
ଭୁବନେଶ୍ୱର: ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ବାୟାବର ଗାଁ କବରସ୍ତାନରେ ସମସ୍ତ ରୀତିନୀତିରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପୀଡିତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ବିଦାୟ ଦେଇଥିଲେ । ଅମର ଆତ୍ମାର ସଦଗତି ପାଇଁ କାମନା କରିଥିଲେ । ଗାଁରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଗତ ଦୁଇ ସପ୍ତାହ ଦୁଇ ସପ୍ତାହର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ପୁରୀ ଜିଲା ବଳଙ୍ଗା ପୀଡ଼ିତା ହାରି ଯାଇଛନ୍ତି। ରବିବାର ଦିଲ୍ଲୀ ଏମ୍ସରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଦିଲ୍ଲୀରୁ ରବିବାର ରାତିରେ ଭୁବନେଶ୍ବର ବିମାନବନ୍ଦରରେ ମରଶରୀର ପହଞ୍ଚିିବା ପରେ ବିଏମ୍ସିର ମହାପ୍ରୟାଣ ଗାଡ଼ିରେ ମରଶରୀରକୁ କଡ଼ା ସୁରକ୍ଷା ବଳୟରେ ତାଙ୍କ ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ବାୟାବରର ନୂଆଗୋପାଳପୁର ଗାଁକୁ ନିଆଯାଇଥିଲା। ସୋମବାର ସକାଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ରୀତିନୀତି ଅନୁଯାୟୀ ନାବାଳିକାଙ୍କୁ କବର ଦିଆଯାଇଛି ।