ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ

ନୂଆଦିଲ୍ଲୀ : ୨ ଦିନିଆ ବ୍ରିଟେନ୍ ଗସ୍ତ ସାରି ମାଳଦ୍ଵୀପରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଳଦ୍ଵୀପର ସ୍ଵାଧୀନତା ଦିବସ କାର୍ୟ୍ୟକ୍ରମରେ ହେବେ ମୁଖ୍ୟ ଅତିଥି। ବିମାନ ବନ୍ଦରରେ ଭବ୍ୟ ସ୍ଵାଗତ। ମାଳଦ୍ଵୀପର ରାଷ୍ଟ୍ରପତି ମୁଇଜ୍ଜୁ ମୋଦିଙ୍କୁ ସ୍ଵାଗତ କରିଛନ୍ତି। ଏହି ଅବସରରେ ମାଳଦ୍ଵୀପର ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ଉପସ୍ଥିତ ଥିଲେ। ହାତରେ ତ୍ରିରଙ୍ଗା ଧରି ଲୋକମାନେ ମୋଦିଙ୍କ ସ୍ଵାଗତ କରିଛନ୍ତି। ଚାରିଆଡ଼େ ମୋଦିଙ୍କ ପୋଷ୍ଟର ଲଗାଯାଇଛି।
ଭାରତ ଓ ମାଳଦ୍ଵୀପ ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଥିଲା। ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଇଜ୍ଜୁଙ୍କ ନିମନ୍ତ୍ରଣ ରକ୍ଷା କରି ମାଳଦ୍ଵୀପରେ ପହଞ୍ଚିଛନ୍ତି। ରଣନୈତିକ ଦୃଷ୍ଟିରୁ ଏହା ଭାରତ ପାଇଁ ବଡ଼ ବିଜୟ ବୋଲି କୁହାଯାଉଛି। ଯାହାକି ଚୀନକୁ କଡ଼ା ବାର୍ତ୍ତା ଦେଉଛି। ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବହୁ ଭାରତ ବିରୋଧୀ ନିଷ୍ପତ୍ତି ସତ୍ତ୍ଵେ ମୋଦି ସଂଯମତା ରକ୍ଷା କରି କୁଶଳ ରଣନୀତିର ପରିଚୟ ଦେଇଛନ୍ତି। ଭାରତ ତାର ପଡୋଶୀ ଦେଶ ମାଳଦ୍ଵୀପ ସହ ସମ୍ପର୍କ ବିଗାଡ଼ିବାକୁ ଚାହୁଁନଥିବା ମୋଦି କହିଛନ୍ତି।
ଦୁଇ ଦେଶର ତିକ୍ତ ସମ୍ପର୍କକୁ ନେଇ ଚୀନ ଲାଭ ଉଠାଉଥିଲା। ନିବେଶ ଦ୍ଵାରା ମାଳଦ୍ଵୀପରେ ଚୀନ ତା’ର ହସ୍ତକ୍ଷେପ ବୃଦ୍ଧି କରୁଥିଲା। ତେଣୁ ଭୂରାଜନୈତିକ ଦୃଷ୍ଟିରୁ ଭାରତ ମାଳଦ୍ଵୀପ ସହ ତିକ୍ତତା ଚାହୁଁନାହିଁ। କାରଣ ମାଳଦ୍ଵୀପ ଭାରତର ସବୁଠୁ ନିକଟ ସାମୁଦ୍ରିକ ପଡୋଶୀ ଦେଶ।

  • Garvita Odia

    Related Posts

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଗୁମଲା: ମାଓ ବିରୋଧୀ ଅଭିଯାନରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲା ଜିଲ୍ଲାରେ ସୁରକ୍ଷାବଳ ଓ ଉଗ୍ରବାଦୀ ସଂଗଠନ ଜେଜେଏମପି ମଧ୍ୟରେ ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି । ଘାଘରା ଥାନା ସେହଲ ଲଭଡାଗ ଗାଁରେ…

    କାରଗିଲ ବିଜୟ ଦିବସ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

    ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସର ୨୬ତମ ପୂର୍ତ୍ତି ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଦେଶବ୍ୟାପୀ ସହିଦଙ୍କୁ ସମ୍ମାନ ଜଣାଇ ସ୍ମୃତି ସମାରୋହ, ଶ୍ରଦ୍ଧାଞ୍ଜଳି ସଭା, ସାମରିକ ପ୍ରଦର୍ଶନ ଏବଂ ବିଶେଷ କାର୍ୟ୍ୟକ୍ରମ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ