ପୁଣି ଲଜ୍ଜା: ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ-୩ ଗିରଫ

ବ୍ରହ୍ମପୁର: ଗଞ୍ଜାମରେ ପୁଣି ଲଜ୍ଜା । ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ । ବ୍ରହ୍ମପୁର ସହର ବୈଦ୍ୟନାଥପୁର ପୋଲିସ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ନକଲି ଡାକ୍ତରଙ୍କ ସମେତ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ ।
ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗ କରିଥିବା ପୀଡ଼ିତା ନାବାଳିକାଙ୍କ ପରିବାର ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଜରିଆରେ ଗିରଫ ନକଲି ଡାକ୍ତର ଭବାନୀ ଶଙ୍କର ଦାସଙ୍କ ସଂସ୍ପର୍ଶରେ ଆସିଥିଲେ । ଗିରଫ ଅଭିଯୁକ୍ତ ଜଣଙ୍କ ଅସହାୟ ଲୋକଙ୍କୁ ମାଗଣାରେ ଶିକ୍ଷା ସହ ଅନ୍ୟାନ୍ୟ ସୁବିଧା ଦିଅନ୍ତି ବୋଲି ପୀଡ଼ିତାଙ୍କ ମାଆଙ୍କୁ କୁଆଡେ କହିଥିଲେ ସେହି ଅଙ୍ଗନୱାଡ଼ି କର୍ମୀ ଜଣଙ୍କ ।ଏହାପରେ ପୀଡ଼ିତା, ପୀଡ଼ିତାଙ୍କ ମାଆ ଓ ଭଉଣୀ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କୋର୍ଟପେଟା ଛକ ସ୍ଥିତ ରାଜାରାଣୀ ଆପାର୍ଟମେଣ୍ଟରେ ଥିବା ବାଜପେୟୀ ଆରୋଗ୍ୟ ଧାମରେ ପହଞ୍ଚି ଅଭିଯୁକ୍ତ ଭବାନୀକୁ ସାକ୍ଷାତ କରିଥିଲେ । ଏହାପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ବିଏସସି ନର୍ସିଂ ଡିଗ୍ରୀ ସହ ସମସ୍ତ ସୁବିଧା ଦେବା ପାଇଁ ତାଙ୍କ ପରିବାରକୁ କହିଥିଲେ ।ଏହାପରେ ୨୩ ତାରିଖରେ ବାଜପେୟୀ ଆରୋଗ୍ୟ ଧାମରେ ନାମ ଲେଖାଇବା ପାଇଁ ପୀଡ଼ିତା ନିଜ ସମ୍ପର୍କୀୟଙ୍କ ସହ ଆସିଥିଲେ । ସନ୍ଧ୍ୟା ୫ଟା ସମୟରେ ପୀଡ଼ିତାଙ୍କୁ ତାଙ୍କ ପରିବାର ଲୋକେ ସେଠାରେ ଛାଡ଼ି ଚାଲିଯାଇଥିଲେ । ସନ୍ଧ୍ୟା ୭ଟାରେ ଭବାନୀ ପୀଡ଼ିତାଙ୍କୁ ସେହି ଆପାର୍ଟମେଣ୍ଟର ୩୦୨ ନମ୍ବରକୁ ନେଇ ଯାଇଥିଲେ । ସେହି ରୁମରେ ଜଣେ ଯୁବତୀ ତଥା ଭବାନୀଙ୍କ ସହଯୋଗୀ ପାଣିରେ ନିଶା ମିଶାଇ କୁଆଡ଼େ ପୀଡ଼ିତାଙ୍କୁ ପିଇବାକୁ ଦେଇଥିଲେ । ପୀଡ଼ିତା ସେହି ପାଣି ପିଇବା ପରେ ଦୁର୍ବଳ ସହ କଥା ନ କହି ପାରି ଅସ୍ଥିର ହୋଇପଡିଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଭବାନୀ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ଘଟଣା ପରେ ନିଜ ପୀଡ଼ିତା ପରିବାରକୁ ଜଣାଇବା ପରେ ଏନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।

  • Garvita Odia

    Related Posts

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଯାଜପୁର: ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ୟ୍ୟାଳୟରେ କାର୍ୟ୍ୟରତ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ବା ବରିଷ୍ଠ ରାଜସ୍ବ ସହାୟକ ହେମନ୍ତ କୁମାର ପେରେଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

    ପୁଅର ଟାଙ୍ଗିଆ ଚୋଟରେ ମାଆ ମୃତ

    କେନ୍ଦୁଝର: ପୁଅର ଟାଙ୍ଗିଆ ଚୋଟରେ ମାଆ ମୃତ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ମେଲାଣ ରଙ୍ଗମାଟିଆ ସାହିରେ ଅଘଟଣ । ପୁଅର ଟାଙ୍ଗିଆ ଚୋଟରେ ମାଆର ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ରାମର ରିଣ୍ଡି ସୋରେନ । ମହିଳାଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ