ଭାରତକୁ ଆଫଗାନିସ୍ଥାନର ସମର୍ଥନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତକୁ ମୁସଲିମ ଦେଶ ଏବଂ ତାଲିବାନ ଶାସିତ ଆଫଗାନିସ୍ତାନରୁ ମଧ୍ୟ ସମର୍ଥନ ମିଳିଛି। ଏହା ପରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଗୁରୁବାର ପ୍ରଥମ ଥର ପାଇଁ ଆଫଗାନିସ୍ତାନର କାର୍ୟ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସହ ଆଲୋଚନା କରିଛନ୍ତି। ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ଉଚ୍ଚସ୍ତରୀୟ ରାଜନୈତିକ ଆଲୋଚନା।
ଅପରେସନ ସିନ୍ଦୂର ଅଧୀନରେ ଭାରତର ପ୍ରତିଶୋଧମୂଳକ କାର୍ୟ୍ୟାନୁଷ୍ଠାନ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ଶୀର୍ଷରେ ଥିବା ସମୟରେ ଏହି ଆଲୋଚନା ହୋଇଥିଲା। ଏହି ଆକ୍ରମଣକୁ ଆଫଗାନ ସରକାର କଡ଼ା ନିନ୍ଦା କରିଥିଲେ। ଯାହାକୁ ଜୟଶଙ୍କର ଗଭୀର ଭାବରେ ପ୍ରଶଂସା କରିଥିଲେ। ଜୟଶଙ୍କର ଆଲୋଚନା ପରେ ଟ୍ୱିଟରରେ ଲେଖିଛନ୍ତି, “କାର୍ୟ୍ୟକାରୀ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ମୌଲବୀ ଆମିର ଖାନ ମୁତାକିଙ୍କ ସହ ଭଲ ଆଲୋଚନା ହୋଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ସ୍ପଷ୍ଟ ନିନ୍ଦା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଲି। ଆଫଗାନ ଏବଂ ଭାରତୀୟ ଲୋକଙ୍କ ମଧ୍ୟରେ ପାରମ୍ପରିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱାରୋପ କଲେ ।
ତାଲିବାନ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆଲୋଚନାରେ ମୁତାକି ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା, ବାଣିଜ୍ୟ ବୃଦ୍ଧି କରିବା ଏବଂ କୂଟନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଆଫଗାନିସ୍ତାନ ସହିତ ଐତିହାସିକ ସମ୍ପର୍କର ଉଲ୍ଲେଖ କରିଥିଲେ ଏବଂ ଏହାକୁ ଆହୁରି ମଜବୁତ କରିବା ପାଇଁ ଆଶା ପ୍ରକାଶ କରିଥିଲେ। ମୁତାକି ଭାରତର ଭିସା ପ୍ରକ୍ରିୟାକୁ ସରଳ କରିବାକୁ ଆହ୍ୱାନ କରିଥିଲେ, ବିଶେଷକରି ଆଫଗାନ ବ୍ୟବସାୟୀ ଏବଂ ରୋଗୀଙ୍କ ପାଇଁ। ଏହା ସହିତ ଭାରତରେ ବନ୍ଦୀ ଥିବା ଆଫଗାନ କଏଦୀମାନଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କୁ ନିଜ ଦେଶକୁ ଫେରିବା ପାଇଁ ଦାବି କରିଥିଲେ।ଜୟଶଙ୍କର ସମସ୍ତ ପ୍ରସଙ୍ଗରେ ଭାରତର ସକାରାତ୍ମକ ସହଯୋଗକୁ ଆଶ୍ୱାସନା ଦେଇଥିଲେ ଏବଂ କହିଥିଲେ ଯେ ଭାରତ ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଏକାଠି କାମ କରିବାକୁ ପ୍ରତିବଦ୍ଧ।

  • Garvita Odia

    Related Posts

    ହରିୟାଣାରେ ଭୂକମ୍ପ ଝଟକା

    ନୂଆଦିଲ୍ଲୀ : ହରିୟାଣାରେ ଭୂକମ୍ପ ଝଟକା। ସକାଳ ୬ଟା ସମୟରେ ହରିୟାଣାର ଫରିଦାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫରିଦାବାଦର ଦକ୍ଷିଣ ପୂର୍ବରେ ୧୬ କିମି ଏବଂ ଭୂମିଠାରୁ…

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    ଢାକା: ସ୍କୁଲ ଉପରେ ବିମାନ ଖସିପଡିବା ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ୨୭ରେ ପହଞ୍ଚିଲା ଢାକା ବିମାନ ଦୁର୍ଘଟଣାର ମୃତକଙ୍କ ସଂଖ୍ୟା । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଇତିମଧ୍ୟରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮…

    Leave a Reply

    Your email address will not be published. Required fields are marked *

    You Missed

    ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ‘ପାଇକ ବିଦ୍ରୋହ’  ବିଷୟକୁ ବାଦ୍‌ ଦିଆଯାଇନି:ଏନ୍‌ସିଇଆର୍‌ଟି

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେଡି ସାଂସଦ

    ପୁଅ ମାଡ଼ରେ ମାଆ ମୃତ

    ପୁଅ ମାଡ଼ରେ ମାଆ ମୃତ

    ହରିୟାଣାରେ ଭୂକମ୍ପ ଝଟକା

    ହରିୟାଣାରେ ଭୂକମ୍ପ ଝଟକା

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍‌କୁ ଦାୟୀ କଲା ୟୁଜିସି

    ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା,  କିଟ୍‌କୁ ଦାୟୀ କଲା ୟୁଜିସି

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    ବିମାନ ଖସିପଡିବା ଘଟଣା, ୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା