ବିଷ୍ଣୁପଦଙ୍କ ଘରେ ଦୀର୍ଘ ୧୬ ଘଣ୍ଟା ରେଡ୍ କଲା ସିବିଆଇ

ଭୁବନେଶ୍ୱର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘର ଓ ସରକାରୀ ବାସଭବନରେ ଦିଲ୍ଲୀ ସିବିଆଇର ୮ ରୁ ୧୦ ଜଣିଆ ଟିମର ରେଡ୍‌ । ସକାଳ ୭ରୁ ତଦନ୍ତ ଆରମ୍ଭ କରିଥିଲା ସିବିଆଇ। ପ୍ରାୟ ୧୬ ଘଣ୍ଟା ଧରି ଚାଲିଥିଲା ରେଡ।

ବ୍ରିଜ ଏଣ୍ଡ ରୁଫ କମ୍ପାନୀର ଅଧିକାରୀ ଚଞ୍ଚଲ ମୁଖାର୍ଜୀଙ୍କୁ ନେଇ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ କରିଛି ମାରାଥନ ଜେରା । ଲୋକସେବା ଭବନକୁ ଚଞ୍ଚଲ ମୁର୍ଖାଜୀଙ୍କର ଥିଲା ଅବାଧ ପ୍ରବେଶ ବୋଲି ମତା ଦେଇଥିଲେ ବିଷ୍ଣୁପଦ। ଏହାସହ ଏସସି ଏସଟି ଡିପାର୍ଟମେଣ୍ଟକୁ ସେ ବହୁ ଆରାମରେ ଯାଇପାରୁଥିଲେ ବୋଲି ଗତକାଲି ମତ ରଖିଥିଲେ । ତେବେ ଚଞ୍ଚଲଙ୍କ ସହ ତାଙ୍କର ସଂପର୍କ ଓ ଟେଣ୍ଡର ଫିକ୍ସିଂ ଆଉ ଲାଞ୍ଚ ଆଦି ବିଷୟରେ ଜେରା କରିଛି ସିବିଆଇ । ତେବେ ୧୬ ଘଣ୍ଟିଆ ଜେରାକୁ ନେଇ ବିଷ୍ଣୁପଦ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ତାଙ୍କ ଓକିଲ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କ୍ଲାଏଣ୍ଟଙ୍କୁ ହଇରାଣ କରାଯାଉଛି ବୋଲି କହିଛନ୍ତି ବିଷ୍ଣୁପଦଙ୍କ ଓକିଲ। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମାନସିକ ନିର୍ୟାତନା ଦେଉଛି ସିବିଆଇ । ଏହାପଛରେ ଷଡ଼ଯନ୍ତ୍ର ରହିଥିବା ତାଙ୍କ ଓକିଲ ଅଭିଯୋଗ କରିଛନ୍ତି ।

  • Related Posts

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ଜଳିଯିବା ମାମଲାରେ ବଡ଼ ଅପ୍‌ଡେଟ୍। ଅଭିଯୁକ୍ତ ପ୍ରେମିକ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୁଲିସ। ତାଙ୍କ ମୋବାଇଲ ଜବତ ହୋଇଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି। ସବୁ…

    ଯୁବତୀଙ୍କୁ ଉଠାଇ ନେଲେ

    ଉଦଳା: ବାପା-ମା’ଙ୍କ ସହିତ ବଜାର ଯାଇଥିଲେ ଯୁବତୀ । ଦୋକାନ ବାହାରେ ଆସି ଛିଡା ହୋଇଥିବା ବେଳେ ଅଚାନକ ୪ ଜଣ ଯୁବକ ମାସ୍କ ପିନ୍ଧି ବାଇକରେ ଆସି ଯୁବତୀଙ୍କୁ ଉଠାଇ ନେଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ