ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ରେକର୍ଡ ସାର୍ବଜନୀନ କରିବା ନିର୍ଦ୍ଦେଶ ଖାରଜ

ଦିଲ୍ଲୀ, 24/08: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀକୁ ନେଇ ଚାଲିଥିବା ବିବାଦରେ ବଡ଼ ଟ୍ୱିଷ୍ଟ ଆସିଛି। ୨୦୧୬ରେ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ରେକର୍ଡ ସାର୍ବଜନୀନ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସିଆଇସି ଜଣେ ଆରଟିଆଇ କର୍ମୀଙ୍କୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୯୭୮ ମସିହା ବିଏ ରେକର୍ଡକୁ ଯାଞ୍ଚ ପାଇଁ ଅନୁମତି ଦେଇଥିଲେ। ସେହିବର୍ଷ ପ୍ରଧାନମନ୍ତ୍ରୀ ମୋଦି ଗ୍ରାଜ୍ୟୁଏଟ ହୋଇଥିଲେ। ତେଣୁ ତାଙ୍କ ଡିଗ୍ରୀକୁ ମଧ୍ୟ ଆରଟିଆଇ କର୍ମୀ ଦେଖିବାର ଅନୁମତି ପାଇଥିଲେ। କିନ୍ତୁ ଆଜି ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି। ସିଆଇସି ୨୦୧୬ ଡିସେମ୍ବର ୨୧ରେ ରେକର୍ଡ ଯାଞ୍ଚକୁ ଅନୁମତି ଦେଇଥିଲେ। ଏହା ବିରୋଧରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ପ୍ରଥମ ଶୁଣାଣି ଅର୍ଥାତ ୨୦୧୭ ମସିହା ଜାନୁଆରୀ ୨୪ରେ ହିଁ ଏହି ନିର୍ଦ୍ଦେଶ ଉପରେ କୋର୍ଟ ରୋକ ଲଗାଇଥିଲେ। ଏବେ ଏହାକୁ ବିଧିବଦ୍ଧ ଭାବେ ଖାରଜ କରି ଦିଆଯାଇଛି।
ଆରଟିଆଇ କର୍ମୀ ନୀରଜଙ୍କ ଆବେଦନକୁ ଗ୍ରହଣ କରି ସିଆଇସି ପକ୍ଷରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ୧୯୭୮ ମସିହାରେ ବିଏ ପରୀକ୍ଷା ପାସ୍‌ କରିଥିବା ସମସ୍ତ ଶିକ୍ଷାର୍ଥୀଙ୍କ ତଥ୍ୟ ସାର୍ବଜନୀନ କରିବାକୁ କୁହାଯାଇଥିଲା। ରୋଲ ନମ୍ବର, ବାପା ମା’ଙ୍କ ନାଁ ଓ ମାର୍କ ଆଦିର ତଥ୍ୟ ଆବେଦନକାରୀଙ୍କୁ ଦେବାକୁ ସିଆଇସି କହିଥିଲା ହେଲେ ଏହା ଜଣେ ଶିକ୍ଷାର୍ଥୀଙ୍କ ଗୋପନୀୟତାର ଉଲ୍ଲଙ୍ଘନ କରିବ ବୋଲି ଦାବି କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହାଇକୋର୍ଟରେ ପହଞ୍ଚିଥିଲା। ୧୯୭୮ରେ ପରୀକ୍ଷା ଦେଇଥିବା ସମସ୍ତ ଶିକ୍ଷାର୍ଥୀଙ୍କ ବ୍ୟକ୍ତିଗତ ତଥ୍ୟକୁ ବିଶ୍ୱବିଦ୍ୟାଳୟ ସାର୍ବଜନୀନ କରିପାରିବ ନାହିଁ ବୋଲି କହିଥିଲା। ବିଶ୍ୱବିଦ୍ୟାଳୟ ଯୁକ୍ତି ଉପସ୍ଥାପନ କରି କହିଥିଲା ଯେ ଶିକ୍ଷାର୍ଥୀଙ୍କ ତଥ୍ୟ ପ୍ରତ୍ୟେକ୍ଷ କ୍ଷମତାରେ ରଖାଯାଏ। ଏହା ଆରଟିଆଇ ଆକ୍ଟ ଅଧୀନରେ ସାର୍ବଜନୀନ ହୋଇପାରିବ ନାହିଁ। ଏହାକୁ ଆରଟିଆଇରୁ ବାଦ ଦିଆଯାଇଛି।

  • Related Posts

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଅହମଦାବାଦ,୨୫/୦୮: ଅହମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରୋଡ ସୋ କରିବା ସହ ଖୋଡାଲଧାମ ଗ୍ରାଉଣ୍ଡରେ ୫୪୦୦ କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ…

    Continue reading
    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ନୂଆଦିଲ୍ଲୀ,୨୫/୦୮: ଫୌଜଦାରୀ ମାମଲାରେ ଗିରଫ ହେବା ପରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କୁ ସେମାନଙ୍କ ପଦବୀରୁ ହଟାଇବା ପାଇଁ ବିଲ୍ ଉପରେ ଆପ ସଂଯୋଜକ ଅରବିନ୍ଦ କେଜରିୱାଲ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ବିରୋଧ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ