ବଜ୍ରାଘାତରେ ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଢେଙ୍କାନାଳ ,ପୁରୀ,କେନ୍ଦୁଝର,କଟକ, ନୟାଗଡ଼, ଅନୁଗୁଳ,ଗଞ୍ଜାମରେ ଘଟିଛି ଏମିତି ଘଟଣା।ଢେଙ୍କାନାଳରେ ବଜ୍ରପାତ ହେବା କାରଣରୁ ଦୁଇ ମୃତ ଦୁଇ ଗୁରୁତର ହୋଇଛନ୍ତି। ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ମହୁଲପଡ଼ା ପଲେଇସାହିରେ ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଛନ୍ତି। ପଥର ଖଣିରେ କାମ କରୁଥିବା ବେଳେ ଘଟିଛି ଏଭଳି ଦୁର୍ଘଟଣା। ଦୁଇ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ମୃତ ଦୁଇ ଜଣ ଖୁଣ୍ଟୁଣି ଥାନା ଅନ୍ତର୍ଗତ ମହାଲକ୍ଷ୍ମୀପୂରର ବୋଲି ସୂଚନା ମିଳିଛି।
ନୟାଗଡ଼ରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି ଓ ୩ଜଣ ଗୁରୁତର ଆହତ। ଶରଣକୁଳ ଶିଖରପୁର ଅଞ୍ଚଳରେ ଜମିରେ ଧାନ ତଳି ରୋଉଥିବା ବେଳେ ବଜ୍ରପାତରେ ସୁଦର୍ଶନ ପଲେଇଙ୍କର ମୃତ୍ୟୁ ହୋଇଛି । ବଜ୍ରଘାତରେ ଆହତ ମାନେ ହେଲେ ମଦନ ପରିଡା,ଶଙ୍କର୍ଷଣ ପରିଡା ଓ ଦୁଃଶାସନ ପାଳ ।
ଅନୁଗୁଳରେ ବଜ୍ରାଘାଟରେ ଜଣଙ୍କର ମୃତ୍ୟୁ ହୋଇଛି। ପଙ୍କଜ ନାଏକ ନାମକ ଜଣେ ଚାଷୀ କଙ୍କରେଇ ହରିଜନ ସାହି ପଞ୍ଚାୟତ ଅଫିସ ପଛପଟକୁ ପାଣି ବନ୍ଧାଇଵା ପାଇଁ ଯାଇଥିବା ବେଳେ ବଜ୍ରପାତ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଦଦରଲୁଣ୍ଡା ଗ୍ରାମ ନିକଟରେ ଗାଈ ଚରାଉଥିବା ବେଳେ ଵଜ୍ରାଘାତ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଗ୍ରାମର ବସନ୍ତ ଗୌଡ଼ ।
କଟକ ଟାଙ୍ଗୀ ଚୌଦ୍ଵାର ବ୍ଲକ ଅନ୍ତର୍ଗତ କାଞ୍ଜୀଆ ଗ୍ରାମରେ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ ହୋଇଛି। । ମହିଳା ଜଣଙ୍କ ହେଲେ ବୁଲି ସାମଲ । ବିଲରେ ଚାଷ କାମ କରୁଥିଲା ବେଳେ ବଜ୍ରପାତ ଘଟିଥିଲା ।
କେନ୍ଦୁଝର ହରିଚନ୍ଦନପୁର ବ୍ଲକ୍‌ ହଳଦିଆପଦାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।
ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ସୁଜନପୁର ପଞ୍ଚାୟତ ଅନ୍ତର୍ଗତ କଅଁଳପଡା ଗ୍ରାମର ଜଣେ ଯୁବକ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ଜଣକ ହେଲେ ଗ୍ରାମର ରବି ବେହେରାଙ୍କ ପୁଅ ସାଗର ବେହେରା। ଆଜି ଅପରାହ୍ନ ସମୟରେ ସାଗର ନିଜ ଧାନ ଜମିରେ କାମ କରୁଥିଲେ । ହଠାତ୍ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡିରେ ତାଙ୍କର ମୃତ୍ୟୁ ହୋଇଛି।

  • Garvita Odia

    Related Posts

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡିତାଙ୍କ ପରିବାରକୁ ଦିଲ୍ଲୀ ଏମ୍ସରେ ଭେଟିବା ସହ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ଏବେ ସୁଦ୍ଧା କାମ ଶୂନ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର ଟେଣ୍ଡର ବାତିଲ ହୋଇଛି। ଠିକା ସଂସ୍ଥା ସିଗାଲ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ