ବିଜ୍ଞପ୍ତି ଜାରି : ନାଇଟ୍ ସିଫ୍ଟ ପାଇଁ ମହିଳା ଦେବେ ସହମତି ପତ୍ର

ଭୁବନେଶ୍ୱର : ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ପ୍ରତିଷ୍ଠାନ କିମ୍ବା ବ୍ୟବସାୟିକ କେନ୍ଦ୍ରରେ କାର୍ୟ୍ୟ କରିପାରିବେ । ଏଥିପାଇଁ ମହିଳାମାନେ ନିଜସ୍ୱ ସହମତି ପତ୍ର ଦେବାକୁ ପଡିବ । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ପ୍ରତିଷ୍ଠାନ କିମ୍ବା ବ୍ୟବସାୟିକ କେନ୍ଦ୍ରରେ କାର୍ୟ୍ୟ କରିପାରିବେ । ଯଦି ରାତିରେ ମହିଳାମାନେ କାର୍ୟ୍ୟ କରିବାକୁ ଚାହିଁବେ, ତେବେ ସେଥିପାଇଁ ମହିଳାମାନେ ପ୍ରଥମେ ନିଜସ୍ୱ ସହମତି ପତ୍ର ଦେବାକୁ ପଡିବ । ମହିଳାମାନେ ଯେଉଁଠାରେ କାମ କରିବାକୁ ଚାହିଁବେ, ସେଠାରେ ଅତିକମ୍‌ରେ ୩ ଜଣ ମହିଳା କର୍ମଚାରୀ କାର୍ୟ୍ୟ କରୁଥିବେ । ଏହାବ୍ୟତୀତ କାର୍ୟ୍ୟସ୍ଥଳୀରେ ନାରୀ ନିଯୁକ୍ତି କର୍ତ୍ତା ରହୁଥିବେ । ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ କେତେକ ପରିବର୍ତ୍ତନ କରାଯାଇଛି ।

  • Related Posts

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଭୁବନେଶ୍ବର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।ସ୍ଥାୟୀ ବେଞ୍ଚ ପାଇଁ ଅନେକ ରାଜ୍ୟରୁ ଦାବି ହେଉଛି। ହାଇକୋର୍ଟ ବିଭାଜନ ହେବା ଲୋକଙ୍କ ଦ୍ୱାରଦେଶରେ ନ୍ୟାୟ ପହଞ୍ଚିବା ପାଇଁ ବେଞ୍ଚ ପ୍ରତିଷ୍ଠା ଦାବି ସପକ୍ଷରେ ଆମେ ଥିଲୁ ଏବଂ…

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର: ବଳାଙ୍ଗା ପୀଡ଼ିତାଙ୍କ ମୃତୁ୍ୟକୁ ନେଇ ଇସ୍ତଫା ପ୍ରସଙ୍ଗରେ ବିରୋଧୀଙ୍କ ଦାବି ପ୍ରସଙ୍ଗରେ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତେବେ ମୁଁ…

    Leave a Reply

    Your email address will not be published. Required fields are marked *

    You Missed

    ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗରେ ଏହା କହିଲେ ପ୍ରମିଳା ମଲ୍ଲିକ

    ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗରେ ଏହା କହିଲେ ପ୍ରମିଳା ମଲ୍ଲିକ

    ପୀଡ଼ିତାଙ୍କୁ ରକ୍ଷା କରିଥିବା ସହପାଠୀମାନଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର:ଏବିଭିପି

    ପୀଡ଼ିତାଙ୍କୁ ରକ୍ଷା କରିଥିବା ସହପାଠୀମାନଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର:ଏବିଭିପି

    ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

    ଅନ୍ତିମ ଟେଷ୍ଟ: ୬ ରନରେ ମ୍ୟାଚ୍‌ ଜିତିଲା ଭାରତ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ୭ରେ ପୁରୀ ବିଜେଡିର ହରତାଳ

    ୭ରେ ପୁରୀ ବିଜେଡିର ହରତାଳ