ବୌଦ୍ଧ ଏମଭିଆଇଙ୍କ ୩୬ଟି ପ୍ଲଟ୍‌ ଠାବ

ଭୁବନେଶ୍ୱର: ବୌଦ୍ଧ ଏମଭିଆଇ ଗୋଲପ ଚନ୍ଦ୍ର ହାଁସଦାଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ଜାରି ରହିଛି । ଏହି ଚଢାଉ ବେଳେ ଗୋଟିଏ ବହୁମହଲା କୋଠା, ୩୬ଟି ପ୍ଲଟ୍, ପ୍ରାୟ ୨୫୦ ଗ୍ରାମ ସୁନା, ୨.୩୮ ଲକ୍ଷ ଟଙ୍କାରୁ ଅଧିକ ନଗଦ, ୫୬ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା ଠାବ ହୋଇଛି । କେବଳ ସେତିକି ନୁହେଁ, ସେ ତାଙ୍କ ଝିଅର ମେଡିକାଲ ପାଠ ପଢା ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ଏହା ସହ ଗୋଟିଏ ୪ଚକିଆ ଗାଡ଼ି ଏବଂ ୩ଟି ୨ ଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି ।

କହିରଖୁ କି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । ବାରିପଦା, ବୌଦ୍ଧ ଏବଂ ଭୁବନେଶ୍ୱରର ମୋଟ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢାଉ କରୁଛି । ଏନେଇ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ମୋଟ ୬ ଟି ସ୍ଥାନରେ ଚଢାଉ କରାଯାଉଛି । ଏହି ରେଡ୍‌ରେ ୪ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି ।

  • Related Posts

    ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, 2 ଛାତ୍ର ଗିରଫ

    ବାଲେଶ୍ବର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ 2 ଗିରଫ । ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗତକାଲି(ରବିବାର) ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନେ ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ…

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    ନବରଙ୍ଗପୁର: ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଜଘନ୍ୟ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଅଞ୍ଚଳରୁ। ରବିବାର ଗାଁ ପାଖ ପଡ଼ିଆ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଦୁଷ୍କର୍ମ ପରେ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ସତ୍ୟ ପଦାକୁ ଆସିବ:ପ୍ରଭାତୀ ପରିଡ଼ା

    ବଳଙ୍ଗା ସତ୍ୟ ପଦାକୁ ଆସିବ:ପ୍ରଭାତୀ ପରିଡ଼ା

    ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଖୁବଶୀଘ୍ର ଜମି ଅଧିଗ୍ରହଣ: ମୁଖ୍ୟମନ୍ତ୍ରୀ

    ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଖୁବଶୀଘ୍ର ଜମି ଅଧିଗ୍ରହଣ: ମୁଖ୍ୟମନ୍ତ୍ରୀ

    ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, 2 ଛାତ୍ର ଗିରଫ

    ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, 2 ଛାତ୍ର ଗିରଫ

    ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ

    ବଳଙ୍ଗା ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ

    ଶିକ୍ଷକ ସଙ୍ଗଠନର ଆନ୍ଦୋଳନ: ୧୬‌ରେ କମ୍ପିବ ଗାନ୍ଧୀମାର୍ଗ

    ଶିକ୍ଷକ ସଙ୍ଗଠନର ଆନ୍ଦୋଳନ: ୧୬‌ରେ କମ୍ପିବ ଗାନ୍ଧୀମାର୍ଗ

    ୨୨ଜିଲାକୁ ବଜ୍ରପାତ ସତର୍କତା

    ୨୨ଜିଲାକୁ ବଜ୍ରପାତ ସତର୍କତା