ପୁରୀରେ ପହଞ୍ଚିଲା ରଥକାଠ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥ ନିର୍ମାଣ ପାଇଁ ମଙ୍ଗଳବାର ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ବନାଞ୍ଚଳରୁ ୩ ଟ୍ରକ୍‌ରେ ୧୦୧ ଖଣ୍ଡ କାଠ ଆସି ପୁରୀ ପହଞ୍ଚିଛି। ସେଗୁଡ଼ିକୁ ବଡ଼ଦାଣ୍ଡ ରଥଖଳାରେ ରଖାଯାଇଛି। ସେଥିରେ ୪୮ ଅସନ ଓ ୫୩ ଧଉରା କାଠ ରହିଛି। ପରମ୍ପରା ଅନୁଯାୟୀ ଆଗାମୀ ୨ରେ ଶ୍ରୀପଞ୍ଚମୀ ତିଥିରେ ତିନୋଟି ୧୨ ଫୁଟିଆ ଧଉରା କାଠ ପୂଜା କରାଯିବ। ଜୁନ୍‌ ୨୭ରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ହେବ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ଅସନ, ଧଉରା ଓ ଫାଶୀ କାଠର ଆବଶ୍ୟକତା ରହିଛି। ଏହି ରଥ ନିର୍ମାଣ ପାଇଁ ୨୬୩ ବର୍ଷ ହେଲା ପାରମ୍ପରିକ ରୀତିରେ ଦଶପଲ୍ଲା ବନାଞ୍ଚଳରୁ କାଠ ଯୋଗାଣ ହେଉଛି। ଦଶପଲ୍ଲା ବନାଞ୍ଚଳର ଟାକରା ଓ ପୋଖରୀଗୋଚ୍ଛା ଜଙ୍ଗଲରୁ ୪୮ ଖଣ୍ଡ ଅସନ ଓ ୫୩ ଖଣ୍ଡ ଧଉରା କାଠ ୩ଟି ଟ୍ରକରେ ଅଣାଯାଇ ମଙ୍ଗଳବାର ଦଶପଲ୍ଲାର ଆରାଧ୍ୟ ଦେବ ଶ୍ରୀରଘୁନାଥଜୀଉ ଓ ଶ୍ରୀମହାବୀର ଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୩ ଟ୍ରକ୍‌ରେ ୧୦୧ ଖଣ୍ଡ କାଠ ପୁରୀ ପଠାଯାଇଥିଲା। ଗତବର୍ଷଠାରୁ ବ୍ୟବହାର ନ ହୋଇ ୫୧ ଖଣ୍ଡ କାଠ ବଳକା ରହିଛି। ଅବଶିଷ୍ଟ ୮୧୪ ଖଣ୍ଡ କାଠ ଯୋଗାଇବାକୁ ଚଳିତବର୍ଷ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବରାଦ କରାଯାଇଛି। ଖୁବ୍‍ଶୀଘ୍ର ଦ୍ବିତୀୟ ପର୍ୟ୍ୟାୟ ରଥ କାଠ ଆସି ପହଞ୍ଚିବ ବୋଲି ଅଧୀକ୍ଷକ ସୁଦର୍ଶନ ମେକାପ କହିଛନ୍ତି। ଶ୍ରୀରାମ ନବମୀ ତିଥିରେ ଖପୁରିଆ କରତ କଳରେ ରଥ କାଠ ଚିରଟ ଆରମ୍ଭ ହେବ। ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ କରାଯିବ।

  • Related Posts

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ଭୁବନେଶ୍ୱର,୧୨।୮: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର…

    Continue reading
    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ଭୁବନେଶ୍ୱର-୧୨/୦୮: ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରେ ନବୀକରଣୀୟ ଶକ୍ତି ଉତ୍ପାଦନ ଏବଂ ସଂରକ୍ଷଣ, ବିଶେଷକରି ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ଉପରେ ଏକ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଷ୍ଟ୍ରିଟ୍ ଲାଇଟ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ