ଜନଜାତିଙ୍କ ପାଇଁ ସଂସଦୀୟ ସମିତି ପ୍ରସ୍ତୁତ କଲା ଏଜେଣ୍ଡା ୨୦୨୫

ଭୁବନେଶ୍ବର : ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀରେ ଜନଜାତିଙ୍କ ପାଇଁ ପ୍ରସ୍ତୁତ ହେଲା ରୋଡ୍ ମ୍ୟାପ୍ । ସଂସଦୀୟ ସମିତି ପ୍ରସ୍ତୁତ କଲା ଏଜେଣ୍ଡା ୨୦୨୫ । ଏଥିରେ ଥିବା ପ୍ରସ୍ତାବକୁ ନେଇ ସରକାର ପ୍ରସ୍ତୁତ କରିବେ ସ୍ବତନ୍ତ୍ର ଆଇନ । ଏ ନେଇ ଘୋଷଣା କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଏଥିପାଇଁ କର୍ମଶାଳାରେ ୩୧ ଜଣ ସଦସ୍ୟ ନିଜର ପ୍ରସ୍ତାବ ଦେଇଛନ୍ତି । ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି ଏଜେଣ୍ଡା ୨୦୨୫ ଭୁବନେଶ୍ବରକୁ ବ୍ୟାପକ ରୂପରେଖ ଦେବାକୁ ଯୋଜନା ହୋଇଥିବା କହିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।

ସେ ଆହୁରି ବି କହିଛନ୍ତି ଯେ, ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ସମାନତା ଓ ନ୍ୟାୟ ପାଇଁ ସଂସଦୀୟ ସମିତି ମିଳିମିଶି କାମ କରୁଛି । ରାଜ୍ୟ ଓ କେନ୍ଦ୍ରର ସମାନ ଏଜେଣ୍ଡା ନେଇ କାମ ହେଉଛି । ଫଳରେ ସଂସଦୀୟ ସମିତିରେ ଯେଉଁ ଯୋଜନା ଲାଗୁ କରାଯାଇଛି ଏଥିରେ କେତେ ସାମାଜିକ ଓ ଆର୍ଥିକ ସ୍ତରରେ ଉନ୍ନତି ହେଉଛି ତାର ମଧ୍ୟ ନିରୀକ୍ଷଣ କରିବା ସହ ଯୋଜନା ତିଆରି ସୁବିଧା ହେଉଛି । ରାଜ୍ୟ ଏବଂ କେନ୍ଦ୍ର ସରକାରରେ ୭୦ରୁ ୮୦ ପ୍ରତିଶତ ସଂସଦୀୟ ସମିତି ପ୍ରସ୍ତାବକୁ କାର୍ୟ୍ୟକାରୀ ହେଉଛି ବୋଲି କହିଛନ୍ତି ଲୋକସଭା ବାଚସ୍ପତି ।

  • Related Posts

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଭୁବନେଶ୍ୱର,03।09:ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏକ ଗଣମାଧ୍ୟମ ରିପୋର୍ଟର ସ୍ୱତଃ ସଂଜ୍ଞାନ ନେଇଛନ୍ତି, ଯେଉଁଥିରେ ଦର୍ଶାଯାଇଥିଲା ଯେ ୨୯ ଅଗଷ୍ଟ, ୨୦୨୫ ରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ନିଶାଶକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼…

    Continue reading
    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ଭୁବନେଶ୍ୱର,03।09: ରାଜ୍ୟରେ ଗତ କିଛି ଦିନ ହେବ ଯେଉଁଭଳି ଆତ୍ମହତ୍ୟାର ଖବର ଆସୁଛି, ଏହାକୁ କିଭଳି ରୋକାଯିବ, ସେନେଇ ବୁଧବାର ଲୋକସଭା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

    ରପ୍ତାନୀ ନୀତି ଓ ବିଶ୍ଵ ବଜାର ସଂଯୋଗୀକରଣ ଶୀର୍ଷକ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

    ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

    ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ