ଭାରତ ବିରୋଧରେ ଟ୍ରମ୍ପକଙ୍କ କଠୋର ଆଭିମୁଖ୍ୟ ଗ୍ରହଣ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ବାଣିଜ୍ୟ ମୋର୍ଚ୍ଚାରେ ଭାରତ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭାରତ ଉପରେ ୨୫% ଟାରିଫ୍ ବା ଶୁଳ୍କ ଲଗାଇବାକୁ ସେ ଘୋଷଣା କରିଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତିର ସମୟ ସୀମା ଅଗଷ୍ଟ ପହିଲାରୁ ଶେଷ ହେଉଥିବାରୁ ଭାରତ ଉପରେ ଶୁଳ୍କ ଲାଗିବ। ହେଲେ କୌତୂହଳର ବିଷୟ ଯେ ଭାରତକୁ ବନ୍ଧୁ ରାଷ୍ଟ୍ର ବୋଲି କହି ଟ୍ରମ୍ପ୍‌ ଏପରି ପଦକ୍ଷେପ ନେଇଛନ୍ତି। ନୂଆ ଶୁଳ୍କ ଅଗଷ୍ଟ ପହିଲାରୁ ଲାଗୁ ହେବ। ରୁଷ ସହ ଭାରତ ତେଲ କାରବାର କରୁଥିବାରୁ ଏପରି ଶୁଳ୍କ ଛାଟ ଲାଗିଥିବା ଟ୍ରମ୍ପ୍‌ କହିଛନ୍ତି। ତେଣୁ ରୁଷ ସହ ବନ୍ଧୁତ୍ବ ଭାରତ ପାଇଁ ଏବେ ମହଙ୍ଗା ପଡ଼ିଥିବା ଟ୍ରମ୍ପ୍‌ଙ୍କ ପଦକ୍ଷେପରୁ ସ୍ପଷ୍ଟ ହୋଇଛି।

ପୂର୍ବରୁ ଆମେରିକା ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି କରିବାକୁ ଇଚ୍ଛା ପ୍ରକାଶ କରିଥିଲା। କିନ୍ତୁ କିଛି କାରଣ ଯୋଗୁଁ ଏହି ଚୁକ୍ତି ଚୂଡାନ୍ତ ହୋଇପାରି ନ ଥିଲା। ଏବେ ଭାରତ ଉପରେ ୨୫% ଶୁଳ୍କ ଲାଗିବାକୁ ଯାଉଥିବାର କାରଣ ହେଉଛି, ରୁଷ ସହିତ ଭାରତର ଶକ୍ତି ଏବଂ ସାମରିକ ଚୁକ୍ତିି। ଟ୍ରମ୍ପ ବୁଧବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ତାଙ୍କର ‘ବନ୍ଧୁ’ ଭାରତ ଅଗଷ୍ଟ ପହିଲାରୁ ୨୫ ପ୍ରତିଶତ ବାଣିଜ୍ୟ ଶୁଳ୍କ ଦେବ। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ରୁଷ ଠାରୁ ଶକ୍ତି ଏବଂ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଭାରତକୁ ଅତିରିକ୍ତ ଜରିମାନା ଦେବାକୁ ପଡିବ। ତାଙ୍କ କହିବାନୁଯାୟୀ, ମନେରଖିବାକୁ ହେବ ଯେ ଭାରତ ଆମର ବନ୍ଧୁ, କିନ୍ତୁ ଗତ କିଛି ବର୍ଷ ହେବ ଆମେ ସେମାନଙ୍କ ସହିତ ତୁଳନାତ୍ମକ ଭାବରେ କମ୍ ବାଣିଜ୍ୟ କାରବାର କରିଛୁ। କାରଣ ଭାରତ ଅଧିକ ଶୁଳ୍କ ଲାଗୁ କରୁଛି, ଯାହା ବିଶ୍ୱରେ ସର୍ବାଧିକ। ଏପରିକି ଭାରତରେ ସବୁଠାରୁ କଠୋର ଏବଂ ଅପ୍ରୀତିକର ଅଣ-ଆର୍ଥିକ ବାଣିଜ୍ୟ ପ୍ରତିବନ୍ଧକ ସବୁ ରହିଛି।

ଟ୍ରମ୍ପ୍ ଆହୁରି କହିଛନ୍ତି, ଭାରତ ସବୁବେଳେ ରୁଷଠାରୁ ଅଧିକାଂଶ ସାମରିକ ଉପକରଣ କିଣୁଛି। ଶକ୍ତି କ୍ଷେତ୍ରରେ ଚୀନ୍ ସହିତ ଭାରତ ହେଉଛି ରୁଷର ସବୁଠାରୁ ବଡ଼ କ୍ରେତା। ଯେତେବେଳେ ସମସ୍ତେ ଚାହାନ୍ତି ଯେ ରୁଷ ୟୁକ୍ରେନରେ ଦମନଲୀଳା ବନ୍ଦ କରୁ, ସେତେବେଳେ ଭାରତ ରୁଷ ସହ ତେଲ କାରବାର ବଢ଼ାଉଛି। ତେଣୁ ଭାରତକୁ ଅଗଷ୍ଟ ୧ ରୁ ୨୫% ଶୁଳ୍କ ଦେବାକୁ ପଡିବ। ଏହି ନିଷ୍ପତ୍ତି ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ସନ୍ତୁଳନକୁ ନଷ୍ଟ କରିପାରେ ଏବଂ ରପ୍ତାନିକୁ ପ୍ରଭାବିତ ମଧ୍ୟ କରିବାର ସମ୍ଭାବନା ରହିଛି।

ସୂଚନାଥାଉକି, ଆମେରିକାର ବାଣିଜ୍ୟ କ୍ଷତିର ମୁକାବିଲା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାର୍ଟନର ଦେଶମାନଙ୍କୁ ବାଣିଜ୍ୟ ଚୁକ୍ତି କରିବାକୁ ଆହ୍ୱାନ ଦେଇଥିଲେ। ଏହାର ଜବାବରେ ସେ ଚଳିତ ବର୍ଷ ଏପ୍ରିଲ ୨ ତାରିଖରେ ବିଭିନ୍ନ ଦେଶଗୁଡ଼ିକ ଉପରେ ଶୁଳ୍କ ଲଗାଇଥିଲେ। ସେତେବେଳେ ଭାରତ ଉପରେ ୨୬ ପ୍ରତିଶତ ଶୁଲ୍କ ଲଗାଇଥିଲେ ଟ୍ରମ୍ପ। ଏହାର କିଛି ସମୟ ପରେ ତାହାକୁ ଶୁଳ୍କକୁ ସ୍ଥଗିତ ରଖାଯାଇଥିଲା। ତେବେ ବଡ଼ କଥା ହେଉଛି, ଟ୍ରମ୍ପ ଯେପରି ଅନ୍ୟ ଦେଶଗୁଡ଼ିକ ପାଇଁ ନୂଆ ଟାରିଫର ଆନୁଷ୍ଠାନିକ ପତ୍ର ଜାରି କରୁଛନ୍ତି, ସେମିତି ଭାରତ ପାଇଁ ଏ ପର୍ୟ୍ୟନ୍ତ ଜାରି କରିନାହାନ୍ତି। କିନ୍ତୁ ଯଦି ଆମେରିକା ସହିତ କୌଣସି ବାଣିଜ୍ୟ ଚୁକ୍ତି ନହେଲା ତେବେ ହୁଏତ ଟ୍ରମ୍ପ ଭାରତକୁ ବି ନୋଟିସ୍ ଜାରି କରିପାରନ୍ତି। ଇତିମଧ୍ୟରେ ଭାରତ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତ ସରକାର କହିଛନ୍ତି ଯେ ଟ୍ରମ୍ପ ଯେଉଁ ୨୫ ପ୍ରତିଶତ ଶୁଳ୍କ ଧାର୍ୟ୍ୟ କରିଛନ୍ତି ତାହାର ପ୍ରଭାବ କେମିତି ପଡ଼ିବ, ତାହା ଉପରେ ଅନୁଧ୍ୟାନ କରାଯାଉଛି। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ହୋଇଥିଲା। କିନ୍ତୁ କୌଣସି ପରିସ୍ଥିତିରେ ଜାତୀୟ ସ୍ବାର୍ଥକୁ ଅବହେଳା କରାଯାଇ ପାରିବ ନାହିଁ।

  • Related Posts

    ଏନକାଉଣ୍ଟର, ଆତଙ୍କୀ ନିପାତ

    ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ଆଉ ୨ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲା ଅଖଲ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି…

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’

    ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି ବାରାଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଟ୍ ୯ କୋଟି ୭୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ଏହା ସହିତ ବାରଣାସୀରେ ବିଭିନ୍ନ ପ୍ରକଳ୍ପ ଭେଟି ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ  କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଏନକାଉଣ୍ଟର, ଆତଙ୍କୀ ନିପାତ

    ଏନକାଉଣ୍ଟର, ଆତଙ୍କୀ ନିପାତ

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’