର : ଭିଜିଲାନ୍ସ ସ୍କାନରରେ ବିଏମସି ଅଧିକାରୀ । ଆୟବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଆଜି ସକାଳୁ ସକାଳୁ ବିଏମସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘର ରେଡ୍ କରିଛି ଭିଜିଲାନ୍ସ ଟିମ । ନିର୍ବାହୀ ଯନ୍ତ୍ରୀଙ୍କ ଭୁବନେଶ୍ୱର ବଡଗଡ ସ୍ଥିତ…

    Leave a Reply

    Your email address will not be published. Required fields are marked *

    You Missed

    କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ

    କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ

    ରକ୍ଷାବନ୍ଧନରେ ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି

    ରକ୍ଷାବନ୍ଧନରେ ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି

    ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ

    ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ

    କ୍ଷୋଭ ପ୍ରକାଶ କଲେ ନବୀନ, କାହିଁକି ଜାଣନ୍ତୁ

    କ୍ଷୋଭ ପ୍ରକାଶ କଲେ ନବୀନ, କାହିଁକି ଜାଣନ୍ତୁ

    ବଡ଼ ଘୋଷଣା: ଓଡ଼ିଶାର ସବୁ ସ୍କୁଲରେ ଲାଗିବ ସିସିଟିଭି

    ବଡ଼ ଘୋଷଣା: ଓଡ଼ିଶାର ସବୁ ସ୍କୁଲରେ ଲାଗିବ ସିସିଟିଭି

    ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ

    ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ