ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଟ୍ରମ୍ପଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ: ଅର୍ଥନୀତିଜ୍ଞ ରିଚାର୍ଡ ୱୋଲ୍ଫ

ନୂଆଦିଲ୍ଲୀ,29।08: ଆମେରିକା ଦ୍ୱାରା ଭାରତ ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଶୁଳ୍କ କାର୍ଯ୍ୟକାରୀ ହୋଇଛି। ଏହାକୁ ଦେଖି ଆମେରିକୀୟ ଅର୍ଥନୀତିଜ୍ଞ ରିଚାର୍ଡ ୱୋଲ୍ଫ ଆମେରିକାର ଅର୍ଥନୈତିକ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଆମେରିକା, ଭାରତ ବିରୋଧରେ ବହୁତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। କିନ୍ତୁ ବାସ୍ତବରେ ଏହା ନିଜ ପାଦରେ ନିଜେ କୁରାଢ଼ୀ ମାରିବା ଭଳି। କାରଣ ଆମେରିକାର ଏହି ପଦକ୍ଷେପ ବ୍ରିକ୍ସକୁ ପାଶ୍ଚାତ୍ୟ ଦେଶ ପାଇଁ ଏକ ଅର୍ଥନୈତିକ ବିକଳ୍ପ ଭାବରେ ଉଭା ହେବା ପାଇଁ ପ୍ରେରଣା ଦେଇଛି। ଟ୍ରମ୍ପ ଭାରତକୁ, ରୁଷଠାରୁ ଦୂରେଇ ରହିବାକୁ ଚାପ ପକାଇଥିଲେ, କିନ୍ତୁ ଭାରତ ତାହା କରିନଥିଲା। ଭାରତ କାହିଁକି ବି ତାହା କରିବ? କାରଣ କିଏ କାହାଠାରୁ ତେଲ କିଣିବ ତାହାର ନିଷ୍ପତ୍ତି ନେବାର ଅଧିକାର ଆମେରିକାର ନାହିଁ। ଜନସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱର ସବୁଠାରୁ ବଡ଼ ଦେଶ। ଯଦି ଆମେରିକା ଭାରତ ପାଇଁ ତା’ର ଦ୍ୱାର ବନ୍ଦ କରିଦିଏ, ତେବେ ଭାରତ ତା’ର ଜିନିଷ ବିକ୍ରି କରିବା ପାଇଁ ଅନ୍ୟ ସ୍ଥାନକୁ ଯିବ ଏବଂ ଏହି ପଦକ୍ଷେପ ବ୍ରିକ୍ସ ଦେଶଗୁଡ଼ିକୁ ଆହୁରି ମଜବୁତ କରିବ।” ସେ ଆହୁରି କହିଛନ୍ତି ଯେ, “ଟ୍ରମ୍ପଙ୍କ ଏହି ପଦକ୍ଷେପ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଥିବା ପରି ମନେ ହେଉଛି। କାରଣ ଭାରତ ଜନସଂଖ୍ୟା ଏବଂ ଆର୍ଥିକ ବିକାଶ ଦୃଷ୍ଟିରୁ ଏକ ଶକ୍ତିଶାଳୀ ଦେଶ, ଯାହା ଏପରି ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଯେପରି ରୁଷ ତା’ର ତେଲ କିଣିବା ଏବଂ ବିକ୍ରି କରିବା ପାଇଁ ଆଉ ଏକ ସ୍ଥାନ ପାଇଯାଇଛି, ସେହିପରି ଭାରତ ମଧ୍ୟ ଏବେ ତା’ର ରପ୍ତାନି ଆମେରିକାକୁ ନୁହେଁ ବରଂ ଅନ୍ୟ ବ୍ରିକ୍ସ ଦେଶଗୁଡ଼ିକୁ କରିବ।” ଉଲ୍ଲେଖଯୋଗ୍ୟ, ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ବ୍ରାଜିଲ, ରୁଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ମିଶର, ଇଥିଓପିଆ, ଇଣ୍ଡୋନେସିଆ, ଇରାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଭୁକ୍ତ।

  • Related Posts

    ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ୟୁରୋପୀୟ ୟୁନିଅନ ମୁଖ୍ୟ

    ନୂଆଦିଲ୍ଲୀ,04।09: ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଶାନ୍ତି ପାଇଁ ପ୍ରୟାସ ତୀବ୍ର ହୋଇଛି ଏବଂ ଏଥିରେ ଭାରତର ଭୂମିକାକୁ ବିଶେଷ ଗୁରୁତ୍ବ ଦିଆଯାଉଛି। ପ୍ରଥମେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ, ଜର୍ମାନୀର…

    Continue reading
    ନାସାର ସର୍ବୋଚ୍ଚ ସିଭିଲ୍ ସର୍ଭିସ୍ ପଦବୀରେ ଭାରତୀୟ ଆମେରିକୀୟ ଅମିତ କ୍ଷତ୍ରିୟ

    ନୂଆଦିଲ୍ଲୀ,04।09: ବିଶ୍ବ ସ୍ତରରେ ଚମକିଲା ଭାରତୀୟଙ୍କ ପ୍ରତିଭା । ଭାରତୀୟ ଆମେରିକୀୟ ଅମିତ କ୍ଷତ୍ରିୟଙ୍କୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ନୂତନ ସହଯୋଗୀ ପ୍ରଶାସକ ଭାବରେ ନିଯୁକ୍ତ କରାଯାଇଛି, ଯାହା ସଂଗଠନ ମଧ୍ୟରେ ସର୍ବୋଚ୍ଚ ନାଗରିକ ସେବା ଭୂମିକା ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ୟୁରୋପୀୟ ୟୁନିଅନ ମୁଖ୍ୟ

    ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟିବ , ମେଲୋଡିରେ ହେବନି ଅଶ୍ଳୀଳ ନୃତ୍ୟ

    ଭାରତ ବଜାରରେ ପ୍ରବେଶ କଲା Samsung Galaxy S25 FE 5G;

    ନାସାର ସର୍ବୋଚ୍ଚ ସିଭିଲ୍ ସର୍ଭିସ୍ ପଦବୀରେ ଭାରତୀୟ ଆମେରିକୀୟ ଅମିତ କ୍ଷତ୍ରିୟ

    ମହାପ୍ରଭୁଙ୍କ ୫୮ ହଜାର ଏକର ଭୂ-ସମ୍ପତ୍ତି ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ

    ୩୫ ଗ୍ରାମର ବ୍ରାଉନସୁଗାର ସହ ୫ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୁଲିସ