ଟ୍ରମ୍ପଙ୍କ ତାଗିଦ୍, ଭାରତୀୟଙ୍କୁ ଦିଅନି ନିଯୁକ୍ତି

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଗୁଗଲ, ମାଇକ୍ରୋସଫ୍ଟ ଭଳି ବଡ ଟେକ୍ କମ୍ପାନୀମାନଙ୍କୁ ଭାରତୀୟଙ୍କ ନିଯୁକ୍ତି ରୋକିବାକୁ କହିଛନ୍ତି । ଟ୍ରମ୍ପ ଓ୍ବାଶିଂଟନ ଡିସିରେ ଆୟୋଜିତ ଏଆଇ ସମିଟରେ କହିଛନ୍ତି କି ‘ଆମେରିକାର ସବୁଠାରୁ ବଡ ଟେକ୍ କମ୍ପାନୀମାନେ ଆମ ସ୍ବାଧୀନତାର ଲାଭ ଉଠାଉଛନ୍ତି । କିନ୍ତୁ କାରଖାନା ଚୀନରେ ଲଗାଉଛନ୍ତି ଏବଂ ଭାରତୀୟଙ୍କୁ ନିଯୁକ୍ତି ଦେଉଛନ୍ତି ।’ଏହା ସହ ସେ ଏହା ମଧ୍ୟ କହିଛନ୍ତି କି ‘ଗୁଗଲ, ମାଇକ୍ରୋସଫ୍ଟ ଭଳି କମ୍ପାନୀମାନେ ଆମେରିକୀୟ କର୍ମଚାରୀଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତୁ । ଏହା ଦ୍ବାରା ଦେଶର ହିତ ହେବ । ନିଯୁକ୍ତି ପାଇଁ ସର୍ବପ୍ରଥମେ ଆମେରିକାବାସୀ ପ୍ରଥମ ବିକଳ୍ପ ହେବା ଉଚିତ୍ ଏବଂ ସେମାନଙ୍କୁ ପ୍ରଥମେ ନିଯୁକ୍ତି ମିଳିବା ଉଚିତ୍ ।’ ଟ୍ରମ୍ପଙ୍କ କହିବାନୁସାରେ ବିଦେଶରେ ଫ୍ୟାକ୍ଟ୍ରି ଏବଂ ଅନ୍ୟ ଦେଶର କର୍ମଚାରୀଙ୍କ ଉପରେ ପଇସା ଲଗାଇ ଆମେରିକାର କମ୍ପାନୀମାନେ ଆମେରିକୀୟଙ୍କ ଅଧିକାରର ହତ୍ୟା କରୁଛନ୍ତି ।

ଭାରତର ଆଇଟି ସେକ୍ଟର ଟ୍ରମ୍ପଙ୍କ ଏହି ପ୍ରତିକ୍ରିୟା ପରେ ପ୍ରଭାବିତ ହୋଇପାରେ । ଭାରତରେ ଗୁଗଲ, ମାଇକ୍ରୋସଫ୍ଟ ଏବଂ ଅନ୍ୟ ଟେକ୍ କମ୍ପାନୀମାନଙ୍କରେ ଲକ୍ଷ ଲକ୍ଷ କର୍ମଚାରୀ ଅଛନ୍ତି ଏବଂ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ପୁଣେ ଭଳି ସହରରେ ବଡ ବଡ ଅଫିସ ଚଳାଉଛନ୍ତି । ଟ୍ରମ୍ପଙ୍କ ନିୟମ ଫଳରେ ଐ-୧ଈ ଭିସା ନିୟମ ଅଧିକ କଡା ହୋଇପାରେ ଯାହା ଫଳରେ ଭାରତୀୟ ଟେକ୍ ପ୍ରଫେସନାଲ୍ସଙ୍କୁ ଆମେରିକାରେ ଚାକିରି ମିଳିବା କଷ୍ଟସାଧ୍ୟ ହୋଇପାରେ । ଏହା ସହିତ ଭାରତରେ ନୂଆ ନିଯୁକ୍ତି କମ୍ ହେବା ଫଳରେ ଆଇଟି କମ୍ପାନୀ ଏବଂ ଷ୍ଟାର୍ଟଅପ୍ସ ଉପରେ ଚାପ ବଢିପାରେ ।

  • Garvita Odia

    Related Posts

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଗୁମଲା: ମାଓ ବିରୋଧୀ ଅଭିଯାନରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲା ଜିଲ୍ଲାରେ ସୁରକ୍ଷାବଳ ଓ ଉଗ୍ରବାଦୀ ସଂଗଠନ ଜେଜେଏମପି ମଧ୍ୟରେ ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି । ଘାଘରା ଥାନା ସେହଲ ଲଭଡାଗ ଗାଁରେ…

    କାରଗିଲ ବିଜୟ ଦିବସ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

    ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସର ୨୬ତମ ପୂର୍ତ୍ତି ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଦେଶବ୍ୟାପୀ ସହିଦଙ୍କୁ ସମ୍ମାନ ଜଣାଇ ସ୍ମୃତି ସମାରୋହ, ଶ୍ରଦ୍ଧାଞ୍ଜଳି ସଭା, ସାମରିକ ପ୍ରଦର୍ଶନ ଏବଂ ବିଶେଷ କାର୍ୟ୍ୟକ୍ରମ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ