ଜାପାନ ଗସ୍ତ: ପ୍ରଧାନମନ୍ତ୍ରୀ କହିଲେ ଦ୍ରୁତ ଅର୍ଥନୀତି ଆଡକୁ ଅଗ୍ରସର ହେଉଛି ଭାରତ

ନୂଆଦିଲ୍ଲୀ,29।08: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତରେ ଯାଇଛନ୍ତି । ସେଠାରେ ୧୫ତମ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦୀ । ଟୋକିଓରେ ଇଣ୍ଡିଆ-ଜାପାନ ଅର୍ଥନୀତି ଫୋରମ୍‍ କୁ ସମ୍ବୋଧନ କରି ମୋଦୀ କହିଛନ୍ତି ଭାରତରେ ପୁଞ୍ଜି ନିବେଶ ପାଇଁ ବିଦେଶୀ କମ୍ପାନୀ ଆଗ୍ରହୀ ଅଛନ୍ତି । ବିକଶିତ ଭାରତ ଗଠନ କରିବା ଆମର ସର୍ବୋଚ୍ଚ ଲକ୍ଷ୍ୟ । ଦ୍ରୁତ ଅର୍ଥନୀତି ଆଡକୁ ଭାରତ ଅଗ୍ରସର ହେଉଛି । ବିଗତ ୧୧ବର୍ଷରେ ଭାରତର ଦ୍ରୁତ ପ୍ରଗତି ଘଟିଛି । ଭାରତରେ ରାଜନୈତିକ ଓ ଅର୍ଥନୈତିକ ସ୍ଥିରତା ଆସିଛି । ଅଟୋ ମୋବାଇଲ୍‍ କ୍ଷେତ୍ରରେ ଆଗକୁ ବଢୁଛି ଭାରତ, ବିଜନେସ୍‍ ପାଇଁ ସିଙ୍ଗଲ୍‍ ୱିଣ୍ଡୋ ସିଷ୍ଟମ୍‍ କରିଛି ଭାରତ । ଗ୍ରୀନ୍‍ ଏନର୍ଜି କ୍ଷେତ୍ରରେ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଭାରତରେ ପୁଞ୍ଜି ନିବେଶ କଲେ ଭଲ ରିଟର୍ଣ୍ଣ ରହିଛି । ଭାରତ-ଜାପାନ ପାର୍ଟନରସିପ୍‍ ର ଅନେକ ସମ୍ଭାବନା ରହିଛି । ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି କହିଛନ୍ତି ଭାରତର ବିକାଶ ଯାତ୍ରାରେ ଜାପାନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ମେଟ୍ରୋରୁ ସେମିକଣ୍ଡକ୍ଟର ଏବଂ ବୁଲେଟ ଟ୍ରେନ ପର୍ଯ୍ୟନ୍ତ ଆମର ସହଭାଗୀତା ବିଶ୍ୱାସ ପ୍ରତୀକ । ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଜାପାନ କମ୍ପାନୀ ଗୁଡିକ ଏପର୍ଯ୍ୟନ୍ତ ୪୦ବିଲିୟନ ଡଲାରରୁ ଅଧିକ ନିବେଶ କରିଛନ୍ତି । ଜାପାନ ପ୍ରଯୁକ୍ତିବିଦ୍ୟାର କେନ୍ଦ୍ର ହୋଇଥିଲେ ମଧ୍ୟ ଭାରତ ପ୍ରତିଭାର ଏକ ଶକ୍ତିଶାଳୀ କେନ୍ଦ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଟୋକିଓରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟମାନେ ମୋଦୀ ମୋଦୀ ନାରା ଲଗାଇଥିଲେ । ସେଠାକାର ଲୋକମାନେ ଗାୟତ୍ରୀ ମନ୍ତ୍ର ଜପ କରି ମୋଦୀଙ୍କୁ ସ୍ୱାଗତ କରିଥିଲେ ।

  • Related Posts

    ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ୟୁରୋପୀୟ ୟୁନିଅନ ମୁଖ୍ୟ

    ନୂଆଦିଲ୍ଲୀ,04।09: ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଶାନ୍ତି ପାଇଁ ପ୍ରୟାସ ତୀବ୍ର ହୋଇଛି ଏବଂ ଏଥିରେ ଭାରତର ଭୂମିକାକୁ ବିଶେଷ ଗୁରୁତ୍ବ ଦିଆଯାଉଛି। ପ୍ରଥମେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ, ଜର୍ମାନୀର…

    Continue reading
    ନାସାର ସର୍ବୋଚ୍ଚ ସିଭିଲ୍ ସର୍ଭିସ୍ ପଦବୀରେ ଭାରତୀୟ ଆମେରିକୀୟ ଅମିତ କ୍ଷତ୍ରିୟ

    ନୂଆଦିଲ୍ଲୀ,04।09: ବିଶ୍ବ ସ୍ତରରେ ଚମକିଲା ଭାରତୀୟଙ୍କ ପ୍ରତିଭା । ଭାରତୀୟ ଆମେରିକୀୟ ଅମିତ କ୍ଷତ୍ରିୟଙ୍କୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ନୂତନ ସହଯୋଗୀ ପ୍ରଶାସକ ଭାବରେ ନିଯୁକ୍ତ କରାଯାଇଛି, ଯାହା ସଂଗଠନ ମଧ୍ୟରେ ସର୍ବୋଚ୍ଚ ନାଗରିକ ସେବା ଭୂମିକା ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ୟୁରୋପୀୟ ୟୁନିଅନ ମୁଖ୍ୟ

    ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟିବ , ମେଲୋଡିରେ ହେବନି ଅଶ୍ଳୀଳ ନୃତ୍ୟ

    ଭାରତ ବଜାରରେ ପ୍ରବେଶ କଲା Samsung Galaxy S25 FE 5G;

    ନାସାର ସର୍ବୋଚ୍ଚ ସିଭିଲ୍ ସର୍ଭିସ୍ ପଦବୀରେ ଭାରତୀୟ ଆମେରିକୀୟ ଅମିତ କ୍ଷତ୍ରିୟ

    ମହାପ୍ରଭୁଙ୍କ ୫୮ ହଜାର ଏକର ଭୂ-ସମ୍ପତ୍ତି ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ

    ୩୫ ଗ୍ରାମର ବ୍ରାଉନସୁଗାର ସହ ୫ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୁଲିସ