ପରିବାରର ୫ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ ମଙ୍ଗଳବାର ଜଣେ ଯୁବକ ତାଙ୍କ ମା’ ଓ ୪ ଭଉଣୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ନାଁ ଅର୍ଶଦ (୨୪)। ତାଙ୍କୁ ପୁଲିସ ଗିରଫ କରିଛି। ଅର୍ଶଦଙ୍କ ବାପା ବଦରଙ୍କର ମଧ୍ୟ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ସେ ଫେରାର ଅଛନ୍ତି। ତାଙ୍କୁ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଛି।

ମୃତକମାନେ ହେଉଛନ୍ତି, ଅର୍ଶଦଙ୍କ ମା’ ଅସମା, ଭଉଣୀ ଅଲଶିୟା (୧୯), ରହମୀନ (୧୮), ଅକସା (୧୬), ଓ ଆଲିୟା (୯)। ସେମାନେ ସମସ୍ତେ ଆଗ୍ରାର ବାସିନ୍ଦା ଥିଲେ। ଗତ ସୋମବାର (ଡିସେମ୍ବର ୩୦) ସେମାନେ ଲକ୍ଷ୍ନୌ ଆସିଥିଲେ ଓ ଏକ ହୋଟେଲରେ ରହୁଥିଲେ। ସେମାନଙ୍କ ସହିତ ଅର୍ଶଦ ଓ ବଦର ମଧ୍ୟ ଆସିଥିଲେ।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପାରିବାରିକ କଳହକୁ ନେଇ ଏହି ଘଟଣା ଘଟିଛି। ତେବେ କେଉଁ କଥାକୁ ନେଇ ପରିବାରର ସଦସ୍ୟଙ୍କ ମଧ୍ୟ କନ୍ଦଳ ଲାଗିଥିଲା, ସେ ନେଇ ପୁଲିସ କିଛି କହି ନାହିଁ।ଗତକାଲି ରାତିରେ ହୋଟେଲରେ ଏହି ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଆଉ ତା’ପରେ ଏହି ଘଟଣା ଘଟିଥିଲା। ଅର୍ଶଦ ସମସ୍ତଙ୍କ ଖାଦ୍ୟରେ କୌଣସି ପ୍ରକାରର ନିଶା ଦ୍ରବ୍ୟ ମିଶାଇ ଦେଇଥିଲେ। ମା’ ଓ ଭଉଣୀମାନେ ଖାଇପିଇ ଶୋଇବା ପରେ ଖାଦ୍ୟରେ ପଡ଼ିଥିବା ନିଶା ଦ୍ରବ୍ୟ ପ୍ରଭାବରେ ଅଚେତ ହୋଇଯାଇଥିଲେ। ତା’ପରେ ଅର୍ଶଦ ସେମାନଙ୍କୁ ହତ୍ୟା କରିଥିଲେ। ସମସ୍ତ ମୃତକଙ୍କ ମଣିବନ୍ଧକୁ ବ୍ଲେଡ୍‌ରେ କଟାଯାଇଥିଲା। ମୃତଦେହଗୁଡ଼ିକ ରକ୍ତଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଥିଲା।

  • Related Posts

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଭୁବନେଶ୍ବର : ସିବିଏସଇ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ହେବ । ୨୦୨୬ ବୋର୍ଡ ପରୀକ୍ଷା ଯୋଗ୍ୟତା ହାସଲ କରିବା ପାଇଁ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ଆବଶ୍ୟକ ପଡିବ । ଏଥିରେ…

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ନୂଆଦିଲ୍ଲୀ: ବିଜୁଳି ଜାଳିବା ହେବ ମହଙ୍ଗା। ଉପଭୋକ୍ତାଙ୍କୁ ଲାଗିବ ୪୪୦ ଭୋଲ୍ଟର ଝଟକା। ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଦର ବଢ଼ିବ । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି।…

    Leave a Reply

    Your email address will not be published. Required fields are marked *

    You Missed

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ବୋର୍ଡ ନିଗମ ପଦବୀ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି: ରାଜସ୍ବ ମନ୍ତ୍ରୀ

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ସପିଂ ମଲ୍‌ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲ: ଉପ ମୁଖ୍ୟମନ୍ତ୍ରୀ

    ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

    ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ