ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ

ପାଳଲହଡା : ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ବନ୍ଧାଭୂଇଁ ପାଞ୍ଚୟତ ଭୀମକାଣ୍ଡ ଗ୍ରାମରେ ହତ୍ୟା। ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ ଦୁଇ ଭାଇ। ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି ପୁଲିସ। ଦୁଇ ଅଭିଯୁକ୍ତ ଫେରାର୍। ଗୁରୁବାର ବନ୍ଧାଭୂଇଁ ପାଞ୍ଚୟତ ଭୀମକାଣ୍ଡ ଗ୍ରାମରେ ରଜ ପାଇଁ ଦୋଳି ତିଆରି ଚାଲିଥିଲା। ଏହି ସମୟରେ କାଠ ଛାଲି ଘରକୁ ନେବା ପାଇଁ ଗ୍ରାମ ସମାଜରୁ ବାସନ୍ଦ ହୋଇଥିବା ନକୁଳ ପ୍ରଧାନ (୫୭ ବର୍ଷ) ଓ ଦୁଇ ଭାଇ ଜିତୁ ପ୍ରଧାନ ଏବଂ କାହ୍ନା ପ୍ରଧାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେମାନେ ନକୁଳ ପ୍ରଧାନଙ୍କୁ କାଠ ଛାଲି ଦେଇନଥିଲେ। ଯାହାଫଳରେ ନକୁଳ ରାଗିଯାଇ ସେମାନଙ୍କ ବାପାକୁ ସାପ କାମୁଡି ଦେବ ବୋଲି କହିଥିଲା। ଦୁର୍ଭାଗ୍ୟବଶତଃ ଗଣ୍ଡଗୋଳ ପରେ ଗତକାଲି ଅପରାହ୍ନରେ ଜିତୁ ଓ କାହ୍ନାଙ୍କ ବାପା ଇଶ୍ୱର ପ୍ରଧାନଙ୍କୁ ସାପ କାମୁଡ଼ି ଦେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରାତିରେ ଦୁଇ ଭାଇ ନକୁଳଙ୍କୁ ଘରୁ ଟାଣି ଆଣି ଠେଙ୍ଗାରେ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ନକୁଳଙ୍କ ମୃତ୍ୟୁ ହୋଇଥିଲା।

ଏନେଇ ଖବର ପାଇବା ପରେ ପାଳଲହଡା ପୁଲିସ ଏସଡିପିଓ କୈଳାସ ଚନ୍ଦ୍ର ସେଠୀ ଓ ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଦୁଇ ଭାଇ ଫେରାର ହୋଇଯାଇଛନ୍ତି। ଦୁଇ ଭାଇଙ୍କ ମଧ୍ୟରୁ ସାନ ଭାଇ ନାବାଳକ ବୋଲି ଜଣାପଡ଼ିଛି।

  • Garvita Odia

    Related Posts

    ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

    ମାଲକାନଗିରି: ଛତିଶଗଡ଼ ବିଜାପୁରରେ ପୁଣି ମାଓ ହିଂସା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ହିଂସା ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍‌ ବାହିନୀ ।…

    ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

    ରାୟଗଡ଼ା: ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କାଣିଯୋଡ଼ି ଆମ୍ବତୋଟା ନିକଟରେ ଏକ ଆମ୍ବଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି। ମୃତ ଯୁବକ ଜଣକ ଥେରୁବାଲିର ସଞ୍ଜୟ କୁମାର ଦେ। ଗଛ ତଳେ ନିଜର ବାଇକ୍‌ ରଖି…

    Leave a Reply

    Your email address will not be published. Required fields are marked *

    You Missed

    ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା

    ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା

    ଆସୁଛି ଲଘୁଚାପ, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ଆସୁଛି ଲଘୁଚାପ, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ବିଦ୍ୟୁତ ଆଘାତରେ 3 ଶ୍ରମିକ ମୃତ

    ବିଦ୍ୟୁତ ଆଘାତରେ 3 ଶ୍ରମିକ ମୃତ

    ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

    ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

    ଚନ୍ଦ୍ରଶେଖରପୁରରେ ହେବ ଓଡିଶା ମଣ୍ଡପ:ପୃଥୀରାଜ

    ଚନ୍ଦ୍ରଶେଖରପୁରରେ ହେବ ଓଡିଶା ମଣ୍ଡପ:ପୃଥୀରାଜ

    ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ରାଜଧାନୀରେ ଗେଷ୍ଟ ହାଉସ୍

    ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ରାଜଧାନୀରେ ଗେଷ୍ଟ ହାଉସ୍