ଯେଉଁ ପଦ ଦିଆଯାଇଛି ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ, ଆହ୍ୱାନ : ଚିନ୍ମୟ

ଭୁବନେଶ୍ବର: ବିଜୁ ଯୁବ ଜନତା ଦଳ ସଭାପତି ଦାୟିତ୍ୱ ପାଇବା ପରେ ଦଳୀୟ ନେତାଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଚିନ୍ମୟ ସାହୁ । ଏହାସହ ଦଳକୁ ଆହୁରି ସୁଦୃଢ କରିବାକୁ ଆଲୋଚନା କରିଛନ୍ତି । ଏହାପରେ ପ୍ରତିକ୍ରିୟା ରଖି ଚିନ୍ମୟ ସାହୁ କହିଛନ୍ତି, ଯେଉଁ ପଦ ଦିଆଯାଇଛି ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ, ଆହ୍ୱାନ । ଏହାକୁ ସମ୍ଭାଳିବାକୁ ପ୍ରସ୍ତୁତ ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆସ୍ଥାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ରହିବ । ବରିଷ୍ଠଙ୍କ ଅଭିଜ୍ଞତା ଓ ଯୁବ ମାନଙ୍କ ଉତ୍ସାହ ନେଇ କାମ ହେବ । ସଂଗ୍ରାମ, ଝଡ଼, ଲଢେଇ ଘରୁ ଘରୁ ଆରମ୍ଭ ହେବ । ବିଜେପି ସରକାରର ପ୍ରତିଶ୍ରୁତି ନେଇ ପ୍ରଶ୍ନ ହେବ । ଅଧିକାର ପାଇଁ ଲଢେଇ ହେବ ।

ନବୀନ ପଟ୍ଟନାୟକଙ୍କ ସମୟରେ ଯାହା କୁହନ୍ତି ତାହା କରିଥିଲେ । ଆଜି କ’ଣ କଲେ ବିଜେପି । ପ୍ରତିଶ୍ରୁତି ପୂରଣ କର ନ ହେଲେ ଗାଦି ଛାଡ । କାହିଁକି ଓଡ଼ିଶା ଲୋକଙ୍କି ଭୁଆଁ ବୁଲାଯାଇଛି । ସେଥିପାଇଁ ଜନ ଆନ୍ଦୋଳନ ସୃଷ୍ଟି ହେବ । ସଂଗଠନ ଆହୁରି ଆଗକୁ ବଢ଼ାଇବାକୁ ହେବ । ସମସ୍ତଙ୍କ ଆଶୀର୍ବାଦ ନେଇ ଦଳ ଆଗକୁ ଯିବ । ଛାତ୍ର ସଂସଦ ନିର୍ବାଚନ କାହିଁକି କରୁ ନାହାନ୍ତି, କାହିଁକି ଭୟଭୀତ, ଏ ପ୍ରଶ୍ନ କରାଯିବ । ଯେଉଁ ବାଲେଶ୍ୱର ଝିଅ ଆତ୍ମାହୁତି ଦେଲେ, ତାଙ୍କ ପୋଷ୍ଟର ପ୍ରତି କ୍ୟାମ୍ପସରେ ଲଗାଇ ବିଜେପିର ଅସଲ ମୁଖା ଖୋଲାଯିବ ବୋଲି ଚିନ୍ମୟ ସାହୁ କହିଛନ୍ତି ।

  • Related Posts

    ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି: ବଦ୍ରି ପାତ୍ର

    ଭୁବନେଶ୍ବର: ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି। ଯେଉଁଥିପାଇଁ ବର୍ତ୍ତମାନ ବିଜେଡିରେ ଦ୍ୱନ୍ଦ୍ୱ ବଢୁଛି। ଶୀର୍ଷ ନେତୃତ୍ୱ ପ୍ରତି ଆସ୍ଥା ସୃଷ୍ଟି…

    Continue reading
    ଚିନ୍ମୟ ସାହୁଙ୍କୁ ଯୁବ ଓ ଇପ୍ସିତା ସାହୁଙ୍କୁ ଛାତ୍ର ବିଜେଡି ଦାୟିତ୍ୱ

    ଭୁବନେଶ୍ୱର: ବିଳମ୍ବ ହେଲେ ମଧ୍ୟ ଛାମୁଆ ସଂଗଠନର ପୁନର୍ବିନ୍ୟାସ ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି । ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଚିନ୍ମୟ ସାହୁଙ୍କୁ ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଛି ଦଳ । ସେହିପରି ଉତ୍କଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ଆସୁଛି ଆଉ ଏକ ଲଘୁଚାପ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର