ପୁଣି ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ୍

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଣି ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ୍। ଶିକ୍ଷାଦୂତ କଲ୍ଲୁ ତାତିଙ୍କୁ ନିର୍ମମ ହତ୍ୟା କରାଯାଇଛି। ଗତକାଲି ସେ ସ୍କୁଲରୁ ଫେରିବା ବେଳେ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ଗଂଗାଲୁର ଥାନା ନେନ୍ଦ୍ରା ଠାରେ ବନ୍ଦ ପଡ଼ିଥିବା ବିଦ୍ୟାାଳୟ ପରିଚାଳନା କରନ୍ତି ଶିକ୍ଷାଦୂତ କଲ୍ଲୁ। ଏ ଯାଏ ୯ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଏଥିମଧ୍ୟରୁ ବିଜାପୁର ଜିଲ୍ଲାରେ ୫ ଓ ସୁକୁମା ଜିଲ୍ଲାରେ ୪ ଶିକ୍ଷାଦୂତଙ୍କୁ ହତ୍ୟା କରାଯାଇଛି।
ସୂଚନାଯୋଗ୍ୟ କିଛି ଦିନ ତଳେ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଥାନା ଅଞ୍ଚଳର ସିଲଗେର ଗ୍ରାମରେ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଥିଲେ ନକ୍ସଲ। ନକ୍ସଲ ଗାଁରେ ପହଞ୍ଚି ଶିକ୍ଷାଦୂତ ଲକ୍ଷ୍ମଣ ବାରସେଙ୍କୁ ଖୋଜିଥିଲେ। ତାଙ୍କ ଘରକୁ ଯାଇ ଲକ୍ଷ୍ମଣଙ୍କୁ ଘରୁ ଘୋଷାଡ଼ି ଆଣି ପ୍ରଥମେ ନିର୍ଧୁମ ପିଟିଥିଲେ। ପରେ ତାଙ୍କୁ ହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ରକ୍ଷା କରିବାକୁ ଯାଇ ଆହତ ହୋଇଥିଲେ।ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିଥିଲା। ପୁଲିସ ଇନ୍‌ଫର୍ମର୍ ସନ୍ଦେହରେ ଲକ୍ଷ୍ମଣଙ୍କୁ ହତ୍ୟା କରାଯାଇଥିଲା।

  • Related Posts

    ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ

    ​​​​​​​ବାଙ୍ଗିରିପୋଷି: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ। ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଉଳଘୋରୀ ଗାଁରେ ଘଟିଛି ଏହି ଅଘଟଣ। ମୃତ ମହିଳା ଜଣକ ହେଲେ ମୀନା ସିଂ(୨୭)।ପାରିବାରିକ କଳହକୁ ନେଇ ମଙ୍ଗଳବାର ବିଳମ୍ୱିତ ରାତିରେ ବୀର…

    Continue reading
    ଭରତପୁରରେ ଖଣ୍ଡା ଧରି ବୁଲୁଛନ୍ତି ଦୁର୍ବୃତ୍ତ

    ଭୁବନେଶ୍ଵର : ପାର୍ବଣ ଆସିଲା ଲୁଟେରା ମାତିଲେ । ହାତରେ ଖଣ୍ଡା ଧରି ରାତିରେ ବୁଲୁଛନ୍ତି ଦୁର୍ବୃତ୍ତ। ଘରେ ପଶି ଲୁଟୁଛନ୍ତି । କୌଣସି ପ୍ରତିବନ୍ଧକ ହେଲେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ସେମାନେ। ଭୁବନେଶ୍ଵର ଖଣ୍ଡଗିରି ଭରତପୁର ଥାନା ଅଞ୍ଚଳରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

    ରପ୍ତାନୀ ନୀତି ଓ ବିଶ୍ଵ ବଜାର ସଂଯୋଗୀକରଣ ଶୀର୍ଷକ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

    ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

    ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ